Weather Update: ରାଜ୍ୟରେ ଜାରି ରହିଛି ଶୀତ ଖରାର ଲୁଚକାଳି ଖେଳ। ଚଳିତ ବର୍ଷ ପାଇଁ ରାଜ୍ୟରେ ପ୍ରଥମ ଥର ଦିନର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଛୁଇଁଛି। ଝାରସୁଗୁଡାରେ ବୁଧବାର ଏହି ସର୍ବୋଚ୍ଚ ତାପମାତ୍ରା ରେକର୍ଡ଼ ହୋଇଛି।
Trending Photos
Weather Update: ରାଜ୍ୟରେ ଜାରି ରହିଛି ଶୀତ ଖରାର ଲୁଚକାଳି ଖେଳ। ଚଳିତ ବର୍ଷ ପାଇଁ ରାଜ୍ୟରେ ପ୍ରଥମ ଥର ଦିନର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ଛୁଇଁଛି। ଝାରସୁଗୁଡାରେ ବୁଧବାର ଏହି ସର୍ବୋଚ୍ଚ ତାପମାତ୍ରା ରେକର୍ଡ଼ ହୋଇଛି। ତେବେ, ଆସନ୍ତା ୪ ଦିନ ରାତିରେ ପାରଦ୫ ଡିଗ୍ରୀ ତଳକୁ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାଫଳରେ କିଛି ସ୍ଥାନରେ ସାମାନ୍ୟ ଶୀତ ଅନୁଭବ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ସେହିଭଳି ଫେବୃଆରୀ ପ୍ରଥମ ସପ୍ତାହ ପରେ ଆଜି ଦ୍ବୀତିୟ ସପ୍ତାହରେ ରାଜଧାନୀ ତାତି ପୁଣି ୩୪ ଡିଗ୍ରୀ ପାର୍ କରିସାରିଛି।
ALSO READ: ବିବାହ ବନ୍ଧନରେ ବାନ୍ଧି ହେଲେ ଯାତ୍ରା ଅଭିନେତ୍ରୀ ନିଶା ! ଭାଇରାଲ୍ ହେଉଛି ଏହି ଭିଡିଓ
ରାତିରେ ରାଉରକେଲାରେ ପାରଦ ସବୁଠୁ କମ୍ ବା ୧୩.୧ ଡିଗ୍ରୀ ରେକର୍ଡ଼ ହୋଇଥିଲା। କୋରାପୁଟ୍ ରେ ୧୪.୫, ଝାରସୁଗୁଡାରେ ୧୫.୬, ସୁନ୍ଦରଗଡରେ ୧୬.୩ ଓ ଅନୁଗୁଳରେ ୧୭ ଡିଗ୍ରୀ ରେକର୍ଡ଼ ହୋଇଥିଲା। ଆଗାମୀ ୨୪ ଘଣ୍ଟା ଭିତରେ କୌଣସି ସ୍ଥାନରେ ଘନ କୁହୁଡି ରେକର୍ଡ କରାଯାଇ ନାହିଁ। ଆଗାମୀ ୨ ଦିନ ଭିତରେ ଉପକୂଳ ଓଡ଼ିଶା ର କିଛି କିଛି ସ୍ଥାନରେ ହାଲୁକା କୁହୁଡି ଦେଖିବାକୁ ମିଳିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ...