Weather Updates: ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ରାଜ୍ୟରେ ଘନ କୁହୁଡି ଦୃଶ୍ୟମାନ ହେବ। ମଙ୍ଗଳବାର ଓ ବୁଧବାର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘନ କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନ ଓ ରାତିର ତାପମାତ୍ରା ମଧ୍ୟ ବଢିଚାଳିଛି।
ପାରଳାଖେମୁଣ୍ଡିଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।
ସେହିପରି ବଲାଙ୍ଗୀରରେ ୩୬, ଝାରସୁଗୁଡାରେ ୩୫.୬, ସୁନ୍ଦରଗଡରେ ୩୫.୪, ସମ୍ବଲପୁରରେ ୩୫.୨ ଡିଗ୍ରୀ ରହିଥିଲା। ଉପକୂଳରେ ଓଡ଼ିଶାରେ ତାତି ଟିକିଏ କମ ରହିଥିବା ବେଳେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପୂର୍ବଭଳି ଗତକାଲି ପରି ସ୍ଥିତି ଜାରି ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ଲାଗି ରହିବ।
ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିବ ନାହିଁ। ସେପଟେ ଲଗାତାର ୧୪ ଦିନ ହେଲା ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡିକରେ ଘନକୁହୁଡି ଦୃଶ୍ୟମାନ ହେଉଛି।
ସେପଟେ ଗତ ୨୧ ତାରିଖରୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡି ଦେଖାଦେଉଛି। ଓଡିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ବଳୟ ଉପସ୍ଥିତି ଯୋଗୁ କୁହୁଡି ହେଉଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।
ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ବଳୟର ଉପସ୍ଥିତ ହେତୁ ଏହା କୁହୁଡି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି।
ट्रेन्डिंग फोटोज़