Weather Forecast: ଶନିବାରଠାରୁ ପୁଣିଥରେ ବଢିବ ଶୀତ। ରାତିରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ରାଜ୍ୟରେ ଅର୍ଦ୍ଧାଧିକ ସ୍ଥାନରେ ତାପମାତ୍ରା ୧୩ ରୁ ୧୫ ଡିଗ୍ରୀ ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗ ଅନୁଯାୟୀ ବୁଧବାର ଓ ଗୁରୁବାର ରାଜ୍ୟର କିଛି ସ୍ଥାନରେ ଘନ କୁହୁଡି ହେବାର ସମ୍ବାବନା ରହିଛି। ବୁଧବାର କଳାହାଣ୍ଡି, କନ୍ଧମାଳ, ଭଦ୍ରକରେ ଘନ କୁହୁଡ଼ି ଦେଖାଦେଇପାରେ।
ସେହିପରି ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଓ ଗଜପତିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ।
ଗୁରୁବାର ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତିରେ ଅଧିକ କୁହୁଡି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସୋମବାର ଦାରିଙ୍ଗିବାଡି ସବୁଠାରୁ ଶୀତଳ ସହର ସାବ୍ୟସ୍ତ ହୋଇଥିଲା। ଏଠାରେ ତାପମାତ୍ରା ସର୍ବନିମ୍ନ ୯.୫ ଡିଗ୍ରୀ ସେଲସିୟସ ରହିଥିଲା।
ଫୁଲବାଣୀରେ ୧୧.୫ ଡିଗ୍ରୀ, ରାଉରକେଲାରେ ୧୧.୭, ଭଦ୍ରକରେ ୧୨ ଡିଗ୍ରୀ, ଝାରସୁଗୁଡାରେ ୧୨.୨ ଡିଗ୍ରୀ, କୋରାପୁଟରେ ୧୨.୪ ଡିଗ୍ରୀ, ଯାଜପୁରରେ ୧୨.୬ ଡିଗ୍ରୀ, ଅନୁଗୋଳ ଓ ନୂଆପଡ଼ାରେ ୧୩ ଓ ସୁନ୍ଦରଗଡ଼ରେ ପାରଦ ୧୩.୨ ଡିଗ୍ରୀ ରହିଥିଲା।
ट्रेन्डिंग फोटोज़