Weather Update: ଆସୁଛି ଆଉ ଏକ ଲଘୁଚାପ, ପୁଣି ନୟାନ୍ତ କରିବ ବର୍ଷା !
Advertisement
Article Detail0/zeeodisha/odisha1973955

Weather Update: ଆସୁଛି ଆଉ ଏକ ଲଘୁଚାପ, ପୁଣି ନୟାନ୍ତ କରିବ ବର୍ଷା !

Weather Update: ଶୀତରେ ଆସୁଛି ଆଉ ଏକ ବର୍ଷା (Rain)। ଆସନ୍ତା ୨୫ ତାରିଖ ବେଳକୁ ଦକ୍ଷିଣ ଆଣ୍ତାମାନ୍ ସାଗର ଓ ପାଶ୍ବବର୍ତ୍ତୀ ଅଞ୍ଚଳରେ  ଏକ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରବେଶ କରିବ।  ଯାହାର ପ୍ରଭାବରେ ୨୬ ତାରିଖ ବେଳକୁ ଆଣ୍ତାମାନ ସାଗର  ଅଞ୍ଚଳରେ  ଏକ ଲଘୁଚାପ କ୍ଷେତ୍ର (low pressure) ସୃଷ୍ଟି ହେବାର ସମ୍ଭାବନା ରହିଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Weather Update: ଶୀତରେ ଆସୁଛି ଆଉ ଏକ ବର୍ଷା (Rain)। ଆସନ୍ତା ୨୫ ତାରିଖ ବେଳକୁ ଦକ୍ଷିଣ ଆଣ୍ତାମାନ୍ ସାଗର ଓ ପାଶ୍ବବର୍ତ୍ତୀ ଅଞ୍ଚଳରେ  ଏକ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରବେଶ କରିବ।  ଯାହାର ପ୍ରଭାବରେ ୨୬ ତାରିଖ ବେଳକୁ ଆଣ୍ତାମାନ ସାଗର  ଅଞ୍ଚଳରେ  ଏକ ଲଘୁଚାପ କ୍ଷେତ୍ର (low pressure) ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ବବର୍ତ୍ତୀ ଆଣ୍ତାମାନ ସାଗର ଉପକୂଳରେ ୨୭ ତାରିଖ ବେଳକୁ ଅବପାତର ରୂପ ନେଇପାରେ। ତେବେ, ପରବର୍ତ୍ତି ଅବସ୍ଥାରେ , ଏହାର ରୂପ କିଭଳି ରହିବ ସେନେଇ ସ୍ପଷ୍ଟ ହୋଇ ନ ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ (Bhubaneswar Meteorological Centre)କୁହାଯାଇଛି। 

Also Read: Puri News: ପଞ୍ଚୁକର ପାଞ୍ଚ ଦିନରେ ମହାପ୍ରଭୁଙ୍କର ହୁଏ ଏହି ୫ ବେଶ

ଗତ ୨୪ ଘଣ୍ଟା ମଧ୍ୟରେ, ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।  କୋରାପୁଟ ଜିଲ୍ଲାର ନନ୍ଦପୁର ଠାରେ ସର୍ବାଧିକ ୨୦ ମିଲି ମଟିର , କୋରାପୁଟ୍ ସହରରେ ୧୦.୨ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି, ରାତିର ସର୍ବନିମ୍ନ ତାପମାତ୍ରା  ରାଉରକେଲା ଓ ସୁନ୍ଦରଗଡ଼ରେ ୧୫.୫ ଡିଗ୍ରୀ ରହିଥିଲା। ଏବେ ରାଜ୍ୟର ବହୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ୍ ୩ରୁ ୪ ଡିଗ୍ରୀ ଅଧିକ ରହିଛି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି।