Video: ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଖେଳାଯାଉଥିବା ସମୟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ଅଟକିଛି ମ୍ୟାଚ୍ । ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍ ଚାଲିଥିବା ବେଳେ ବାରମ୍ବାର ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍ । ଫଳରେ ବହୁ ସମୟ ଧରି ଅଟକି ରହିଛି ମ୍ୟାଚ୍ । ଭାରତର ବ୍ୟାଟିଂ ଜାରି ରହିଥିବା ବେଳେ ଏପରି ଅଘଟଣ ଯୋଗୁଁ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବାରବାଟୀ ଷ୍ଟାଡିୟମ ମଧ୍ୟରେ ଏବେ ହୋ ହାଲ୍ଲା ଦେଖିବାକୁ ମିଳିଛି। ଅନ୍ୟପଟେ ଭାରତ ସାମ୍ନାରେ ୩୦୫ ରନର ଟାର୍ଗେଟ୍ ରଖିଛି ଇଂଲଣ୍ଡ । ନିର୍ଦ୍ଧାରିତ ୫୦ ଓଭରର ଗୋଟିଏ ବଲ ବାକିଥାଇ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଛି ଇଂଲଣ୍ଡ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.