Padampur Bypoll: ବିଜେପି ପରେ କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା, ସସପେନ୍ସରେ ବିଜେଡି ଚେହେରା
Advertisement
Article Detail0/zeeodisha/odisha1438163

Padampur Bypoll: ବିଜେପି ପରେ କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା, ସସପେନ୍ସରେ ବିଜେଡି ଚେହେରା

Padampur Bypoll: ପାଖଉଛି ପଦ୍ମପୁର ଉପନିର୍ବାଚନ । ଏହି ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ମଧ୍ୟରୁ ଦୁଇ ଦଳ ନିଜ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ବିଜେପି ପଦ୍ମପୁରର ବିଜେପି ଚେହେରା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନାଁ ଘୋଷଣା କରିଛି । ଆସନ୍ତା ୧୪ ତାରିଖରେ ସେ ପାର୍ଥିପତ୍ର ଦାଖଲ କରିପାରନ୍ତି ବୋଲି ସୂଚନା ମିଳିଛି।

ସୌଜନ୍ୟ : ସୋସିଆଲ ମିଡିଆ

Padampur Bypoll: ପାଖଉଛି ପଦ୍ମପୁର ଉପନିର୍ବାଚନ ।  ଏହି ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ମଧ୍ୟରୁ ଦୁଇ ଦଳ ନିଜ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ବିଜେପି ପଦ୍ମପୁରର ବିଜେପି ଚେହେରା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନାଁ ଘୋଷଣା କରିଛି ।  ଆସନ୍ତା ୧୪ ତାରିଖରେ ସେ ପାର୍ଥିପତ୍ର ଦାଖଲ କରିପାରନ୍ତି ବୋଲି ସୂଚନା ମିଳିଛି। ସେହିପରି ଏହି କ୍ରମରେ  ,କଂଗ୍ରେସ ମଧ୍ୟ ଉପନିର୍ବାଚନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ପଦ୍ମପୁର ଉପନିର୍ବାଚନ ପାଇଁ ସତ୍ୟଭୂଷଣ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ଏଆଇସିସି ପକ୍ଷରୁ ସତ୍ୟଭୂଷଣଙ୍କ ନାମରେ ମୋହର ମାରିଛି ଦଳ । କିନ୍ତୁ ଏପର୍ଯ୍ୟନ୍ତ ଶାସକ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି । ବିଜେଡି କାହାକୁ ଏଠାରୁ ପ୍ରାର୍ଥୀ କରିବ ସେନେଇ ସସପେନ୍ସ ବଢିବାରେ ଲାଗିଛି । ଧାମନଗର ଉପନିର୍ବାଚନରେ ଦଳ ପରାଜୟ ପରେ ଏଠାରୁ କାହାକୁ ପ୍ରାର୍ଥୀ କରିବ ,ନିଷ୍ପତ୍ତି ନେବାରେ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି । 

ପଦ୍ମପୁର ଉପନିର୍ବାଚନ ନେଇ ବେଶ ସରଗରମ ରହିଛି ରାଜ୍ୟ ରାଜନୀତି । ଉପନିର୍ବାଚନକୁ ନେଇ ପଦ୍ମପୁରରେ ନେତାଙ୍କ ଭିଡ ମଧ୍ୟ ବଢିବାରେ ଲାଗିଛି। ଭୋଟରଙ୍କୁ ମନାଇବା ପାଇଁ ସବୁ ଦଳରେ ଜୋରଦାର ପ୍ରସ୍ତୁତି ଚାଲିଛି  । ତେବେ ପଦ୍ମପୁରବାସୀ ଉପଯୁକ୍ତ ପ୍ରାର୍ଥୀଙ୍କୁ ଦେଖି ଭୋଟ ଦେବେ ବୋଲି କହିଛନ୍ତି । ଯିଏ ଲୋକଙ୍କ ସମସ୍ୟା ସହ ଛିଡା ହେବ, ଲୋକଙ୍କ ସମସ୍ୟାର ସମାଧାନ କରିବ ତାକୁ ହିଁ ଲୋକେ ତାଙ୍କର ନେତା ବାଛିବେ ବୋଲି କହିଛନ୍ତି । 

ଏହାବି ପଢନ୍ତୁ : Draupadi Murmu: ରାଷ୍ଟ୍ରପତିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଖିଳ ଗିରି, ତାତିଲେ ତିନି ଦଳ, ସୁର କହିଲେ ଦେଲେ ବଡ ବୟାନ୍

ସୂଚନା ଅନୁସାରେ, ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ପରଲୋକ ପରେ ଖାଲି ପଡ଼ିଛି ପଦ୍ମପୁର ଆସନ। ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ ଡିସେମ୍ବର ୫ରେ ଉପନିର୍ବାଚନ କରିବାକୁ ଘୋଷଣା କରିଛନ୍ତି । ଏନେଇ ନଭେମ୍ବର ୧୦ରେ ନିର୍ବାଚନି ବିଜ୍ଞପ୍ତି ବାହାରିଛି । ଏଥର ଉପ-ନିର୍ବାଚନରେ ବିଜେଡିରୁ ଦିବଂଗତ ସଦସ୍ୟଙ୍କ ପରିବାରରୁ ନା ବାହାରୁ ହେବେ ପାର୍ଥୀ । ଏନେଇ ଦଳୀୟ ମହଲରେ ତର୍ଜମା ଚାଲିଥିବା ବେଳେ ବାରିହାଙ୍କ ପରିବାରରୁ ବି ଦାବି ଉଠୁଛି । ଦଳ ସବୁବେଳେ ଅନୁକମ୍ପା କାର୍ଡ ଖେଳିଥିବା ବେଳେ ଚଳିତ ଥର ବି ହୋଇପାରେ ପୁନରାବୃତ୍ତି । ବିଜେଡିର ପ୍ରାର୍ଥୀ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି । ବିଜେଡି ନିଜ ଗଡକୁ ଦଖଲ କରିବା ପାଇଁ ଜୋରଦାର କସରତ କରୁଥିବାବେଳେ ଧାମନଗର ଭଳି ବିଜେପି ପଦ୍ମପୁରରେ ବିଜୟୀ ପାଇଁ ଆପ୍ରାଣ ମୂର୍ଚ୍ଛା ଉଦ୍ୟମ କରିବାକୁ ଚେଷ୍ଟା କରୁଛି। ୫୮ଟି ପଞ୍ଚାୟତକୁ ନେଇ ଗଠନ ହୋଇଛି ପଦ୍ମପୁର ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ତଳୀରେ ୧୨୯୦୯୩ ପୁରୁଷ ଭୋଟର ଓ ୧୨୬୧୭୩ ମହିଳା ଭୋଟର ରହିଛନ୍ତି । ତେବେ, ଦେଖିବାକୁ ବାକି ରହିଲା ପଦ୍ମପୁରବାସୀ କାହାକୁ ନିଜ ନେତା ବାଛୁଛନ୍ତି ?