Sweta death case: ସାମ୍ନାକୁ ଆସିଲା ଶ୍ବେତାଙ୍କ ଡାଏରୀର କିଛି ଫର୍ଦ୍ଦ, ଜାଣନ୍ତୁ କଣ ଲେଖିଥିଲେ ନିଜ ପ୍ରେମକୁ ନେଇ ଶ୍ୱେତା
Advertisement
Article Detail0/zeeodisha/odisha1319418

Sweta death case: ସାମ୍ନାକୁ ଆସିଲା ଶ୍ବେତାଙ୍କ ଡାଏରୀର କିଛି ଫର୍ଦ୍ଦ, ଜାଣନ୍ତୁ କଣ ଲେଖିଥିଲେ ନିଜ ପ୍ରେମକୁ ନେଇ ଶ୍ୱେତା

ଆଉ ଏହି ଡାଏରୀର ଏକ ପୃଷ୍ଠା ସାମ୍ନାକୁ ଆସିବା ପରେ ସୌମ୍ୟଜିତ କୁ ଶ୍ୱେତା କେତେ ଭଲ ପାଉଥିଲେ ତାହା ସ୍ପଷ୍ଟ ବାରି ହୋଇ ପଡୁଛି।  ସେପଟେ ଶ୍ୱେତା ଓ ସୋମ୍ୟଜିତଙ୍କ ମଧ୍ୟରେ କିଛି ଅକୁହା କଥା ସାମ୍ନାକୁ ଆଣିଛନ୍ତି ଶ୍ଵେତାଙ୍କ ସାଙ୍ଗ । କିଭଳି ଥିଲା ଶ୍ୱେତା ଓ ସୌମ୍ୟଜିତ ଙ୍କ ମଧ୍ୟରେ ସମ୍ପର୍କ । ସେପଟେ ଶ୍ୱେତା ଆତ୍ମହତ୍ୟା କୁ ୭ ଦିନ ବିତିଲା ।

Sweta death case: ସାମ୍ନାକୁ ଆସିଲା ଶ୍ବେତାଙ୍କ ଡାଏରୀର କିଛି ଫର୍ଦ୍ଦ, ଜାଣନ୍ତୁ କଣ ଲେଖିଥିଲେ ନିଜ ପ୍ରେମକୁ ନେଇ ଶ୍ୱେତା

Sweta death case: ଭୁବନେଶ୍ୱର (ରାଜେଶ ସାମନ୍ତରାୟ) : ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟାକୁ ନେଇ ବଢୁଛି ସସପେନ୍ସ।  ଘଟଣା କୁ ୭ ଦିନ ବିତିଥିଲେ ମଧ୍ୟ ଆତ୍ମହତ୍ୟାର କାରଣ ଖୋଜି ପାଉନି କମିଶନରେଟ ପୋଲିସ । ଶ୍ୱେତାଙ୍କ ପୁରୁଷ ବନ୍ଧୁ ଏବେ କେଉଁଠି ତାହା ମଧ୍ୟ ସ୍ପଷ୍ଟ କରୁନି ତଦନ୍ତକାରୀ ଟିମ ।  ଝିଅର ନ୍ୟାୟ ପାଇଁ ଆଜି ଭୁବନେଶ୍ୱର ଡିସିପିଙ୍କୁ ଭେଟିଛନ୍ତି ଶ୍ୱେତା ଙ୍କ ପରିବାର । ଶ୍ୱେତା ଙ୍କ କିଛି ସାଙ୍ଗକୁ ନମ୍ବର ଦେବାସହ ସେମାନଙ୍କୁ ପଚରାଉଚରା କଲେ ପୁରା ତଥ୍ୟ ସାମ୍ନାକୁ ଆସିବ ବୋଲି ଡିସିପି ଙ୍କୁ ଭେଟି  ଅବଗତ କରିଛନ୍ତି ପରିବାର ଲୋକେ।  

ସେପଟେ ସାମ୍ନାକୁ ଆସିଛି ଶ୍ୱେତାଙ୍କ ଡାଈରୀ ର କିଛି ପୃଷ୍ଠା । ଯେଉଁଥିରେ ନିଜ ଭଲ ପାଇବାକୁ ନେଇ ପୁରୁଷବନ୍ଧୁ ସୋମ୍ୟଜିତଙ୍କ ପାଇଁ କିଛି ଲେଖିଛନ୍ତି ଶ୍ୱେତା । ଏଭଳି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସାମ୍ନାକୁ ଆସିଛି ଶ୍ଵେତାଙ୍କ ଡାଈରୀ। ଯେଉଁଥିରେ ଲେଖା ଅଛି " PLEASE GOD, ALWAY SAVE AND BLESS OUR RELATIONSHIP WITH MORE LOVE AND HELP US TO MAKE OUR RELATIONSHIP STRONGER THAN BEFORE. DAY BY DAY SOUMYAJIT MOHAPATRA LOVING ME MORE AND MORE AND OUR BOND IS GETTING STRONGER.    PLEASE GOD HELP US SOLVE ALL OF OUR PROBLEMS ...

SOUMAJIT LOVE SWETA   ।

ଆଉ ଏହି ଡାଈରୀ ର ଏକ ପୃଷ୍ଠା ସାମ୍ନାକୁ ଆସିବା ପରେ ସୌମ୍ୟଜିତ କୁ ଶ୍ୱେତା କେତେ ଭଲ ପାଉଥିଲେ ତାହା ସ୍ପଷ୍ଟ ବାରି ହୋଇ ପଡୁଛି।  ସେପଟେ ଶ୍ୱେତା ଓ ସୋମ୍ୟଜିତଙ୍କ ମଧ୍ୟରେ କିଛି ଅକୁହା କଥା ସାମ୍ନାକୁ ଆଣିଛନ୍ତି ଶ୍ଵେତାଙ୍କ ସାଙ୍ଗ । କିଭଳି ଥିଲା ଶ୍ୱେତା ଓ ସୌମ୍ୟଜିତ ଙ୍କ ମଧ୍ୟରେ ସମ୍ପର୍କ । ସେପଟେ ଶ୍ୱେତା ଆତ୍ମହତ୍ୟା କୁ ୭ ଦିନ ବିତିଲା ।

ଝିଅକୁ ନ୍ୟାୟ ମିଳି ନଥିବାରୁ ଆଜି ଭୁବନେଶ୍ୱର ଡ଼ିସିପି ଙ୍କୁ ଭେଟିଛନ୍ତି ଶ୍ୱେତା ଙ୍କ ପରିବାର ।  ଶ୍ୱେତାଙ୍କ ପରିବାର କହିଛନ୍ତି, ଶ୍ୱେତାଙ୍କ ୪ ଜଣ ସାଙ୍ଗଙ୍କ ଠିକଣା ପୋଲିସକୁ ଦେଇଛୁ। ଯେଉଁମାନେ ଶ୍ୱେତା ଓ ସୌମ୍ୟଜିତ ସମ୍ପର୍କ ନେଇ ପୋଲିସ କୁ ତଥ୍ୟ ଦେଇ ପାରିବେ । ପ୍ରଶ୍ନ ଉଠୁଛି ଶ୍ୱେତାଙ୍କ ୪ ସାଙ୍ଗ କିଏ ? ଏହି ସାଙ୍ଗ ମାନଙ୍କୁ ତଦନ୍ତ ପରିସରଭୁକ୍ତ କଲେ ପୋଲିସ କିଭଳି ତଥ୍ୟ ପାଇବ ।

ସେପଟେ ଏହି ମୃତ୍ୟୁ ମାମଲାରେ ତଦନ୍ତ ଯେତିକି ଆଗଉଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ପୁଲିସ ହାତରେ ମୋବାଇଲ କଲ୍‌ ଡିଟେଲ୍ସରୁ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ପୁରୁଷବନ୍ଧୁ ସୌମ୍ୟଜିତଙ୍କୁ ଶ୍ବେତା ୧୫ ଥର କଲ୍‌ କରିଥିଲେ। ରାତି ସାଢ଼େ ଗୋ‌ଟାଏରେ ଶେଷ ଫୋନ୍‌ ଥିଲା। ତେବେ ସୌମ୍ୟଜିତ ଫୋନ୍‌ ଧରିନଥିବା ଜଣାପଡ଼ିଛି। ପୁଲିସ ମଧ୍ୟ ଦୁଇଟି ସିଟିଟିଭି ଫୁଟେଜ୍‌ ପାଇଛି। ଯେଉଁଥିରେ ଭୁବନେଶ୍ବରର ଏକ ପବ୍‌ର ଦୃଶ୍ୟ ରହିଛି। ସେଠାକୁ ଶ୍ବେତା ଯାଇଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଫୁଟେଜ୍‌ରେ ସମ୍ବଲପୁରସ୍ଥିତ ଘର ସାମ୍ନାରୁ ସୌମ୍ୟଜିତ ବାଇକ୍‌ରେ ବସି ବାହାରକୁ ଯାଉଥିବା ଦେଖାଯାଉଛି। ଏଥିରୁ ସେ ଫେରାର ହୋଇଯାଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ଶ୍ବେତାଙ୍କ ମୃତଦେହ ଉଦ୍ଧାର ପରଦିନ ପୁଲିସ ସୌମ୍ୟଜିତଙ୍କୁ ଡାକି ଥାନାରେ ପଚରା ଉଚରା କରିଥିଲେ ହେଁ ଗିରଫ କରି ନଥିବା ଶ୍ବେତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଶ୍ବେତା ଓ ସୌମ୍ୟଜିତଙ୍କ ମଧ୍ୟରେ ମୋବାଇଲ ବାର୍ତ୍ତାଳାପର ଏକ ଅଡ଼ିଓ ପ୍ରଘଟ ହେଉଛି। ଯାହା ପୁଲିସର ହସ୍ତଗତ ହୋଇଛି। ତେବେ ଏହି ଅଡ଼ିଓ ସତ୍ୟତା ଯାଞ୍ଚ ପରେ ଜଣାପଡ଼ିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଭଦ୍ରକ ଅଞ୍ଚଳର ଶ୍ବେତା ଇନ୍‌ଫୋସିଟି ଥାନା ଅଧୀନ ଏକ ଘରୋଇ ଆଇଟି କମ୍ପାନୀରେ ୨୦୧୮ରୁ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଶୈଳଶ୍ରୀବିହାରସ୍ଥିତ ଗ୍ରିନ୍‌ ଆପାର୍ଟମେଣ୍ଟର ଏକ ଫ୍ଲାଟ୍‌ରେ ଦୁଇ ବାନ୍ଧବୀଙ୍କ ସହ ସେ ଭଡ଼ାରେ ରହୁଥିଲେ। ସେଠାରୁ ଗତ ୧୯ ତାରିଖରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି ପୁଲିସ ଡାକ୍ତରଖାନା ପଠାଇଥିଲା। ଶ୍ବେତା ବ୍ୟବହାର କରୁଥିବା ମୋବାଇଲକୁ ପୁଲିସ ଜବତ କରିବା ସହ ଆତ୍ମହତ୍ୟା ପୂର୍ବରୁ କାହା ସହିତ, କେତେ ଥର, କେତେ ସମୟ କଥା ହୋଇଛନ୍ତି ସେନେଇ କଲ ରେକର୍ଡ଼(ସିଡ଼ିଆର) ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା। ସେହିପରି ଶ୍ବେତାଙ୍କ ଡାଏରୀକୁ ମଧ୍ୟ ପୁଲିସ ଜବତ କରିଥିଲା। ସମ୍ବଲପୁର ଅଇଁଠାପାଲି ଅଞ୍ଚଳର ପୁରୁଷବନ୍ଧୁ ତଥା ସହକର୍ମୀ ସୌମ୍ୟଜିତ ମହାପାତ୍ରଙ୍କ ପାଇଁ ସେ ଆତ୍ମହତ୍ୟା କରିଥିବା ଶ୍ବେତାଙ୍କ ବାପା ସୁଶାନ୍ତ କୁମାର ଦାଶ ଓ ଭାଇ ବବୁଲ ଚନ୍ଦ୍ରଶେଖରପୁର ଥାନାରେ ସୋମବାର ଏତଲା ଦେଇଥିଲେ।