JP Nadda reached Odisha: ସଜବାଜ ହୋଇ ଆସିଛନ୍ତି ନଡ୍ଡା, ଦୁଇଦିନ କରିବେ ଶଙ୍ଖନାଦ: ପଦ୍ମ ଫୁଟିବ ତ
Advertisement
Article Detail0/zeeodisha/odisha1372977

JP Nadda reached Odisha: ସଜବାଜ ହୋଇ ଆସିଛନ୍ତି ନଡ୍ଡା, ଦୁଇଦିନ କରିବେ ଶଙ୍ଖନାଦ: ପଦ୍ମ ଫୁଟିବ ତ

ଆଜି ସେ ତୃଣମୂଳ ସ୍ତରରେ ଶକ୍ତିକେନ୍ଦ୍ରରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କୁ ସେ ଗୁରୁମନ୍ତ୍ର ଦେବେ ବୋଲି ସୂଚନା ରହିଛି। କାର୍ଯ୍ୟକର୍ତ୍ତାଙ୍କ ସହିତ ସେ ବିସ୍ତୃତ ଭାବେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। 

JP Nadda reached Odisha: ସଜବାଜ ହୋଇ ଆସିଛନ୍ତି ନଡ୍ଡା, ଦୁଇଦିନ କରିବେ ଶଙ୍ଖନାଦ: ପଦ୍ମ ଫୁଟିବ ତ

JP Nadda reached Odisha: ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା (Odisha) ଗସ୍ତରେ ଆସି ଆଜି ଭୁବନେଶ୍ୱରରେ (Bhubaneswar) ପହଞ୍ଚିଛନ୍ତି ବିଜେପି (BJP) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (JP Nadda)। ଶକ୍ତିକେନ୍ଦ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଓଡ଼ିଶା ଆସିଛନ୍ତି। ଏନେଇ ଭୁବନେଶ୍ୱରରେ (Bhubaneswar) ବ୍ୟାପକ ଆୟୋଜନ ହୋଇଛି। ନଡ୍ଡାଙ୍କୁ ବିଶାଳ ଶୋଭାଯାତ୍ରାରେ ପାଛୋଟି ଆଣିଛନ୍ତି ଦଳୀୟ ନେତା ଓ କର୍ମୀ। ମଧ୍ୟାହ୍ନରେ ଜନତା ମଇଦାନରେ ହେବ ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମାବେଶ।

ଆଜି ସେ ତୃଣମୂଳ ସ୍ତରରେ ଶକ୍ତିକେନ୍ଦ୍ରରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କୁ ସେ ଗୁରୁମନ୍ତ୍ର ଦେବେ ବୋଲି ସୂଚନା ରହିଛି। କାର୍ଯ୍ୟକର୍ତ୍ତାଙ୍କ ସହିତ ସେ ବିସ୍ତୃତ ଭାବେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା, ସଂଗଠନକୁ ମଜବୁତ କରିବା ଓ ରାଜ୍ୟ ସରକାରଙ୍କ ବିଫଳତା ଉପରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। 

ଏଥିସହିତ ୨୦୨୪ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ନଡ୍ଡା। ଏହି କାର୍ଯ୍ୟକ୍ରମ ପରେ ଦଳୀୟ କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ଦଳର ପଦାଧିକାରୀଙ୍କ ସହ ବିସ୍ତୃତ ଭାବେ କଥା ହେବେ ବୋଲି ଜଣାପଡ଼ିଛି। ଏହାପରେ ସେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯିବେ। ସେଠାରେ ସେ ରାତ୍ରୀଯାପନ କରିବେ ବୋଲି ସୂଚନା ରହିଛି। ଆସନ୍ତାକାଲି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭଦ୍ରକ ଯିବେ ନଡ୍ଡା।

ସେପଟେ ନଡ୍ଡାଙ୍କ ଦୁଇ ଦିନିଆ ଗସ୍ତ ଓ ବିଜେପିର କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ଭଣ୍ଡୁର କରିବାକୁ ବିଜେଡି ମଧ୍ୟ ଦୁଇ ଦିନିଆ ପ୍ରତିନିଧି ସମ୍ମିଳନୀ ଆୟୋଜନ କରିଛି। ପ୍ରଥମ ଦିନରେ ଯୁବ, ଛାତ୍ର ଓ ବିଜୁ ମହିଳା ଜନତା ଦଳର ପ୍ରତନିଧି, ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତିମାନେ ଯୋଗ ଦେବେ। ୩୦ ତାରିଖରେ ବିଜେଡିର ନିର୍ବାଚିତ ପ୍ରତିନିଧିମାନଙ୍କର ବୈଠକ ହେବ ।

ବିଜେପିର ଏହି ରଣନୀତିକୁ ଭଣ୍ଡୁର କରିବାକୁ ବିଜେଡ଼ି ଅଣ୍ଟା ଭିଡ଼ିଛି। ବରମୁଣ୍ଡା ପଡ଼ିଆରେ ବିଜେଡ଼ି ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏହି ସମ୍ମିଳନୀରେ ୨ ହଜାରରୁ ଊର୍ଦ୍ଧ୍ବ ପ୍ରତିନିଧି ଯୋଗ ଦେବେ। ବିଧାୟକ, ସାଂସଦ ଓ ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ, ଏହା ବ୍ରହ୍ମପୁର, କଟକ ଓ ଭୁବନେଶ୍ୱରର ମେୟର ଓ କର୍ପୋରେଟରମାନେ ଉପସ୍ଥିତ ରହିବେ।

ପଦଯାତ୍ରାର ପ୍ରସ୍ତୁତି ଏବଂ ପଦଯାତ୍ରା ସମୟରେ କେଉଁ କେଉଁ ପ୍ରସଙ୍ଗ ଲୋକଙ୍କ ନିକଟରେ ପହଂଚାଯିବ ସେ ନେଇ ଦୁଇ ଦିନ ଆଲୋଚନା ହେବ। ଗାନ୍ଧୀ ଜୟନ୍ତୀରୁ ମାସେ ବ୍ୟାପୀ ପଦଯାତ୍ରା ହେବ। ପ୍ରତି ୱାର୍ଡଠୁ ନେଇ ପଞ୍ଚାୟତ, ବ୍ଲକ ଓ ମ୍ୟୁନିସିପାଲିଟି ସ୍ତରରେ ଏହି କାର୍ଯ୍ୟକ୍ରମ କରାଯିବ । ଯେଉଁଥିରେ ରାଜ୍ୟ ସରକାରଙ୍କ ସଫଳତା ଲୋକଙ୍କୁ ଅବଗତ କରାଇବାକୁ ପ୍ରସ୍ତୁତି ଶେଷ କରିଛି ବିଜେଡି। ଶେଷରେ ନଭେମ୍ବର୨ ରେ ଜିଲ୍ଲା ସ୍ତରୀୟ ସମାବେଶରେ ଶପଥ ମାଧମରେ ଶେଷ ହେବ ।