Uttar Pradesh: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପାଇଁ ଏପରି କାମ କଲେ ଯୁବକ
Advertisement
Article Detail0/zeeodisha/odisha1425297

Uttar Pradesh: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପାଇଁ ଏପରି କାମ କଲେ ଯୁବକ

Uttar Pradesh Chief Minister: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପାଇଁ ଜଣେ ଯୁବକ ଯାହା କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Uttar Pradesh: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପାଇଁ ଏପରି କାମ କଲେ ଯୁବକ

CM Yogi Adityanath: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପାଇଁ ଜଣେ ଯୁବକ ଏପରି କାଣ୍ଡ କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଏହି ଯୁବକ ଜଣଙ୍କ ନିଜ ଜୀବନ ଦେବାକୁ ଆଗେଇ ଆସିଛନ୍ତି। ସେ ନିଜ ବେକରେ ଏକ ରଶି ଲଗାଇ ଏକ ଗଛ ଉପରେ ଚଢି ଯାଇଛନ୍ତି। ତାଙ୍କର ଜିଦ୍ ହେଉଛି ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାକୁ ଚାହୁଁଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ହେଲେ ସେ ଗଛରୁ ତଳକୁ ଓହ୍ଲାଇବାକୁ ପ୍ରସ୍ତୁତ ନୁହଁନ୍ତି।

ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ (Uttar Pradesh Capital Lucknow) ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଜିଦ ଧରିଥିବା ସେହି ଯୁବକ ଜଣଙ୍କ କହିଛନ୍ତି ଯେ ଯଦି କେହି ତାଙ୍କୁ ଗଛରୁ ଓହ୍ଲାଇବାକୁ ବାଧ୍ୟ କରନ୍ତି, ତାହେଲେ ମୁଁ ମୋ ନିଜ ଜୀବନ ଦେଇ ଦେବି। ଯେତେବେଳେ କେହି ସେହି ଗଛ ଉପରକୁ ଚଢିବାକୁ ଚେଷ୍ଟା କରନ୍ତି, ତାହେଲେ ସେ ଚିତ୍କାର କରିବା ସହ ଆତ୍ମହତ୍ୟା କରିବାକୁ ଧମକ ଦେଉଛନ୍ତି।

Also Read: Uttar Pradesh: ଦଶହରା ଅବସରରେ ମହନ୍ତ ଯୋଗୀ ଆଦିତ୍ୟନାଥଙ୍କ ଅପେକ୍ଷା କରିଥାଏ ମୁସଲିମ ସମାଜ, ଜାଣନ୍ତୁ କାରଣ

ଏହି ଘଟଣା ଏବେ ଭାଇରାଲ ହେବାରେ ଲାଗିଛି। ଘଟଣାରୁ ଜଣାପଡ଼ିଛି ଏ ଯେ, ଯୁବକ ଜଣଙ୍କ ଏକ ଗଛ ଉପରେ ଚଢି ଯାଇଛନ୍ତି। ପୋଲିସ ଏବଂ ଅନ୍ୟ ଲୋକେ ସେହି ଗଛ ତଳେ ଛିଡ଼ା ହୋଇଛନ୍ତି। ସେମାନେ ସେହି ଯୁବକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି। ହେଲେ ସେହି ଯୁବକ ଜଣଙ୍କ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପାଇଁ କାହିଁକି ଜିଦ୍‌ କରୁଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ। ପୋଲିସ ଏହାର କାରଣ ଜାଣିବାକୁ ଚେଷ୍ଟା କରୁଛି। 

Also Read: ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ନିଜ ରୋଲ ମଡ଼େଲ ମାନନ୍ତି ମୁସଲିମ ଯୁବକ

ଶୁକ୍ରବାର ହିମାଚଳ ପ୍ରଦେଶ ଗସ୍ତର ଅଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Uttar Pradesh Chief Minister Yogi Adityanath)। ତାଙ୍କର ଏହି କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ହୋଇସାରିଛି।  ଗସ୍ତ ଅବସରରେ  ମୁଖ୍ୟମନ୍ତ୍ରୀ ଯୋଗୀ ହିମାଚଳ ପ୍ରଦେଶର କାଙ୍ଗ୍ରା ଠାରେ ପହଞ୍ଚିବେ। ଏହା ପରେ ସେ ସଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ଘୁମରବୀ ଏବଂ ବିଳାଶପୁର ଠାରେ ମଧ୍ୟ  ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହେବ।