ପତ୍ନୀକୁ ମିଳିଲା ସ୍ବାମୀଙ୍କ ୧୮ ବର୍ଷ ପୁରୁଣା love letter, ଲ୍ୟାବ୍ ପରୀକ୍ଷଣର ଫଟୋ ସହିତ କରିଥିଲେ ପ୍ରେମ ବ୍ୟକ୍ତ
Advertisement
Article Detail0/zeeodisha/odisha1640702

ପତ୍ନୀକୁ ମିଳିଲା ସ୍ବାମୀଙ୍କ ୧୮ ବର୍ଷ ପୁରୁଣା love letter, ଲ୍ୟାବ୍ ପରୀକ୍ଷଣର ଫଟୋ ସହିତ କରିଥିଲେ ପ୍ରେମ ବ୍ୟକ୍ତ

Viral News: ନିକଟରେ ସୋସିଆଲ ମିଡ଼ିଆରେ ଏକ ପ୍ରେମପତ୍ର ବେଶ ଭାଇରାଲ ହେବାରେ ଲାଗିଛି । ଏହା ୧୮ ବର୍ଷ ପୁରୁଣା ବୋଲି କୁହାଯାଉଛି । 

ସୌ(ସୋସିଆଲ ମିଡିଆ)

Viral News: ଦୁଇ ପ୍ରେମୀଙ୍କ ମଧ୍ୟରେ ପ୍ରେମର ଆଦାନ ପ୍ରଦାନକୁ ଲିଖିତ ଆକାରରେ ଅଭିବ୍ୟକ୍ତ କରିବାକୁ ପ୍ରେମ ପତ୍ର କିମ୍ବା ଲଭ ଲେଟର କୁହାଯାଏ। ନିଜର ମନ କଥା ନିଜ ପ୍ରେମୀ ସମ୍ନାରେ ପରିପ୍ରକାଶ କରିବା ଲାଗି ଆଗ କାଳରେ ଚିଠିର ଆଦାନ ପ୍ରଦାନ କରାଯାଉଥିଲା । ଆଜି କାଲି ହ୍ୱାଟ୍ସଆପ୍‌(Whatsapp) ଓ ଫେସବୁକ(Fcaebook) ଯୁଗରେ ପ୍ରେମର ଅନୁଭୂତି ବର୍ଣ୍ଣନା କରିବାର ଏହି ପୁରୁଣା କୌଶଳଟି ଏବେ ଲୋପ ପାଇ ଗଲାଣି। ହାତରେ ଲେଖା ଯାଉଥିବା ଚିଠି ଗୁଡି଼କ ଇତିହାସ ପରି ମନେ ହେଉଛି। ପୂର୍ବରୁ ପ୍ରେମ ନିବେଦନ କରିବାର ଏହି ମାଧ୍ୟମ ଗୁଡିକ ଏବେ ବିଲୁପ୍ତ ପ୍ରାୟ। ତେବେ ଅନେକ ସମୟରେ ବହୁ ପ୍ରେମ ପତ୍ର ସୋସିଆଲ ମିଡିଆରେ ଭାଇରାଲ(Social Media Viral) ହେଉଥିବା ଆମେ ଦେଖିବାକୁ ପାଇଥାଉ।

ଏହିପରି ଏକ ଲଭ ଲେଟର (love letter) ସୋସିଆଲ ମିଡିଆ (social media)ରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।  ଏହା ୧୮ ବର୍ଷ ତଳର ଲଭ ଲେଟର (love letter) ବୋଲି କୁହାଯାଉଛି। ବାସ୍ତବରେ, ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଦେଇଥିବା ୧୮ ବର୍ଷ ତଳର ପ୍ରେମ ପତ୍ର (love letter) ମିଳିଛି। ଏହାକୁ ସେ ସୋସିଆଲ ମିଡିଆ (social media)ରେ ଅପଲୋଡ କରିବା ପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ମନରେ କୌତୁହଳ ପ୍ରକାଶ ପାଇଛି। ତେବେ ଏହା ଭାଇରାଲ (viral) ହେବାରେ ଲାଗିଛି। ଭଲ ପାଉଥିବା ଜଣେ ମଣିଷକୁ ପ୍ରେମର ନିବେଦନ କରିବା ପାଇଁ ନିଜ ହାତ ଲେଖା ଚିଠି ଲେଖିବାର ଅନୁଭୂତିକୁ ମହିଳା ଜଣକ ଏହି ପୋଷ୍ଟରେ ବର୍ଣ୍ଣନା କରି କହିଛନ୍ତି। କଲେଜ ସମୟରେ ମହିଳାଙ୍କର ସ୍ୱାମୀ ତାଙ୍କୁ ଏହି ଲେଟର (letter)ଟି ଲେଖି ପ୍ରେମ ନିବେଦନ (propose) କରିଥିଲେ ବୋଲି ସେ କହିଛନ୍ତି। ପୋଷ୍ଟ୍‌ର କ୍ୟାପସନରେ ଲେଖାଯାଇଛି ଯେ, "ଗତକାଲି ମୁଁ ଘରେ କିଛି ପୁରୁଣା ଜିନିଷ ସଫା କରୁଥିଲି। ଏହି ସମୟରେ ଶ୍ରୀ ଆୟର ମୋତେ ଲେଖିଥିବା ଲଭ ଲେଟର (love letter) ମିଳିଥିଲା। ଏହାକୁ ପ୍ରାୟ ୧୮ ବର୍ଷ ୫ ମାସ ପୂର୍ବେ ସେ ମୋ ପାଇଁ ଲେଖିଥିଲେ। କିନ୍ତୁ ନିଜ ପ୍ରେମିକାକୁ ଲଭ ଲେଟର(Love Letter) ଲେଖିବା ସମୟରେ ଲେଟରରେ ଲ୍ୟାବର ଟେଷ୍ଟ ଗୁଡିକ ବିଷୟରେ କିଏ ଲେଖେ? ତଥାପି ମୁଁ ତାଙ୍କୁ ହଁ କହିଥିଲି।"

ଏହା ମଧ୍ଯ ପଢନ୍ତୁ-Shocking news: ଏଠାରେ ରୋମାନ୍ସ କରିବାକୁ ମିଳିବ ୭ ଦିନ ଛୁଟି! ଯୋଜନାର ନାମ ସ୍ପ୍ରିଂଗ ବ୍ରେକ୍

ଏହା ମଧ୍ଯ ପଢନ୍ତୁ-Viral diseases: ସଂକ୍ରମଣ ଯୋଗୁଁ ଶରୀରରେ ଘୂରି ବୁଲିଲେ ଲକ୍ଷ ଲକ୍ଷ କୀଟ! ଭୁଲରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ ଏସବୁ ଲକ୍ଷଣ

ପ୍ରକୃତରେ ମହିଳା ଜଣଙ୍କ କଲେଜରେ ପଢୁଥିବା ସମୟରେ ତାଙ୍କ ସ୍ୱାମୀ ଏହି ପତ୍ର ମାଧ୍ୟମରେ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ଏହି ଲଭ ଲେଟରରେ ଲ୍ୟାବ ପରୀକ୍ଷଣ (lab experiment)ର ଚିତ୍ର ସ୍ପଷ୍ଟ ଭାବରେ ଜଣାପଡୁଛି। ଏଥିପାଇଁ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ ବର୍ତ୍ତମାନ ଚାଣକ୍ୟ ୟୁନିଭର୍ସିଟିରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ଏହାଛଡା ସେ ୫ଟି ପୁସ୍ତକ ରଚନା କରି ଥିବା ତାଙ୍କର ଟ୍ୱିଟର ଆକାଉଣ୍ଟରୁ ସୂଚନା ମିଳିଛି। ସୋସିଆଲ ମିଡିଆରେ ଏହି ଲଭ ଲେଟରକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଲୋକେ ଏହାକୁ ପ୍ରେମ ଆବେଦନ କରିବାର ଏକ ଉତ୍ତମ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି।

ଏହା ମଧ୍ଯ ପଢନ୍ତୁ-Solar Eclipse 2023: ଆଗକୁ ଆସୁଛି ସୂର୍ଯ୍ୟପରାଗ, ଭାରତ ଉପରେ ପଡ଼ିବ କେଉଁ ପ୍ରଭାବ? ଜାଣନ୍ତୁ

ଏହା ମଧ୍ଯ ପଢନ୍ତୁ-Periods in Female Dogs: କୁକୁରମାନଙ୍କର ମଧ୍ୟ ହୋଇଥାଏ କି ପିରିୟଡ୍ସ? ଯଦି ହଁ, ତେବେ କେତେ ଦିନ?