vegetables price hike: ରୋଷେଇ ଘର ମହଙ୍ଗା ମାଡ଼: ବନ୍ୟା ପାଇଁ ହୁ' ହୁ' ହୋଇ ବଢିଗଲା ପରିବା ଦର; ଜାଣନ୍ତୁ ଓଡ଼ିଶାରେ କଣ ରହିଛି ସ୍ଥିତି
Advertisement
Article Detail0/zeeodisha/odisha1779198

vegetables price hike: ରୋଷେଇ ଘର ମହଙ୍ଗା ମାଡ଼: ବନ୍ୟା ପାଇଁ ହୁ' ହୁ' ହୋଇ ବଢିଗଲା ପରିବା ଦର; ଜାଣନ୍ତୁ ଓଡ଼ିଶାରେ କଣ ରହିଛି ସ୍ଥିତି

Inflation: ଟମାଟୋ ଦର ପୂର୍ବରୁ ଖାଉଟିଙ୍କ ମୁଣ୍ଡ ବିନ୍ଧାଉଛି। ପୂରା ଦେଶରେ ଟମାଟୋ ଦର ପ୍ରାୟତଃ ୧୦୦ ଉପରେ ରହିଛି।  କିନ୍ତୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆରମ୍ଭ ହେବା ଏବଂ ଦିଲ୍ଲୀର କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ହେତୁ ପନିପରିବା ଦର ଆହୁରି ବୃଦ୍ଧି ପାଇଛି। ଜୁଲାଇ ୧୩ରେ ଉପସ୍ଥାପିତ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛ

vegetables price hike: ରୋଷେଇ ଘର ମହଙ୍ଗା ମାଡ଼: ବନ୍ୟା ପାଇଁ ହୁ' ହୁ' ହୋଇ ବଢିଗଲା ପରିବା ଦର; ଜାଣନ୍ତୁ ଓଡ଼ିଶାରେ କଣ ରହିଛି ସ୍ଥିତି

Vegetables Price Hike: ନୂଆଦିଲ୍ଲୀ: ଟମାଟୋ ଦର ପୂର୍ବରୁ ଖାଉଟିଙ୍କ ମୁଣ୍ଡ ବିନ୍ଧାଉଛି। ପୂରା ଦେଶରେ ଟମାଟୋ ଦର ପ୍ରାୟତଃ ୧୦୦ ଉପରେ ରହିଛି।  କିନ୍ତୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆରମ୍ଭ ହେବା ଏବଂ ଦିଲ୍ଲୀର କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ହେତୁ ପନିପରିବା ଦର ଆହୁରି ବୃଦ୍ଧି ପାଇଛି। ଜୁଲାଇ ୧୩ରେ ଉପସ୍ଥାପିତ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟରେ ଅହେତୁକ ବୃଦ୍ଧି ଖାଉଟିର ଅବସ୍ଥାକୁ ଖରାପ କରିଦେଇଛି। 

ଆଜାଦପୁର ମଣ୍ଡ ସମେତ ଜାତୀୟ ରାଜଧାନୀର କେତେକ ସ୍ଥାନରେ ଟମାଟୋ କିଲୋଗ୍ରାମରୁ ୧୩୦ ରୁ ୨୪୦ ଟଙ୍କା ପର୍ଯ୍ୟନ୍ତ ଖୁଚୁରା ବିକ୍ରି ହେଉଛି। ହୋଲସେଲର କହିଛନ୍ତି ଯେ ଗତ ଦୁଇ ସପ୍ତାହ ମଧ୍ୟରେ ଟମାଟୋ ସମେତ ପନିପରିବା ଦର ୨ ଗୁଣ ବୃଦ୍ଧି ପାଇଛି। ସମାନ୍ତରାଳ ଭାବେ ବିକ୍ରୟ ମଧ୍ୟ ୪୦ ପ୍ରତିଶତ ହ୍ରାସ ପାଇଛି ବୋଲି ନ୍ୟୁଜ୍ ଏଜେନ୍ସି ବିକ୍ରେତାଙ୍କ ସୂତ୍ରରୁ ପ୍ରକାଶ।

ସେହିପରି ଲକ୍ଷ୍ମୀ ନଗରର ଜଣେ ପନିପରିବା ବ୍ୟବସାୟୀ କହିଛନ୍ତି ଯେ ଲୋକମାନେ ଟମାଟୋ ବଦଳରେ ଟମାଟୋ ପ୍ୟୁରି କିଣୁଛନ୍ତି। ବିକ୍ରି କମ୍ ଥିବାରୁ ମୁଁ ଆଜିକାଲି ମାତ୍ର ୫ କିଲୋଗ୍ରାମ ଟମାଟୋ ଆଣୁଛି। ପୂର୍ବରୁ ଯେତେବେଳେ ଶସ୍ତା ରହିଥିଲା, ସେତେବେଳେ ୨୦ ରୁ ୨୫ କିଲୋଗ୍ରାମ ଟମାଟୋ ବିକ୍ରି ହେଉଥିଲା ବୋଲି ଉକ୍ତ ବ୍ୟବସାୟୀ ଜଣକ କହିଛନ୍ତି। ସେହିପରି ଆଉ ଜଣେ ପରିବା ବ୍ୟବସାୟୀ କହିଛନ୍ତି କି ଲାଉ କିଲୋଗ୍ରାମ ପିଛା ୭୦ ଟଙ୍କାରେ ବିକ୍ରି ହେଉଛି। କ୍ୟାପସିକମ୍ ୮୦, କଲରା ୬୫, ସବୁଜ ଧନିଆ କେଜି ୫୦୦ ଟଙ୍କା, ଭେଣ୍ଡି ୧୩୦ ଟଙ୍କାରେ ବିକ୍ରି ହେଉଥିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି କାକୁଡିର ମୂଲ୍ୟ ୮୦ ଟଙ୍କା ରହିଥିବା ବେଳେ ସାରୁ ୧୩୦ ଟଙ୍କା, ବିନ୍ସ ୨୨୦ ଟଙ୍କା, ଅଦା ୪୦୦ ରୁ ୪୭୦ ଟଙ୍କାକୁ ବୃଦ୍ଧି ପାଇଛି। କଳା ବାଇଗଣ କିଲୋ ପିଛା ୧୦୦ ରୁ ୧୨୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ପୋଟଳ ଦରରେ ମଧ୍ୟ ଅହେତୁକ ବୃଦ୍ଧି ପାଇଛି। 

ପ୍ରବଳ ବର୍ଷାର ପ୍ରଭାବ ଯୋଗୁଁ ଟମାଟୋ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ଟମାଟୋର ଅବସ୍ଥା ପାଇଁ ବର୍ଷା ହେଉଛି ମୁଖ୍ୟ କାରଣ ବୋଲି ପରିବା ବ୍ୟବସାୟୀମାନେ କହିଛନ୍ତି। ବ୍ୟବସାୟୀମାନେ କହିଛନ୍ତି ଯେ, ପ୍ରବଳ ବନ୍ୟା ପରିସ୍ଥିତି ଯୋଗୁଁ ପରିବହନ ବ୍ୟବସ୍ଥା ଠପ ହୋଇଯାଇଛି। 

ସେପଟେ ପରିବାରର ଖର୍ଚ୍ଚ ବଢିଯାଇଛି। ବିଗତ କିଛି ଦିନ ମଧ୍ୟରେ ପରିବା ଦର ପ୍ରାୟତଃ ଦୁଇଗୁଣା ବଢିଯାଇଛି। ଟମାଟୋ ଦର ତମାମ ଦେଶରେ ହିଁ ଦୁଇଗୁଣାରୁ ଅଧିକ ବଢିଯାଇଛି। ସେହିପରି ଅନ୍ୟ ପରିବା ଗୁଡ଼ିକ ଦର ମଧ୍ୟ ବୃଦ୍ଧି ପାଇଛି। ଯାହା ଫଳରେ ରୋଷେଇ ଘର ମହଙ୍ଗା ମାଡ଼ର ପ୍ରଭାବ ଦେଖିବାକୁ ମିଳିଛି। ପୂର୍ବରୁ ଟମାଟୋ ଦର ମାଡ଼ରେ ଖାଉଟି ହନ୍ତସନ୍ତ କରୁଥିବା ବେଳେ  ଏବେ ପରିବା ଦର ବୃଦ୍ଧି ନିମ୍ନ ମଧ୍ୟବିତ୍ତ ପରିବାରର ବଜେଟକୁ ପ୍ରଭାବିତ କରିଛି। 

Also Read: Weather Update: ପାଣିପାଗ ବିଭାଗର ସତର୍କ ଘଣ୍ଟି, ଏହି ସବୁ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ! ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ

Also Read: Chandrayaan-3 Mission: ଆଜି ଲଞ୍ଚ ହେବ ଚନ୍ଦ୍ରାୟନ-3, ଜାଣନ୍ତୁ ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ

Also Read: Gold Rate: ସର୍ବକାଳୀନ ରେକର୍ଡ ସୁନା ଓ ରୂପା ଦରରେ ବଡ଼ ପରିବର୍ତ୍ତନ, ପୁଣି ଏତିକି ଟଙ୍କା ହେଲା ମହଙ୍ଗା