Odisha News: ବାତ୍ୟା ଆଶଙ୍କାରେ ବଢିଲା କଳାବଜାରୀ, ଆକାଶଛୁଆଁ ପରିବା ଦର
Advertisement
Article Detail0/zeeodisha/odisha2481415

Odisha News: ବାତ୍ୟା ଆଶଙ୍କାରେ ବଢିଲା କଳାବଜାରୀ, ଆକାଶଛୁଆଁ ପରିବା ଦର

ଭୁବନେଶ୍ୱର: ବାତ୍ୟା ନେଇ ପାଣିପାଗ ବିଭାଗ ସ୍ପଷ୍ଟ କରିବା ପରେ ଆଗୁଆ ପନିପରିବା ଏବଂ ତେଜରାତୀ ସାମଗ୍ରୀ ସାଇତି ରଖିବା ଲକ୍ଷ୍ୟରେ ଲୋକଙ୍କ ଭିଡ଼ ହାଟ ଓ ବଜଡାରରେ ଦେଖିବାକୁ ମିଳିଛି। ସକାଳେ ଯେଉଁ ପରିବା ଦର କିଲୋପିଛା ୫୦ ଟଙ୍କାରେ ବିକ୍ରି ହେଉଥିଲା ତାହା ସନ୍ଧ୍ୟା ବେଳକୁ ଦୁଇଗୁଣା ହୋଇଯାଇଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ୧ ନମ୍ବର ହାଟରେ। ବ

Odisha News: ବାତ୍ୟା ଆଶଙ୍କାରେ ବଢିଲା କଳାବଜାରୀ, ଆକାଶଛୁଆଁ ପରିବା ଦର

Odisha News: ଭୁବନେଶ୍ୱର: ବାତ୍ୟା ନେଇ ପାଣିପାଗ ବିଭାଗ ସ୍ପଷ୍ଟ କରିବା ପରେ ଆଗୁଆ ପନିପରିବା ଏବଂ ତେଜରାତୀ ସାମଗ୍ରୀ ସାଇତି ରଖିବା ଲକ୍ଷ୍ୟରେ ଲୋକଙ୍କ ଭିଡ଼ ହାଟ ଓ ବଜଡାରରେ ଦେଖିବାକୁ ମିଳିଛି। ସକାଳେ ଯେଉଁ ପରିବା ଦର କିଲୋପିଛା ୫୦ ଟଙ୍କାରେ ବିକ୍ରି ହେଉଥିଲା ତାହା ସନ୍ଧ୍ୟା ବେଳକୁ ଦୁଇଗୁଣା ହୋଇଯାଇଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ୧ ନମ୍ବର ହାଟରେ। ବାତ୍ୟା ସମୟରେ କଳାବଜାରୀ ନକରିବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚେତାବନୀ ଦେଇଛନ୍ତି। ଯେଉଁ ଅସାଧୁ ବ୍ୟବସାୟୀ କଳାବଜାରୀ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। 

ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି କି ବଜାରରେ ଯେପରି କଳାବଜାରୀ ନ ହୁଏ ସେଥିପ୍ରତି ନଜର ରଖିବେ। ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ମଧ୍ୟ କହିଛନ୍ତି। ରବିବାର ସନ୍ଧ୍ୟାରେ ସାରା ରାଜ୍ୟରେ ପରିବା ଦର ନିୟନ୍ତ୍ରଣ ବାହାରେ ରହିଥିଲା। ଅଧିକାଂଶ ପରିବାର ଦର ୮୦ ଟଙ୍କା ଉପରେ ରହିଥିଲା। ଏପରିକି କିଛି ପରିବା କିଲୋ ପିଛା ଦର ୧୦୦ ଟଙ୍କା ଡେଇଁଛି। ରବିବାର ସକାଳେ ୟୁନିଟ ୧ ହାଟରେ ଟମାଟୋ କିଲୋପିଛା ୬୦ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ରାତିରେ ତାହା ୮୦ ଟଙ୍କାକୁ ବଢାଇ ଦେଇଥିଲେ। 

ସେହିଭଳି ବାଇଗଣ ଦିନରେ ୫୦ ଟଙ୍କା ରହିଥିବେ ବେଳେ ରାତିରେ ୧୦୦ ଟଙ୍କା ଡେଇଁଥିଲା। ପୋଟଳ ୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ରାତିରେ ୮୦ ଟଙ୍କା ଛୁଇଁଥିଲା। କଞ୍ଚାଲଙ୍କା, ଜହ୍ନି, କଲରା, ବିନ୍ସ, ଝୁଡ଼ଙ୍ଗ, କ୍ୟାପସିକମ, ବିଲାତି ଓ ଖମ୍ବଆଳୁ ଦର ମଧ୍ୟ ବୃଦ୍ଧି ପାଇଛି। ବିନ୍ସ କିଲୋପିଛା ଦର ୧୦୦ ଟଙ୍କା ରହିଥିବା ବେଳେ ଭେଣ୍ଡି କିଲୋ ୬୦ଟଙ୍କା, ସାରୁ ୬୦ ଟଙ୍କା, କଖାରୁ ୨୦ ଟଙ୍କା, ଅଦା ୨୫୦ ଟଙ୍କା, ରସୁଣ ୪୦୦ ଟଙ୍କା, ପିଆଜ ୭୦ ଟଙ୍କା ଏବଂ କଞ୍ଚା ଲଙ୍କା କିଲୋ ପିଛା ୨୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ସେହିପରି ବନ୍ଧାକୋବି କିଲୋ ୪୦ ଟଙ୍କା , ଆଳୁ କିଲୋ ୩୫ ରୁ ୪୦ ଟଙ୍କା ହୋଇଥିଲା। 

କାକୁଡ଼ି କିଲୋ ୫୦ ଟଙ୍କା ଥିବା ବେଳେ କଲରା କିଲୋ ୮୦ ଟଙ୍କାରେ କାରବାର କରିଥିଲା। ୟୁନିଟ୧ ହାଟରେ ପରିବା ବ୍ୟବସାୟୀଙ୍କ କହିବା କଥା ବାତ୍ୟା ଖବର ପ୍ରଚାର ହେବା ପରେ ହାଟରେ ଲୋକଙ୍କ ଭିଡ ଜମିଥିଲା। ପୂର୍ବଦିନ ଅପେକ୍ଷା ରବିବାର ଅଧିକ ଗ୍ରାହକ ଆସିଥିଲେ। ପୁଣି ଲୋକମାନେ ଆବଶ୍ୟକତା ଠାରୁ ଅଧିକ ଜିନିଷ କିଣିଥିଲେ। କଲୋନୀ ଓ ବସ୍ତି ଅଞ୍ଚଳରେ ଥିବା ପରିବା ଦୋକାନୀ ଉଚ୍ଚ ଦରରେ ପରିବା ବିକ୍ରି କରୁଥିବା ଅଭିଯୋଗ ହୋଇଛି।