Nirmala Sitharaman: ସନାତନ ଧର୍ମ ବିବାଦ ଉପରେ ମୁହଁ ଖୋଲିଲେ କେନ୍ଦ୍ର ଅର୍ଥମନ୍ତ୍ରୀ
Advertisement
Article Detail0/zeeodisha/odisha1875826

Nirmala Sitharaman: ସନାତନ ଧର୍ମ ବିବାଦ ଉପରେ ମୁହଁ ଖୋଲିଲେ କେନ୍ଦ୍ର ଅର୍ଥମନ୍ତ୍ରୀ

Sanatana Dharma Controversy: ସନାତନ ଧର୍ମ ବିବାଦ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷ୍ଟାଲିନଙ୍କୁ ଜବାବ ଦେଇଛନ୍ତି । ଜାଣନ୍ତୁ କଣ କହିଛନ୍ତି ଅର୍ଥମନ୍ତ୍ରୀ

Nirmala Sitharaman: ସନାତନ ଧର୍ମ ବିବାଦ ଉପରେ ମୁହଁ ଖୋଲିଲେ କେନ୍ଦ୍ର ଅର୍ଥମନ୍ତ୍ରୀ

Sanatana Dharma Controversy: କିଛିଦିନ ତଳେ ଡିଏମକେ ନେତା ଉଦୟାନିଧି ଷ୍ଟାଲିନ (udhayanidhi stalin) ସନାତନ ଧର୍ମ ବିଷୟରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ । ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Union Finance Minister Nirmala Sitharaman) ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶନିବାର ଦିନ ନିର୍ମଳା ସୀତାରମଣ ଏହି କଥାକୁ ନେଇ ଷ୍ଟାଲିନଙ୍କୁ କାଉଣ୍ଟର କରିଥିଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅର୍ଥମନ୍ତ୍ରୀ କହିଥିଲେ ଯେ, "ଆପଣ ସମ୍ବିଧାନର ନିୟମ ଅନୁଯାୟୀ ଶପଥ ନେଇଛନ୍ତି ଏବଂ ମନ୍ତ୍ରୀ ହୋଇଛନ୍ତି। ଶପଥ ଗ୍ରହଣ ସମୟରେ ଆପଣ କହିଥିଲେ ଯେ, ଆପଣ ଅନ୍ୟମାନଙ୍କ ଭାବନାକୁ ଆଘାତ ପହଞ୍ଚାଇବେ ନାହିଁ । ଯଦି ଏହା ଆପଣଙ୍କ ବ୍ୟକ୍ତିଗତ କଥା ତେବେ ଏହା ଠିକ୍ ନୁହେଁ । ଏପରି ଚିନ୍ତାଧାରା ଓ କଥା ଧର୍ମକୁ ନେଇ ଦ୍ୱନ୍ଦ ସୃଷ୍ଟି କରିବ । 

କେବଳ ସେତିକି ନୁହେଁ ମନ୍ତ୍ରୀ ପି ଶେଖର ବାବୁଙ୍କୁ ପ୍ରଶ୍ନ କରି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ, "ଆପଣ କିପରି ଭାବରେ ହିନ୍ଦୁ ମନ୍ଦିର ଗୁଡିକୁ ସୁରକ୍ଷା ଦେଇ ପାରିବେ? ଯେତେବେଳେ ସେଗୁଡିକୁ ଧ୍ୱଂସ କରିବା ଭଳି ଭାଷଣ ଆପଣଙ୍କ ସାମ୍ନାକୁ ଆସୁଛି । ଆପଣ ମଧ୍ୟ ମନ୍ତ୍ରୀ ହେବା ପୂର୍ବରୁ ଶପଥ ନେଇଥିଲେ । ଆପଣ ଏଥିରେ ସନ୍ତୁଷ୍ଟ ଥିବା ପରି ମନେହେଉଛି । ଏଥିସହ ଉଦ୍ଧାରାନୀଙ୍କ ମୁଣ୍ଡ କାଟିବା ପାଇଁ ୧୦ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିବା ସାଧୁସନ୍ଥଙ୍କୁ ମଧ୍ୟ ନିନ୍ଦା କରିଥିଲେ। ସେ ଅହିଂସା ଉପରେ ନିଜର ବିଶ୍ୱାସକୁ ଗୁରୁତ୍ୱ ଦେଇ କହିଛନ୍ତି, "ମୁଁ ଏପରି କାର୍ଯ୍ୟକୁ ନିନ୍ଦା କରେ । ମୁଁ ଦୃଢ ଭାବରେ ବିଶ୍ୱାସ କରେ ଯେ, ବିବିଧତାକୁ ସମ୍ମାନ କରିବା ହିଂସା ନୁହେଁ।

ନିର୍ମଳା ସୀତାରମଣ ଆହୁରି ମଧ୍ୟ କହିଛନ୍ତି ଯେ, ସନାତନ ଧର୍ମ ପାଇଁ ଏଭଳି ବିବୃତ୍ତି ପୂର୍ବରୁ ମଧ୍ୟ ଆସିଛି । ଏହି ଧର୍ମର ଅନୁଗାମୀମାନେ ଉକ୍ତ ବିବୃତିର ପ୍ରତିଶୋଧ ନିଅନ୍ତି ନାହିଁ। ଏହିପରି ଲୋକମାନଙ୍କର ଅନ୍ୟ ଧର୍ମ ବିଷୟରେ ଖରାପ କଥା କହିବାକୁ ସାହସ ନାହିଁ । ଅନ୍ୟ ଧର୍ମରେ କଣ କୌଣସି ଅସୁବିଧା ନାହିଁ ? ଅନ୍ୟ ଧର୍ମରେ ମହିଳାମାନେ କଣ ନିର୍ଯାତିତ ନୁହଁନ୍ତି ? ଆପଣଙ୍କର କଣ ସାହସ ଅଛି ଅନ୍ୟ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପାଇଁ ?

Also Read- Share Market: ଭାଗ୍ୟ ବଦଳାଇଦେଲା ସେୟାର ମାର୍କେଟ, ମହିଳା ପାଇଲେ ୧୩୯୦ କୋଟି

ଆମେ ଆପଣଙ୍କୁ ଏହା ଜଣାଇବାକୁ ଚାହୁଁ ଯେ, ଏହି ପ୍ରସଙ୍ଗରେ ବିବାଦ ବଢିବା ପରେ ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ରାଜ୍ୟବ୍ୟାପୀ ବିରୋଧ କରାଯାଇଥିଲା । ମନ୍ତ୍ରୀ ଶେଖର ବାବୁଙ୍କ ଇସ୍ତଫା ଦାବିରେ ଏଚଆର ଏବଂ ସିଏ ଅଫିସକୁ ଘେରାଉ ପାଇଁ ଚେଷ୍ଟା କରିଥିଲେ କିଛି ସମର୍ଥକ । ମନ୍ତ୍ରୀ ଶେଖର ବାବୁ ଏହା ପୂର୍ବରୁ କହିଥିଲେ ଯେ, ଡିଏମକେ ସନାତନ ଧର୍ମରେ ଥିବା କିଛି ଚିନ୍ତାଧାରାକୁ ବିରୋଧ କରେ ସତ କିନ୍ତୁ ହିନ୍ଦୁମାନଙ୍କୁ ହୃଦୟରୁ ସ୍ୱାଗତ କରିଥାଏ । ହିନ୍ଦୁଙ୍କ ପ୍ରତି କୌଣସି ଶତୃତା ମନୋଭାବ ନାହିଁ । 

Also Read- Ollywood News: ‘ରାମ୍’ ରେ ଦୁଇ ମେଗା ଆକ୍ସନ ସୁପରଷ୍ଟାର ଅରିନ୍ଦମ - ଅନୁଭବ ଏକାଠି

Also Read- Elon Musk: ଡେଟ୍ ନକରି ନିଜ ସ୍ପର୍ମ ଦେଇଥିଲେ ଏଲନ ମସ୍କ, ଜାଣନ୍ତୁ କିଏ ସେହି ମହିଳା