ରେଳ ମନ୍ତ୍ରଣାଳୟ କହିଛି ଯେ, ଯେଉଁ IRCTC ଆକାଉଣ୍ଚ ସହ ଆଧାର ଲିଙ୍କ୍ ହୋଇନାହିଁ ସେଥିରେ ମାସକୁ ୬ ପରିବର୍ତ୍ତେ ୧୨ଟି ଟିକଟ ବୁକିଂ କରିପାରିବେ। ଆଉ ଆଧାର ଲିଙ୍କ୍ ହୋଇଥିବା ୟୁଜର୍ ୧୨ ବଦଳରେ ୨୪ଟି ଟିକଟ ବୁକିଂ କରିବାର ସୁଯୋଗ ପାଇବେ।
Trending Photos
Train Ticket Booking Rules : IRCTC ୟୁଜର୍ସଙ୍କ ପାଇଁ ଖୁସି ଖବର ଆସିଛି। ଟିକଟ୍ ବୁକିଂ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ରେଳଯାତ୍ରୀମାନେ ଅନଲାଇନରେ ଅଧିକ ଟିକେଟ ବୁକ୍ କରିପାରିବେ। ଯେଉଁମାନେ ନିଜ IRCTC ଆକାଉଣ୍ଟ ସହ ଆଧାର ଲିଙ୍କ କରିଥିଲେ ସେମାନେ ଏହାର ଅଧିକ ଫାଇଦା ଉଠାଇପାରେବେ।
ରେଳ ମନ୍ତ୍ରଣାଳୟ କହିଛି ଯେ, ଯେଉଁ IRCTC ଆକାଉଣ୍ଚ ସହ ଆଧାର ଲିଙ୍କ୍ ହୋଇନାହିଁ ସେଥିରେ ମାସକୁ ୬ ପରିବର୍ତ୍ତେ ୧୨ଟି ଟିକଟ ବୁକିଂ କରିପାରିବେ। ଆଉ ଆଧାର ଲିଙ୍କ୍ ହୋଇଥିବା ୟୁଜର୍ ୧୨ ବଦଳରେ ୨୪ଟି ଟିକଟ ବୁକିଂ କରିବାର ସୁଯୋଗ ପାଇବେ। ନିୟମିତ ରେଳ ଯାତ୍ରା କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ସୁବିଧା ଅଧିକ ଲାଭଦାୟକ ଅଟେ। ଏହା ସହିତ ଯେଉଁମାନେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ଟିକେଟ୍ ବୁକିଂ ପାଇଁ ସମାନ ID ବ୍ୟବହାର କରନ୍ତି ସେମାନେ ମଧ୍ୟ ଫାଇଦାରେ ରହିବେ।
Also Read: IND vs SA T20I : ବାରବାଟି ମ୍ୟାଚ ପାଇଁ ଆଜିଠୁ ଅଫଲାଇନ ଟିକଟ, ଜାଣନ୍ତୁ କେଉଁଠି ହେଉଛି ଉପଲବ୍ଧ
IRCTC ଆକାଉଣ୍ଚ ସହ ଆଧାର ଲିଙ୍କ୍ କରିବା ପ୍ରକ୍ରିୟା-
Also Read: ଏଥର ଶୀତଳଷଷ୍ଠୀରେ ନିଆଁ ଲଗାଇଲେ ନୀଳ ଜିନ୍ସୱାଲି ରୂପସୀ!
ଆଗାମୀ ୩-୪ ଦିନ ମଧ୍ୟରେ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବ-
IRCTC ପୋର୍ଟାଲରେ କିଛି ପରିବର୍ତ୍ତନ କରିବା ପରେ। ଏହି ନିର୍ଦ୍ଦେଶ ଆଗାମୀ ୩-୪ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବାର ସମ୍ଭାବନା ଅଛି। ବୁକ୍ ହୋଇଥିବା ପ୍ରାୟ ୮୦% ଟିକେଟ୍ ଅନ୍ଲାଇନରେ ହେଉଛି । ରେଳବାଇର ଲକ୍ଷ୍ୟ ହେଉଛି ଏହାକୁ ୯୦%ରୁ ଅଧିକ ସଂଖ୍ୟାକୁ ପହଞ୍ଚାଇବ। ରେଳ ଟିକେଟ୍ ଅନଲାଇନ୍ ବୁକିଂ ପାଇଁ IRCTC ହେଉଛି ଭାରତୀୟ ରେଳବାଇର ଏକମାତ୍ର ପ୍ରାଧିକୃତ ୟୁନିଟ୍। କେବଳ ଏତିକି ନୁହେଁ, ରେଳ ଷ୍ଟେସନରେ କ୍ୟାଟରିଂ ସେବା ପରିଚାଳନା ପାଇଁ କ୍ୟାଟରିଂ ପଲିସି ୨୦୧୭ ଅଧୀନରେ ମଧ୍ୟ IRCTC ଏକମାତ୍ର ୟୁନିଟ୍।