PM Kisan: ଏହି ଚାଷୀଙ୍କୁ ମିଳିବନି ପିଏମ କିସାନର ୧୫ତମ କିସ୍ତି, ଜାଣନ୍ତୁ କାହିଁକି
Advertisement
Article Detail0/zeeodisha/odisha1891557

PM Kisan: ଏହି ଚାଷୀଙ୍କୁ ମିଳିବନି ପିଏମ କିସାନର ୧୫ତମ କିସ୍ତି, ଜାଣନ୍ତୁ କାହିଁକି

PM Kisan Samman Nidhi Yojana: ଦେଶର ଲକ୍ଷ ଲକ୍ଷ କୃଷକ ପ୍ରଧାନମନ୍ତ୍ରୀ କିସାନର ୧୫ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆପରଣଙ୍କୁ ଜଣାଇବାକୁ ଯାଉଛୁ ।

PM Kisan: ଏହି ଚାଷୀଙ୍କୁ ମିଳିବନି ପିଏମ କିସାନର ୧୫ତମ କିସ୍ତି, ଜାଣନ୍ତୁ କାହିଁକି

PM Kisan Yojana 15th Installment: ଦେଶର କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ କିସାନ ଯୋଜନାରେ କିସ୍ତି ମାଧ୍ୟମରେ କୃଷକଙ୍କୁ ଆର୍ଥିକ ସହାୟତା (Financial assistance) ପ୍ରଦାନ କରାଯାଉଛି । ଏହି ଯୋଜନା ମାଧ୍ୟମରେ କୃଷକଙ୍କୁ ବର୍ଷକୁ ୬ ହଜାର ଟଙ୍କା ମିଳିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ସରକାର କୃଷକମାନଙ୍କ ବ୍ୟାଙ୍କ ଖାତାକୁ ୧୪ଟି କିସ୍ତି ମାଧ୍ୟମରେ ଟଙ୍କା ପଠାଇଛନ୍ତି । ବର୍ତ୍ତମାନ ଦେଶର କୃଷକମାନେ ୧୫ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ପିଏମ କିସାନ ଯୋଜନାର ଉଦ୍ଦେଶ୍ୟ ହେଉଛି କୃଷକଙ୍କ ଆୟ ବୃଦ୍ଧି କରିବା ସହିତ ଚାଷୀଙ୍କୁ କ୍ଷତିରୁ ରକ୍ଷା କରିବା। କିନ୍ତୁ ବର୍ତ୍ତମାନ ଯାହା ସୂଚନା ମିଳିଛି ତାହା କିଛି ଚାଷୀଙ୍କ ଚିନ୍ତା ବଢାଇପାରେ । କାରଣ ଏଥର ପିଏମ କିସାନ ହିତାଧିକାରୀଙ୍କ ସଂଖ୍ୟା ହ୍ରାସ (Reduction in number of beneficiaries) ହୋଇପାରେ। 

ପିଏମ କିସାନ ଯୋଜନାରେ କେନ୍ଦ୍ର ସରକାର କୃଷକମାନଙ୍କୁ ପ୍ରତିବର୍ଷ ତିନିଟି କିସ୍ତିରେ ୬ ହଜାର ଟଙ୍କା ଦେଉଛନ୍ତି । ଚାଷୀଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ସିଧାସଳଖ ଯାଇଥାଏ । ବର୍ତ୍ତମାନ ଆପଣଙ୍କୁ ଜଣାଇବୁ କେଉଁମାନଙ୍କୁ ଚଳିତ ଥର ୧୫ ତମ କିସ୍ତି ମିଳିବ ନାହିଁ । ଉକ୍ତ କାରଣ ମଧ୍ୟରେ ରହିଛି ଜମି ରେକର୍ଡ ଗୁଡିକର ଯାଞ୍ଚ । ଚାଷୀଙ୍କ ଆକାଉଣ୍ଟକୁ ଯାଉଥିବା ପ୍ରତ୍ୟେକ କିସ୍ତି ପୂର୍ବରୁ, ହିତାଧିକାରୀଙ୍କ ତାଲିକା ଗୁଡିକୁ ଯତ୍ନର ସହ ସମୀକ୍ଷା କରାଯାଇଥାଏ । ଜମି ରେକର୍ଡ ଯାଞ୍ଚ ସମୟରେ ଯଦି କୌଣସି ଭୁଲ୍ ତଥ୍ୟ ସାମ୍ନାକୁ ଆସେ ତେବେ ଉକ୍ତ କୃଷକମାନଙ୍କୁ ହିତାଧିକାରୀ ତାଲିକାରୁ ବାହାରେ ରଖାଯାଇଥାଏ । ଏହି ପ୍ରକ୍ରିୟା କାରଣରୁ ଆଗାମୀ କିସ୍ତିରେ ହିତାଧିକାରୀଙ୍କ ସଂଖ୍ୟା ହ୍ରାସ ହୋଇପାରେ । ଏଥିସହିତ EKYCକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁ କୃଷକମାନେ ସେମାନଙ୍କର EKYC ସମାପ୍ତ କରିନାହାଁନ୍ତି ସେମାନଙ୍କୁ ମଧ୍ୟ ନୂଆ କିସ୍ତି ମିଳିବା ତାଲିକାରୁ ବାଦ ଦିଆଯାଇପାରେ । ଯଦି ଆପଣ ନିଜର କିସ୍ତି ଟଙ୍କା ଫେରିପାଇବାକୁ ଚାହାନ୍ତି ତେବେ ଆପଣ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏଥିସହିତ ଆପଣ ନିଜର ଆବେଦନ ଫର୍ମ ଯାଞ୍ଚ କରିବା ଆବଶ୍ୟକ । ଆପଣଙ୍କ ନାମ ସହିତ ବ୍ୟାଙ୍କ ଆକାଉଣ୍ଟ ନମ୍ୱର କିମ୍ୱା ଅନ୍ୟ କୌଣସି ତୃଟି ରହିଥିଲେ ଆପଣ ୧୫ତମ କିସ୍ତି ଟଙ୍କାରୁ ବଞ୍ଚିତ ହୋଇପାରନ୍ତି । ତେଣୁ ସେଥିପ୍ରତି ଆପଣ ଧ୍ୟାନ ଦେବା ଆବଶ୍ୟକ । ଆପଣ ଯାଞ୍ଚ କରି ନିଶ୍ଚିତ ହେବା ଆବଶ୍ୟକ ଯେ ଆପଣ ପ୍ରଦାନ କରିଥିବା ସମସ୍ତ ତଥ୍ୟ ସଠିକ ଅଛି ।

ଯଦି ଆପଣ ପିଏମ କିସାନ ଯୋଜନାର ହିତାଧିକାରୀ ହୋଇ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଇ- KYC କରିନାହାଁନ୍ତି ତେବେ ବିଳମ୍ବ ନକରି ଏହି ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିବା ପାଇଁ ପିଏମ କିସାନ ଯୋଜନା ୱେବସାଇଟ୍ ଭିଜିଟ୍ କରିପାରିବେ । ନଚେତ୍ ଆପଣ ଆପଣଙ୍କ ନିକଟରେ ଥିବା CSC କେନ୍ଦ୍ରର ସହାୟତା ନେଇପାରିବେ । ଯଦି ଆପଣ ତାହା ନକରନ୍ତି ତେବେ ବର୍ତ୍ତମାନ ଏବଂ ଭବିଷ୍ୟତରେ ଆପଣ କିସ୍ତି ଟଙ୍କା ହରାଇପାରନ୍ତି । ଇ-କେଇସି ପ୍ରକ୍ରିୟାକୁ ସହଜ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଆପ୍ ଲଞ୍ଚ କରାଯାଇଛି। ଏହି ଆପରେ କୃଷକମାନେ ସହଜରେ ଇ- KYC ସମ୍ପୂର୍ଣ୍ଣ କରିପାରିବେ । ଏଥିସହିତ ଆପଣଙ୍କୁ ଆଉ ଏକ ସୂଚନା ଦେବାକୁ ଚାହୁଁ ଯେ, ପ୍ରଧାନମନ୍ତ୍ରୀ କିସାନ ଯୋଜନାର ହିତାଧିକାରୀ ହେବା ପାଇଁ ଚାଷୀଙ୍କ ନିକଟରେ ୨ ହେକ୍ଟରରୁ କମ୍ ଜମି ଥିବା ଆବଶ୍ୟକ । ଯଦି ଅଧିକ ଜମି ଥାଏ ତେବେ ସେମାନେ ଏହି ଯୋଜନାରୁ ବାଦ ପଡିଥାନ୍ତି ।

Also Read- ଜୀ-ସାର୍ଥକରେ ଆସୁଛି ନୂଆ ଧାରାବାହିକ ‘ଶକ୍ତି’, ‘ସନ୍ଧ୍ୟା ରାଗିଣୀ’ ‘ତୁ ମୋ ସାଥିରେ’

Also Read- ବାପା କିଣିଲେ ସେକେଣ୍ଡ ହ୍ୟାଣ୍ଡ୍ ସାଇକେଲ୍, ଖୁସିରେ ନାଚିଲା ପୁଅ, ଦେଖନ୍ତୁ ଭିଡିଓ