Telangana Governor Tamilisai Soundararajan: ଗର୍ଭବତୀ ମହିଳାଙ୍କୁ ତେଲେଙ୍ଗାନା ରାଜ୍ୟପାଳଙ୍କ ପରାମର୍ଶ, କହିଲେ...
Advertisement
Article Detail0/zeeodisha/odisha1735062

Telangana Governor Tamilisai Soundararajan: ଗର୍ଭବତୀ ମହିଳାଙ୍କୁ ତେଲେଙ୍ଗାନା ରାଜ୍ୟପାଳଙ୍କ ପରାମର୍ଶ, କହିଲେ...

Telangana Governor Statement: ଗର୍ଭବତୀ ମହିଳା ସୁନ୍ଦରାକାଣ୍ଡ ଏବଂ ରାମାୟଣ ପାଠ କରିବା ଆବଶ୍ୟକ। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଏପରି ପରାମର୍ଶ ଦେଇଛନ୍ତି ତେଲେଙ୍ଗାନା ରାଜ୍ୟପାଳ ଡାକ୍ତର ତାମିଲିସାଇ ସୌନ୍ଦରାରାଜନ। 

 

Telangana Governor Tamilisai Soundararajan: ଗର୍ଭବତୀ ମହିଳାଙ୍କୁ ତେଲେଙ୍ଗାନା ରାଜ୍ୟପାଳଙ୍କ ପରାମର୍ଶ, କହିଲେ...

Telangana Governor Advice for Pregnant Women: ରବିବାର ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାଙ୍କୁ ଏକ ପରାମର୍ଶ ଦେଇଛନ୍ତି ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜ୍ୟପାଳ କହିଛନ୍ତି ଗର୍ଭବତୀ ମହିଳା ସୁନ୍ଦରାକାଣ୍ଡ ଏବଂ ରାମାୟଣ ପାଠ କରିବା ଆବଶ୍ୟକ। ଯାହା ଦ୍ୱାରା ସେମାନେ ମାନସିକ ତଥା ଶାରୀରିକ ସୁସ୍ଥ ଶିଶୁକୁ ଜନ୍ମ ଦେଇପାରିବେ। ରାଷ୍ଟ୍ରୀୟ ସ୍ୱୟସେବକ ସଙ୍ଗଠନ ସହ ଜଡିତ ଅନ୍ୟ ଏକ ସଙ୍ଗଠନ ପକ୍ଷରୁ ଆୟୋଜିତ ହୋଇଥିବା ଗର୍ଭ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଉପରୋକ୍ତ ପରାମର୍ଶ ଦେଇଛନ୍ତି ତେଲେଙ୍ଗାନା ରାଜ୍ୟପାଳ। ଯିଏ ପେସାରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଏବଂ ଭ୍ରୁଣ ବିଶେଷଜ୍ଞ।

ସମ୍ବର୍ଦ୍ଧନୀ ନ୍ୟାସ ଦ୍ୱାରା ଆୟୋଜିତ ହୋଇଥିବା ଗର୍ଭ ସଂସ୍କାର କାର୍ଯ୍ୟକ୍ରମ ଅଧୀନରେ ଏହି ସଙ୍ଗଠନ ସହ ଜଡ଼ିତ ଡାକ୍ତର ଗର୍ଭବତୀ ମହିଳାଙ୍କୁ ବୈଜ୍ଞାନିକ ଏବଂ ପାରମ୍ପାରିକ ଉପାୟ ବିଷୟରେ କହିବେ। ଯାହା ଦ୍ୱାରା ସେମାନେ ସାସ୍କାରୀ ତଥା ଦେଶପ୍ରେମୀ ସନ୍ତାନ ଜନ୍ମ କରିପାରିବେ। ଅନଲାଇନ୍ ମାଧ୍ୟମରେ ପ୍ରକାଶିତ "ଗର୍ଭ ସଂସ୍କାର" ମଡ୍ୟୁଲ୍ ଅନୁଯାୟୀ ଏହି ଉପାୟରେ ଭଗବଦ୍ ଗୀତା, ସଂସ୍କୃତ ମନ୍ତ୍ର ଜପ କରିବା ଭଳି  ଧାର୍ମିକ ଗ୍ରନ୍ଥର ପଠନ ଏବଂ ଯୋଗ ପ୍ରଥା ଭଳି ଧାର୍ମିକ ଗ୍ରନ୍ଥର ପଠନ ଅନ୍ତର୍ଭୂକ୍ତ ହେବ। ଏହି ପ୍ରକ୍ରିୟା ଗର୍ଭଧାରଣ ଆରମ୍ଭ ହେବା ପୂର୍ବରୁ ପ୍ରସବ ପର୍ଯ୍ୟାୟ ପର୍ଯ୍ୟନ୍ତ ଜାରି ରହିବ। 

Also Read: Telangana: ରାଜଭବନରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ, ଆସିଲେନି ମୁଖ୍ୟମନ୍ତ୍ରୀ କେସିଆର

ଏହି ପଦକ୍ଷେପ ଅନୁଯାୟୀ ଏପରି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ମାର୍ଗଦର୍ଶନ କରାଯିବ। ସମ୍ବର୍ଦ୍ଧନୀ ନ୍ୟାସ ହେଉଛି ରାଷ୍ଟ୍ରୀୟ ସ୍ୱୟସେବକ ସଙ୍ଗଠନ ସହ ଜଡ଼ିତ ଏକ ଶାଖା। ସମ୍ବର୍ଦ୍ଧନୀ ନ୍ୟାସ ଦ୍ୱାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ତାମିଲିସାଇ ସୌନ୍ଦରାରାଜନ। ଏହି ଅବସରରେ ତେଲେଙ୍ଗାନା ରାଜ୍ୟପାଳ "ଗର୍ଭ ସଂସ୍କାର" କାର୍ଯ୍ୟକ୍ରମର ମଡ୍ୟୁଲ୍ ବିକଶିତ କରିବାରେ ସମ୍ବର୍ଦ୍ଧନୀ ନ୍ୟାସ ପକ୍ଷରୁ କରାଯାଇଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ। ଏନେଇ ରାଜ୍ୟରପାଳ କହିଥିଲେ ଯେ ଗର୍ଭଧାରଣ ପ୍ରତି ଏହି ବୈଜ୍ଞାନିକ ଏବଂ ସାମଗ୍ରିକ ଆଭିମୁଖ୍ୟ କାର୍ଯ୍ୟକାରୀ ହେବା ନିଶ୍ଚିତ ଭାବରେ ସକରାତ୍ମକ ଫଳାଫଳ ଦେବ।

ଗ୍ରାମାଞ୍ଚଳରେ ଆମେ ଗର୍ଭବତୀ ମହିଳାଙ୍କୁ ରାମାୟଣ, ମହାଭାରତ ଏବଂ ଅନ୍ୟାନ୍ୟ ଉପନ୍ୟାସ ସହିତ ଭଲ କାହାଣୀ ପଢୁଥିବାର ଦେଖିଛୁ। ବିଶେଷକରି ତାମିଲନାଡୁରେ ଏକ ବିଶ୍ୱାସ ରହିଛି ଯେ ଗର୍ଭବତୀ ମହିଳା କାମ୍ବା ରାମାୟଣର ସୁନ୍ଦରକାଣ୍ଡ ପାଠ କରିବା ଆବଶ୍ୟକ। ଗର୍ଭବତୀ ହେବା ସମୟରେ ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ଜନ୍ମ ହୋଇଥିବା ପିଲାଙ୍କ ପାଇଁ ବହୁତ ଭଲ ହେବ ବୋଲି କହିଛନ୍ତି ରାଜ୍ୟପାଳ। ସୁନ୍ଦରାକାଣ୍ଡ ହେଉଛି ରାମାୟଣର ଏକ ଅଧ୍ୟାୟ।

Also Read: Telangana: ଟିଆରଏସ ସରକାରଙ୍କ ବିରୋଧରେ ବର୍ଷିଲେ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ

ପୁଦୁଚେରୀ ଉପରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ କହିଛନ୍ତି ଯେ ଗର୍ଭଧାରଣ ପାଇଁ ବୈଜ୍ଞାନିକ ଉପାୟ ହେଉଛି ସେହି ସମୟ ମଧ୍ୟରେ ଜଟିଳତାକୁ ରୋକିବା। ହେଲେ ଗର୍ଭଧାରଣ ପ୍ରତି ଏକ ସାମଗ୍ରିକ ଉପାୟ ଗର୍ଭବତୀ ମହିଳାଙ୍କୁ ସୁସ୍ଥ ଶିଶୁ ପ୍ରସବ କରିବାରେ ସାହାଯ୍ୟ କରିବ। ମାତୃତ୍ୱ ଏବଂ ଗର୍ଭ ସଂସ୍କାରର ମହତ୍ତ୍ୱକୁ ଦର୍ଶାଇ ଉପରାଜ୍ୟପାଳ କହିଛନ୍ତି ଯେ ଗର୍ଭାବସ୍ଥାରେ ଯୋଗ ଅଭ୍ୟାସ କରିବା ଦ୍ୱାରା ଉଭୟ ଗର୍ଭବତୀ ମାଆ ଏବଂ ଜନ୍ମିତ ଶିଶୁର ଶାରୀରିକ ତଥା ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଯାହା ଶେଷରେ ସ୍ୱାଭାବିକ ପ୍ରସବ କରିବାରେ ସହାୟକ ହେବ।