Viral Video: 'ତେରେ ନାମ' ଫିଲ୍ମ ଗୀତ ଗାଇ ଭାଇରାଲ ହେଲେ ଏହି କବାଡ଼ି ବାଲା, ଦେଖନ୍ତୁ Video
Advertisement
Article Detail0/zeeodisha/odisha1565962

Viral Video: 'ତେରେ ନାମ' ଫିଲ୍ମ ଗୀତ ଗାଇ ଭାଇରାଲ ହେଲେ ଏହି କବାଡ଼ି ବାଲା, ଦେଖନ୍ତୁ Video

Viral Video: ରିଲିଜ୍ ହେବାର ଦୁଇ ଦଶନ୍ଧି ପରେ କମିନି ସୁପରଷ୍ଟାର୍ ସଲମାନ୍ ଖାନଙ୍କ 'ତେରେ ନାମ୍' ଗୀତର କ୍ରେଜ୍ । ଏବେ ବି ସିନେପ୍ରେମୀଙ୍କ ମନରେ ତାଜା ରହିଛି ଏହି ସୁପରହିଟ୍ ଟ୍ରାକ୍ । ସତୀଶ କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ଭାଇଜାନଙ୍କ କ୍ୟାରିୟର ସବୁଠୁ ଭଲ ଫିଲ୍ମ ଭାବେ ଗଣାଯାଏ । ଲଗାତାର ଫ୍ଲପ୍ ଫିଲ୍ମ ଓ ବିବାଦ ମଧ୍ୟରେ ଫସିରହିଥିବା ସଲମାନ ଖାନଙ୍କ ଅସ୍ତିମତ କ୍ୟାରିୟରର ସୂର୍ଯ୍ୟାଦୋୟ କରିଥିଲା ଚଳଚ୍ଚିତ୍ର 'ତେରେ ନାମ୍' ।

ସୌ(ସୋସିଆଲ ମିଡିଆ)

Viral Video: ରିଲିଜ୍ ହେବାର ଦୁଇ ଦଶନ୍ଧି ପରେ କମିନି ସୁପରଷ୍ଟାର୍ ସଲମାନ୍ ଖାନଙ୍କ 'ତେରେ ନାମ୍' ଗୀତର କ୍ରେଜ୍ । ଏବେ ବି ସିନେପ୍ରେମୀଙ୍କ ମନରେ ତାଜା ରହିଛି ଏହି ସୁପରହିଟ୍ ଟ୍ରାକ୍ । ସତୀଶ କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମଟି ଭାଇଜାନଙ୍କ କ୍ୟାରିୟର ସବୁଠୁ ଭଲ ଫିଲ୍ମ ଭାବେ ଗଣାଯାଏ । ଲଗାତାର ଫ୍ଲପ୍ ଫିଲ୍ମ ଓ ବିବାଦ ମଧ୍ୟରେ ଫସିରହିଥିବା ସଲମାନ ଖାନଙ୍କ ଅସ୍ତିମତ କ୍ୟାରିୟରର ସୂର୍ଯ୍ୟାଦୋୟ କରିଥିଲା ଚଳଚ୍ଚିତ୍ର 'ତେରେ ନାମ୍' । ଏହି ଫିଲ୍ମରେ ସଲମାନଙ୍କ ହେୟାର ଷ୍ଟାଇଲକୁ ବେଶ ପସନ୍ଦ କରିଥିଲେ ଲୋକେ । ସେ ସମୟରେ ସଲୁ ଭାଇଙ୍କ ଏହି ହେୟାର ଷ୍ଟାଇଲ ଏକ ଟ୍ରେଣ୍ଡରେ ପରିଣତ ହେବାକୁ ଲାଗିଥିଲା। ଏହି ଫିଲ୍ମ ରିଲିଜ ହେବାପରେ ବଦଳଯାଇଥିଲା ସଲମାନ୍ କ୍ୟାରିୟର ଗତିପଥ । ଲୋକେ ତାଙ୍କୁ ବେଶ ପସନ୍ଦ କରିବା ଆରମ୍ଭ କରିଥିଲେ । ସେତେବେଳେ ସୁପରହିଟ୍ ହୋଇଥିଲା ଏହି ଫିଲ୍ମ । ତେବେ ଏତେବର୍ଷ ପରେ ବି ସଲମାନ୍ ଖାନଙ୍କ ଏହି ଗୀତର କ୍ରେଜ କମିନାହିଁ । ଏବେ ବି ଲୋକେ ଏହି ଗୀତରେ ରିଲସ୍ ବନାଉଥିବା ଦେଖିବାକୁ ମିଳିଛି ।

ନିକଟରେ ଫିଲ୍ମ ନିର୍ଦ୍ଦେଶକ ସତୀଶ କୌଶିକ ନିଜ ଟ୍ବିଟର୍ ଆକାଉଣ୍ଟରେ ଫିଲ୍ମ ସହ ଜଡି଼ତ ଏକ ଭିଡ଼ିଓ ପୋଷ୍ଟ ସେୟାର କରିଛନ୍ତି । ସେ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ କବାଡ଼ି ବାଲା ଘର ଘର ବୁଲି ଭଙ୍ଗା ଦଦରା ଜିନିଷ ସଂଗ୍ରହ କରୁଥିବା ବେଳେ ମାଇକ୍ ସାହାଯ୍ୟରେ ସଲମାନ ଖାନଙ୍କ ଏହି ହିଟ୍ ଗୀତ 'କ୍ୟୁଁ କିସି କୋ' ଗାଉଛନ୍ତି। ଯାହାକୁ ଶୁଣିଲେ ଆପଣ ବି ଭାବନାରେ ପଡ଼ିଯିବେ କି, ଏହି ଗୀତ ଜଣେ ସାଧାରଣ କବାଡ଼ି ବାଲା ଗାଉଛନ୍ତି । ବେଶ ସୁରିଲା ଅନ୍ଦାଜରେ ଗୀତ ଗାଇ ସେ ନିଜ କାମ କରୁଥିବାର ଦେଖିବାକୁ ମିଳିଛି । ସତୀଶ ଏହି ଭିଡିଓକୁ ଟ୍ବିଟରରେ ସେୟାର କରି ଲେଖିଛନ୍ତି, “୨୦ ବର୍ଷ ପରେ ମଧ୍ୟ ତେରେ ନାମର ଗୀତର କ୍ରେଜ କମିନାହିଁ। ଏହି ଫିଲ୍ମ ପାଇଁ ମୁଁ ଗର୍ବିତ” ।

 

ସମୀରଙ୍କ ଦ୍ୱାରା ଲିଖିତ ଓ ହିମେଶ ରେଶମିଆଙ୍କ ଦ୍ୱାରା ରଚିତ ଏହି ଗୀତକୁ ଉଦିତ୍ ନାରାୟଣ ଗାଇଥିଲେ । ସତୀଶ ଏହି ଭିଡ଼ିଓ ସେୟାର କରିବା ଏହାକୁ ୯୫.୮ ହଜାର ଅଧିକ ଲୋକେ ଦେଖିସାରିଥିବା ବେଳେ ୨୭୮୨ ଜଣ ୟୁଜର୍ସ ଏହାକୁ ଲାଇକ କରିଛନ୍ତି । ତେବେ ଏଥିରେ ବହୁ ୟୁଜର୍ସ କମେଣ୍ଟ ମଧ୍ୟ କରିଛନ୍ତି । ଏଥିରେ କମେଣ୍ଟ କରି ଜଣେ ଲେଖିଛନ୍ତି “ଯଦି ହୋଇପାରିବ ତାହାଲେ ଏହି ଫିଲ୍ମକୁ ଆଉଥରେ ରିଲିଜ କରନ୍ତୁ” ।

ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ସାର୍ ଫିଲ୍ମର ପ୍ରତିଟି ଗୀତ ଚମତ୍କାର। ମାନ ବସିଆ ମୋର ସବୁଠାରୁ ପ୍ରିୟ। ଗୀତ, ସଙ୍ଗୀତ ଓ କଣ୍ଠଶିଳ୍ପୀଙ୍କୁ ଧନ୍ୟବାଦ”। ଆଜ ଜଣେ ଲେଖିଛନ୍ତି ଯେ, ଏହା ଶୁଣିବା ପରେ କାନ୍ଦି ପକାଇଛି” ।