Rule Change 2025: ନୂଆ ବର୍ଷ ଆରମ୍ଭ ହେବାକୁ ଏକ ସପ୍ତାହରୁ କମ୍ ସମୟ ବାକି ଅଛି। ନୂଆ ବର୍ଷ ସହିତ କିଛି ନୂଆ ନିୟମ ମଧ୍ୟ ଆସୁଛି। ଯାହା ଆପଣଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରିବ।
Trending Photos
Rule Change 2025: ନୂଆ ବର୍ଷ ଆରମ୍ଭ ହେବାକୁ ଏକ ସପ୍ତାହରୁ କମ୍ ସମୟ ବାକି ଅଛି। ନୂଆ ବର୍ଷ ସହିତ କିଛି ନୂଆ ନିୟମ ମଧ୍ୟ ଆସୁଛି। ଯାହା ଆପଣଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରିବ। ଏଥିୟରେ କାର ମୂଲ୍ୟ, LPG ସିଲିଣ୍ଡର ମୂଲ୍ୟ, ପେନସନ୍ ସମ୍ବନ୍ଧୀୟ ନିୟମ, ଆମାଜନ ପ୍ରାଇମ ସଦସ୍ୟତା, UPI ଓ FD ସହ ଜଡ଼ିକ ନିୟମ ସାମିଲ ରହିଛି।
1. କାର ମୂଲ୍ୟରେ ବୃଦ୍ଧି: ନୂଆ ବର୍ଷରେ କାର କିଣିବା ମହଙ୍ଗା ହେବ। ୧ ଜାନୁୟାରୀ ୨୦୨୫ ରୁ ମାରୁତି ସୁଜୁକି, ହୁଣ୍ଡାଇ, ମହିନ୍ଦ୍ରା, ହୋଣ୍ଡା, ମର୍ସିଡିଜ୍-ବେଞ୍ଜ୍, ଅଡି ଏବଂ ବିଏମଡବ୍ଲୁ ଭଳି ପ୍ରମୁଖ ଅଟୋମୋବାଇଲ୍ କମ୍ପାନୀଗୁଡିକ ଯାନ ମୂଲ୍ୟ ୩% ବୃଦ୍ଧି କରିବେ। କମ୍ପାନୀଗୁଡିକ ଉତ୍ପାଦନ ଖର୍ଚ୍ଚର ବୃଦ୍ଧିକୁ ଏହାର କାରଣ ବୋଲି ଦର୍ଶାଇଛନ୍ତି। ଯଦି ଆପଣ ଏକ କାର ନୂଆ ବର୍ଷରେ କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ।
2. LPG ସିଲିଣ୍ଡର ମୂଲ୍ୟ: ପ୍ରତ୍ୟେକ ମାସର ପ୍ରଥମ ଦିନରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ LPG ର ମୂଲ୍ୟ ସମୀକ୍ଷା କରନ୍ତି। ତେବେ ଗତ କିଛି ମାସ ଧରି ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ (୧୪.୨ କିଲୋଗ୍ରାମ) ପରିବର୍ତ୍ତନ ହୋଇନାହିଁ। ଏଥି ସହିତ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଥିବାର ଦେଖାଯାଇଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୭୩.୫୮ ଡଲାର ଅଟେ, ଯେଉଁ କାରଣରୁ ଭବିଷ୍ୟତରେ ଏହାର ମୂଲ୍ୟ ବଦଳିପାରେ।
3. ପେନସନ୍ ଉଠାଇବା ନିୟମରେ ପରିବର୍ତ୍ତନ: ନୂଆ ବର୍ଷ ପେନସନଧାରୀଙ୍କ ପାଇଁ ଆରାମ ଆଣିଛି। ୧ ଜାନୁୟାରୀ ୨୦୨୫ ରୁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (EPFO) ପେନ୍ସନ୍ ପ୍ରତ୍ୟାହାର ପାଇଁ ନିୟମକୁ ସରଳୀକୃତ କରିଛି। ବର୍ତ୍ତମାନ ପେନସନଭୋଗୀମାନେ ଦେଶର ଯେକୌଣସି ବ୍ୟାଙ୍କରୁ ସେମାନଙ୍କ ପେନସନ୍ ପ୍ରତ୍ୟାହାର କରିବାକୁ ସକ୍ଷମ ହେବେ। ଏଥିପାଇଁ ସେମାନଙ୍କୁ କୌଣସି ଅତିରିକ୍ତ ଯାଞ୍ଚ ପକ୍ରିୟା ଦେଇ ଯିବା ଆବଶ୍ୟକ ନାହିଁ। ଏହି ସୁବିଧା ପେନସନଭୋଗୀମାନଙ୍କ ପାଇଁ ଏକ ବଡ଼ ଆରାମ ଅଟେ।
4. ଆମାଜନ ପ୍ରାଇମ ମେମ୍ୱରସିପର ନୂଆ ନିୟମ: ଆମାଜନ ପ୍ରାଇମ ମେମ୍ୱରସିପ ନିୟମରେ ପରିବର୍ତ୍ତନ ଘୋଷଣା କରାଯାଇଛି। ଯାହା ୧ ଜାନୁୟାରୀ ୨୦୨୫ ରୁ କାର୍ଯ୍ୟକାରୀ ହେବ। ନୂତନ ନିୟମ ଅନୁଯାୟୀ ପ୍ରାଇମ୍ ଭିଡିଓ କେବଳ ଗୋଟିଏ ପ୍ରାଇମ୍ ଆକାଉଣ୍ଟରୁ ଦୁଇଟି ଟିଭିରେ ଷ୍ଟ୍ରିମ୍ ହୋଇପାରିବ। ଯଦି କେହି ତୃତୀୟ ଟିଭିରେ ପ୍ରାଇମ୍ ଭିଡିଓ ଦେଖିବାକୁ ଚାହାଁନ୍ତି, ତେବେ ତାଙ୍କୁ ଅତିରିକ୍ତ ସବସ୍କ୍ରିପସନ୍ ନେବାକୁ ପଡିବ। ପୂର୍ବରୁ ପ୍ରାଇମ୍ ମେମ୍ୱରସିପ ମାନେ ଗୋଟିଏ ଆକାଉଣ୍ଟରୁ ପାଞ୍ଚଟି ଡିଭାଇସ୍ ପର୍ଯ୍ୟନ୍ତ ଭିଡିଓ ଷ୍ଟ୍ରିମ୍ କରିପାରୁଥିଲେ।
5. ଫିକ୍ସଡ୍ ଡିପୋଜିଟ୍ (FD) ର ନିୟମ: ଆରବିଆଇ NBFC ଏବଂ HFC ପାଇଁ ସ୍ଥିର ଜମା ସମ୍ବନ୍ଧୀୟ ନିୟମକୁ ପରିବର୍ତ୍ତନ କରିଛି। ନୂତନ ନିୟମ ୧ ଜାନୁଆରୀ ୨୦୨୫ ରୁ କାର୍ଯ୍ୟକାରୀ ହେବ। ଏହି ପରିବର୍ତ୍ତନଗୁଡିକ ଅଧୀନରେ ଜମାଗୁଡିକର ସୁରକ୍ଷା ନିଶ୍ଚିତ କରିବାକୁ କିଛି ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ଜନସାଧାରଣଙ୍କଠାରୁ ଜମା ନେବା, ଲିକ୍ୟୁ଼ଡ୍ ସମ୍ପତ୍ତିର ଏକ ଅଂଶ ସୁରକ୍ଷିତ ରଖିବା ଏବଂ ଜମା ବୀମା କରିବା ଭଳି ପରିବର୍ତ୍ତନ ଏଥିରେ ଅନ୍ତର୍ଭୂକ୍ତ କରେ।
6. UPI 123 ପେ ର ନୂତନ ଟ୍ରଞ୍ଜେକ୍ସନ ସୀମା: ଫିଚର ଫୋନ୍ ବ୍ୟବହାରକାରୀଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ଆରମ୍ଭ ହୋଇଥିବା UPI 123 ପେ ସେବାରେ କାରବାର ସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ସେବା ଅଧୀନରେ ସର୍ବାଧିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର କରାଯାଇପାରୁଥିଲା କିନ୍ତୁ ବର୍ତ୍ତମାନ ଏହି ସୀମାକୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ସୁବିଧା ୧ ଜାନୁଆରୀ ୨୦୨୫ ରୁ କାର୍ଯ୍ୟକାରୀ ହେବ।