INDIA ଗଠବନ୍ଧନରେ ସିଟ୍ ବାଣ୍ଟିବା ପାଇଁ କଂଗ୍ରେସ ପ୍ରସ୍ତୁତ! ଖଡଗେଙ୍କ ଘରେ ବୈଠକରେ ହୋଇଛି ଏହି ରଣନୀତି
Advertisement
Article Detail0/zeeodisha/odisha2044316

INDIA ଗଠବନ୍ଧନରେ ସିଟ୍ ବାଣ୍ଟିବା ପାଇଁ କଂଗ୍ରେସ ପ୍ରସ୍ତୁତ! ଖଡଗେଙ୍କ ଘରେ ବୈଠକରେ ହୋଇଛି ଏହି ରଣନୀତି

Congress Meeting:  କଂଗ୍ରେସର ରାଜ୍ୟ ନେତାମାନେ ଏହି ବୈଠକରେ ନିଜର ମତ ଉପସ୍ଥାପନ କରିଥିଲେ। ଯଦି ସହଯୋଗୀମାନଙ୍କ ସହ ବୁଝାମଣା ହୁଏ ତେବେ କଂଗ୍ରେସ କେତେ ସିଟ୍ ପାଇପାରିବ ସେନେଇ ମଧ୍ୟ ଆକଳନ କରାଯାଇଛି।

INDIA ଗଠବନ୍ଧନରେ ସିଟ୍ ବାଣ୍ଟିବା ପାଇଁ କଂଗ୍ରେସ ପ୍ରସ୍ତୁତ! ଖଡଗେଙ୍କ ଘରେ ବୈଠକରେ ହୋଇଛି ଏହି ରଣନୀତି

Congress Meeting: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ସବୁ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ସେପଟେ ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ (mallikarjun kharge)ଙ୍କ ବାସଭବନରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନାନୁସାରେ, ବରିଷ୍ଠ କଂଗ୍ରେସ ନେତାମାନେ ଏହି ବୈଠକରେ ନିର୍ବାଚନକୁ ନେଇ ମାନସ ମନ୍ଥନ କରିଥିଲେ। କଂଗ୍ରେସର ରାଜ୍ୟ ନେତାମାନେ ବୈଠକରେ ନିଜର ମତ ଉପସ୍ଥାପନ କରିଥିଲେ। ଯଦି ସହଯୋଗୀମାନଙ୍କ ସହ ବୁଝାମଣା ହୁଏ ତେବେ କଂଗ୍ରେସ କେତେ ସିଟ୍ ପାଇପାରିବ ସେନେଇ ମଧ୍ୟ ଆକଳନ କରାଯାଇଛି। ଦଳର ରାଜ୍ୟ ନେତାମାନେ କହିଛନ୍ତି ଯେ ଯଦି ଆମେ ମିଳିତ ମଞ୍ଚରେ ଅଧିକ ଆସନ ଦାବି କରିବୁ, ତେବେ ଚୁକ୍ତିନାମା ପାଇଁ ସୂତ୍ର ପ୍ରସ୍ତୁତ ହେବ।

ବିହାର କଂଗ୍ରେସ ନେତା କହିଛନ୍ତି ଯେ, ଯଦି ବାମ ଦଳ ଏବଂ କଂଗ୍ରେସ ୨୫ ଟି ସିଟ୍ ଦାବି କରନ୍ତି, ତେବେ ଆମକୁ ୧୦-୧୨ ଟି ସିଟ୍ ମିଳିପାରେ। ନେତାମାନେ କହିଛନ୍ତି, ଆମେ ଗଠବନ୍ଧନ ଚାହୁଁଛୁ । ଆଉ ଯେଉଁଠାରେ JDU ଏବଂ RJD କୁ ସ୍ଥାନିତ କରିବା ପ୍ରଶ୍ନ ଆସୁଛି, ଆମେ ସେଠାର ପ୍ଲସ୍ ମାଇନସ୍ ବହନ କରିବାକୁ ମଧ୍ୟ ପ୍ରସ୍ତୁତ । ଝାଡଖଣ୍ଡର ନେତାମାନେ କହିଛନ୍ତି, ଆମେ ୧୨ ଦାବି କରିବା ଉଚିତ ଏବଂ ୭ ତଳକୁ ସହମତ ନହେବା ଉଚିତ୍। ଏହି ବୈଠକରେ ୟୁପି କଂଗ୍ରେସ ନେତା ୪୦ ଟି ଆସନ ପାଇଁ ଦାବି କରିଛନ୍ତି। କିନ୍ତୁ ସମାଜବାଦି ପାର୍ଟି ସହ ଆଲୋଚନା ପରେ ସେମାନଙ୍କୁ ୨୦ ଟି ସିଟ୍ ମିଳିବ ବୋଲି ଆଶା କରାଯାଉଛି। ଏଥି ସହିତ ବେଙ୍ଗଲର ନେତାମାନେ କହିଛନ୍ତି ଯେ, ଆମେ ୬ ଟି ସିଟ୍ ଦାବି କରୁଛୁ। ଏଥିସହିତ ଟିଏମସି ସହିତ ଅତି କମରେ ୪ ଟି ଆସନ ପାଇଁ ଆଲୋଚନା ହେବା ଉଚିତ୍।

ପଞ୍ଜାବ କଂଗ୍ରେସ ଆମ୍ ଆଦମୀ ପାର୍ଟି ସହ ଏକ ଗଠବନ୍ଧନ କରିବା ବିରୁଦ୍ଧରେ ଥିବାବେଳେ କୌତୁହଳର ବିଷୟ ହେଉଛି ଗଠବନ୍ଧନ କମିଟି ପଞ୍ଜାବ କଂଗ୍ରେସ ରିପୋର୍ଟ ଦାଖଲ କରି ନାହିଁ, ଯାହା ବାସ୍ତବରେ ପଞ୍ଜାବରେ ଏଏପି-କଂଗ୍ରେସ ଗଠବନ୍ଧନ ପାଇଁ ଏକ ରେଡ୍ ଆଲର୍ଟ। କଂଗ୍ରେସ ଆଜି ଲୋକସଭା ନିର୍ବାଚନ ପାଇଁ ଦଳର ରଣନୀତି, ଘୋଷଣାପତ୍ର ଏବଂ ସିଟ୍ ବଣ୍ଟନ ଉପରେ ଆଲୋଚନା କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦଳର ନେତାମାନଙ୍କୁ ମତଭେଦ ଭୁଲି ଏକଜୁଟ ହେବାକୁ ଏବଂ ପାର୍ଟି ଲାଇନ ବାହାରେ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କଥାବାର୍ତ୍ତା ନକରିବାକୁ କହିଥିଲେ, କାରଣ ଏହା ଅନେକ ସମୟରେ ଦଳ ପାଇଁ ଲଜ୍ଜାଜନକ କାରଣ ହୋଇଥାଏ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ସୂତ୍ରରୁ ପ୍ରକାଶ ଯେ, ଲୋକସଭାର ପ୍ରାୟ ଅଧା ସିଟ୍ ଉପରେ କଂଗ୍ରେସ ଜିତିବାର ସମ୍ଭାବନା ନେଇ ଦଳ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ ମୋଟ ଆସନର ଅଧାରୁ ଅଧିକ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚିନ୍ତା କରୁଛି। ସୂତ୍ରରୁ ପ୍ରକାଶ ଯେ ଦଳ ରାଜ୍ୟ ୟୁନିଟ ମାନଙ୍କୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିବାକୁ କରି ପ୍ରଥମ ତାଲିକା ପ୍ରଦାନ କରିବାକୁ କହିଛି।

Also Read- Vigilance Raid: ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଫରେଷ୍ଟ ଗାର୍ଡ, ବାଇକ୍ରୁ ମିଳିଲା ଲକ୍ଷାଧିକ ଟଙ୍କା

Also Read- ଗୁରୁଗ୍ରାମରେ ହତ୍ୟା, ପଟିଆଲାରୁ ମିଳିଲା କାର ... ୪୮ ଘଣ୍ଟା ପରେ ବି ମିଳୁନି ଦିବ୍ୟାଙ୍କ ମୃତ ଶରୀର