Cyber Fraud Awareness: ସାଇବର ଠକେଇ ରୋକିବାକୁ ପୋଲିସ ପକ୍ଷରୁ ଜାରି ହେଲା ହେଲପ ଲାଇନ ନମ୍ବର
Advertisement
Article Detail0/zeeodisha/odisha1813108

Cyber Fraud Awareness: ସାଇବର ଠକେଇ ରୋକିବାକୁ ପୋଲିସ ପକ୍ଷରୁ ଜାରି ହେଲା ହେଲପ ଲାଇନ ନମ୍ବର

Cyber Fraud Case: ସାଇବର ଠକେଇ ରୋକିବା ପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ହୋଇଛି ହେଲପ ଲାଇନ ନମ୍ବର। ଏହି ନମ୍ବର ବ୍ୟବହାର କରି ଆପଣ ସାଇବର ଠକାମୀ ସମ୍ପର୍କିତ ଅଭିଯୋଗ କରିପାରିବେ କିମ୍ବା ସହୟତା ନେଇପାରିବେ।

Cyber Fraud Awareness: ସାଇବର ଠକେଇ ରୋକିବାକୁ ପୋଲିସ ପକ୍ଷରୁ ଜାରି ହେଲା ହେଲପ ଲାଇନ ନମ୍ବର

Cyber Fraud Alert: ସାଇବର ଠକଙ୍କ ନଜରରେ ରହିଛି ଏବେ ପର୍ଯ୍ୟଟନ ଶିଳ୍ପ। ଫ୍ରଡ ଆପ୍ ଅଥବା ଓ୍ବେବସାଇଟ ମାଧ୍ୟମରେ ସେମାନେ ବିଭିନ୍ନ ହୋଟେଲ ରେଟ ଅତିକମ୍ ଦେଖାଇ ଏବଂ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଫ୍ୟାସିଲିଟି ଦେଖାଇ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରି ବୁକିଂ ଆମାଉଣ୍ଟ ଲୁଟୁଛନ୍ତି। ହୋଟେଲ ପହଞ୍ଚିବା ପରେ ପର୍ଯ୍ୟଟକ ଠକାମୀର ଶୀକାର ହୋଇଥିବା ଜଣାପଡୁଛି। ପୁରୀ ସହରର ଅନେକ ନାମୀଦାମୀ ହୋଟେଲ ନାମରେ ଫେକ ଓ୍ବେବସାଇଡ କରି ଠକୁଛନ୍ତି ଏହି ସାଇବର କ୍ରିମିନାଲ। ସେପଟେ କିଭଳି ସାଇବର କ୍ରାଇମ ରୋକଯାଇ ପାରିବ ଏବଂ ପୋଲିସ ହେଲପ ଲାଇନ ନମ୍ବର କିପରି ଗୋଲଡେନ ଆୱାର୍ ଭିତରେ ବ୍ୟବହାର କଲେ ସେମାନେ ଟଙ୍କା ଫେରସ୍ତ ପାଇପାରିବେ ତାହା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି ପୁରୀ ଏସପି।

ଅଗଷ୍ଟ ୬ ତାରିଖ ରବିବାର ହୋଟେଲ ବ୍ୟବସାୟୀଙ୍କ ସହ ଟାଉନ ଥାନା (Puri Town Police Station) କନଫରେନ୍ସ ହଲ ଠାରେ ଏକ ବୈଠକ (Puri Police Hoteliers Meeting) କରି ସାଇବର ଠକେଇ (Cyber Fraud Case) ସମ୍ପର୍କରେ ଏହି ସୂଚନା ଦେଇଛନ୍ତି ପୁରୀ ଏସପି ଡକ୍ଟର କନୱାର ବିଶାଳ ସିଂହ (Puri SP Dr Kanwar Vishal Sing)। ସାଇବର ଠକେଇ କବଳରୁ ରକ୍ଷା ପାଇବା ପାଇଁ ହୋଟେଲ ମାଲିକ (Hotel Owners of Puri) ଏବଂ କର୍ମଚାରୀ ନିଜେ ସଚେତନ ରହିବାକୁ କୁହାଯିବା ସହ ପର୍ଯ୍ୟଟକଙ୍କୁ ସଚେତନ କରିବା ପାଇଁ କୁହାଯାଇଛି।

www.hotelspuri.net ଭଳି ଏକ ଫେକ ୱେବ ସାଇଟ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଠକ (Cyber Fraud)। ବିଭିନ୍ନ ନାମୀ ଦାମୀ ହୋଟେଲ ଫଟୋ ଏବଂ ଅନ୍ୟାନ୍ୟ ସୂଚନା ବ୍ୟବହାର କରି ବହୁତ ସ୍ୱଳ୍ପ ମୂଲ୍ୟ ଏବଂ ଅତ୍ୟାଧୁନିକ ସେବା ଦର୍ଶାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛନ୍ତି ସାଇବର ଠକ। ଏପରିକି ପୁରୀ ସମୁଦ୍ରକୂଳରେ ରହିଥିବା ପ୍ରତିଷ୍ଠିତ ହୋଟେଲ (Hotel Near Puri Sea Beach) ୱେବସାଇଡ ମଧ୍ୟ ଫ୍ରଡ କରି ଲୁଟେରା ପର୍ଯ୍ୟଟକଙ୍କ ଠାରୁ ଲୁଟିଛନ୍ତି ଲକ୍ଷ ଲକ୍ଷ ଟଙ୍କା।

ପୁରୀ ଠାରେ ରହିଥିବା ପ୍ରାୟ ୩୦୪ ହୋଟେଲ ଗୋଟିଏ ଓ୍ବେବସାଇଡ ଦ୍ବାରା ଲୁଟ କରୁଛନ୍ତି ଲୁଟେରା। ଏହି ଘଟଣା ସମ୍ପର୍କରେ ହୋଟେଲ ଆସୋସିଏସନ (Hotel Association of Puri) ପକ୍ଷରୁ ପୋଲିସ ପ୍ରଶାସନକୁ ଅବଗତ କରାଯାଇଥିଲା। ଏହା ପରେ ପୋଲିସ (Puri District Police) ପକ୍ଷରୁ ପଦକ୍ଷେପ ନିଆଯାଇଛି। ପ୍ରାୟ ୨୨ ଫ୍ରଡ଼ ୱେବସାଇଟ ବ୍ଲକ କରାଯିବା ସହ ୩୦ ମାମଲା ରୁଜୁ ହୋଇଛି। ଏହା ସହ ଫେକ ୱେବ ସାଇଟ୍ କରି ଲୁଟିଥିବା ୧୦ ଲକ୍ଷ ୨୩ ହଜାର ୮୮୫ଟଙ୍କା ଜବତ କରାଯିବା ସହ ବର୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୨ ହଜାର ୪୮୯ ଟଙ୍କା ଠକାମୀର ଶିକାର ହୋଇଥିବା ଅଭିଯୋଗକାରୀଙ୍କୁ ଫେରସ୍ଥ କରାଯାଇଛି। ଯଦି କେହି ଆଗକୁ ଏଭଳି ଅନଲାଇନ ଠକାମୀର ଶିକାର ହୁଅନ୍ତି ତାହେଲେ ହେଲ୍ପ ଲାଇନ ନମ୍ବର (Puri Police Cyber Fraud Helpline Number) ୧୯୩୦ ସହ ଗୋଲଡେନ ଆୱାର ଅଧଘଣ୍ଟା ମଧ୍ୟରେ କଲ୍ କରି ସୂଚନା ଦେଲେ ଅର୍ଥ ରାଶି ଫେରି ପାଇବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ପ୍ରତ୍ୟେକ ହୋଟେଲ ଠାରେ ସାଇବର ଏକ୍ସପର୍ଟ ରଖାଯିବା ଉପରେ ଗୁରୁତ୍ବ ଦିଆଯାଇଛି। ସାଇବର କ୍ରାଇମ (Cyber Crime in Puri) ରୋକିବା ପାଇଁ ପୋଲିସ ପ୍ରଶାସନ (Puri Police Administration) ପକ୍ଷରୁ ଆହୁରି ସୁଦୃଢ଼ୀକରଣ କାର୍ଯ୍ୟ କରାଯିବ ବୋଲି ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଯଦି କେହି ଅନଲାଇନ ମାଧ୍ୟମରେ ହୋଟେଲ ବୁକ କରିବାକୁ ଚାହୁଁଛନ୍ତି ତାହେଲେ ବିଭିନ୍ନ ହୋଟେଲ ପକ୍ଷରୁ ନିଜସ୍ୱ ୱେବସାଇଟ ରହିଛି ଏବଂ ଟେଲିଫୋନ ନମ୍ବର ରହିଛି। ଯାହା ଦ୍ୱାରା ଅନଲାଇନ ହୋଟେଲ ବୁକିଂ କରିହେବ। ଅଥବା goibibo, make my trip, oyo ଭଳି ବହୁ ପଞ୍ଜୀକୃତ ସଂସ୍ଥା ଦ୍ୱାରା ବୁକ କଲେ ଠକାମୀର ଶିକାର ହେବେ ନାହିଁ। ଆଜିର ଦିନରେ ହେଉଥିବା ଅନଲାଇନ ଠକେଇକୁ ନେଇ ପୋଲିସ ପ୍ରଶାସନ ହୋଟେଲ ବ୍ୟବସାୟୀଙ୍କ ସହ ତୃତୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ। ଏହା ଅତ୍ୟନ୍ତ ସୁନ୍ଦର ପଦକ୍ଷେପ ବୋଲି କହିଛନ୍ତି ସେମାନେ। ରବିବାର ଅନୁଷ୍ଠିତ ହୋଇଥିବା ବୈଠକରେ ପୁରୀ ହୋଟେଲିୟର୍ସ ଯୋଗଦେଇଥିବା ବେଳେ ପର୍ଯ୍ୟଟକଙ୍କ ଅସୁବିଧା ଦୁରୀଭୂତ ହୋଇପାରିବ ବୋଲି ଆଶା ରହିଛି।