Pradhan Mantri Vaya Vandana Yojana: ବଜେଟ୍ ପୂର୍ବରୁ ବିବାହିତ ଲୋକମାନେ ଏହି ଯୋଜନାରେ କରନ୍ତୁ ଆବେଦନ, ପ୍ରତି ମାସକୁ ମିଳିବ ୮ ହଜାର ଟଙ୍କା
Advertisement
Article Detail0/zeeodisha/odisha1540837

Pradhan Mantri Vaya Vandana Yojana: ବଜେଟ୍ ପୂର୍ବରୁ ବିବାହିତ ଲୋକମାନେ ଏହି ଯୋଜନାରେ କରନ୍ତୁ ଆବେଦନ, ପ୍ରତି ମାସକୁ ମିଳିବ ୮ ହଜାର ଟଙ୍କା

Pradhan Mantri Vaya Vandana Yojana: ଏହି ଯୋଜନା ଅଧୀନରେ ଆପଣଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ଗ୍ୟାରେଣ୍ଟି ପେନସନ୍ ଦିଆଯିବ । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ଯୋଜନା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୩ । ଏପରି ପରିସ୍ଥିତିରେ ଆପଣଙ୍କ ପାଖରେ ଆଉ କିଛି ଦିନ ବାକି ଅଛି । 

Pradhan Mantri Vaya Vandana Yojana: ବଜେଟ୍ ପୂର୍ବରୁ ବିବାହିତ ଲୋକମାନେ ଏହି ଯୋଜନାରେ କରନ୍ତୁ ଆବେଦନ, ପ୍ରତି ମାସକୁ ମିଳିବ ୮ ହଜାର ଟଙ୍କା

Pradhan Mantri Vaya Vandana Yojana: ଯଦି ଆପଣ ପ୍ରତି ମାସରେ ଭଲ ପେନସନ୍ (Pension) ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆଜି ହିଁ କେନ୍ଦ୍ର ସରକାର (Central Govt) ଙ୍କ ଏହି ଯୋଜନାରେ ଆବେଦନ କରିବା ଆବଶ୍ୟକ । ଏହି ଯୋଜନା ଅଧୀନରେ ଆପଣଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ଗ୍ୟାରେଣ୍ଟି ପେନସନ୍ (Pension Amount) ଦିଆଯିବ । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ଯୋଜନା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୩ । ଏପରି ପରିସ୍ଥିତିରେ ଆପଣଙ୍କ ପାଖରେ ଆଉ କିଛି ଦିନ ବାକି ଅଛି । ଏହି ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନା (Pradhan Mantri Vaya Vandana Yojana) । ଏହି ଯୋଜନାରେ ନିବେଶ କରିବାକୁ ଆପଣଙ୍କର ସର୍ବନିମ୍ନ ବୟସ ୬୦ ବର୍ଷ ହେବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ଭୟ ବନ୍ଦନା ଯୋଜନା (Pradhan Mantri Vaya Vandana Yojana) ମାଧ୍ୟମରେ କେନ୍ଦ୍ର ସରକାର (Central Govt) ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ପେନସନ୍ ଗ୍ୟାରେଣ୍ଟି ଦିଅନ୍ତି । ଏହି ଯୋଜନାରେ ନିବେଶକଙ୍କୁ ମାସିକ, ତ୍ରୈମାସିକ କିମ୍ବା ବାର୍ଷିକ ପେନସନ୍ ଦିଆଯାଏ । ଏହି ଯୋଜନା କେନ୍ଦ୍ର ସରକାର ଓ ଭାରତୀୟ ଜୀବନ ବୀମା ନିଗମ (LIC) ଦ୍ୱାରା ପରିଚାଳିତ କରାଯାଇଥାଏ । ଏହି ଯୋଜନାରେ କେବଳ ୬୦ ବର୍ଷ କିମ୍ବା ଅଧିକ ବୟସର ଲୋକ ଆବେଦନ କରିପାରିବେ । ଏହି ଯୋଜନାରେ ଆପଣ ୧୫ ଲକ୍ଷ ଟଙ୍କା ନିବେଶ କରିପାରିବେ । ପୂର୍ବରୁ ଏହି ଯୋଜନାରେ କେବଳ ୭ ଲକ୍ଷ ୫୦ ହଜାର ଟଙ୍କା ନିବେଶ ହୋଇପାରୁଥିଲା, କିନ୍ତୁ ବର୍ତ୍ତମାନ ସରକାର ଏହି ଯୋଜନାରେ ନିବେଶ ସୀମା ବୃଦ୍ଧି କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଭାରତ-ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିନିକିଆ ମ୍ୟାଚର ବଦଳିବ ଭେନ୍ୟୁ? ହାଇକୋର୍ଟ ଶୁଣାଇଲେ ଏହି ବଡ଼ ନିଷ୍ପତ୍ତି

ଅଧିକ ପଢ଼ନ୍ତୁ:-ତୃତୀୟ ଦିନିକିଆ ଖେଳିବେନି ଶୁଭମାନ ଗିଲ, ଏହି ଖେଳାଳି କରିବେ ଡେବ୍ୟୁ!

ଅଧିକ ପଢ଼ନ୍ତୁ:-ଭୀଷଣ କାର ଦୁର୍ଘଟଣାରେ ISROର ୫ ଜଣ କର୍ମଚାରୀଙ୍କ ମୃତ୍ୟୁ

 

ବିବାହିତ ଲୋକମାନେ ଏହି ଯୋଜନାରେ ନିବେଶ କରି ମାସକୁ ୮ ହଜାର ଟଙ୍କା ପେନସନ୍ ପାଇପାରିବେ । ଯଦି ଉଭୟ ପତି-ପତ୍ନୀ ଏହି ଯୋଜନାରେ ୬-୬ ଲକ୍ଷ ଟଙ୍କା ନିବେଶ କରନ୍ତି, ତେବେ ସେମାନଙ୍କୁ ମାସକୁ ମୋଟ ୮୦୦୦ ଟଙ୍କା ଅର୍ଥାତ୍ ଉଭୟଙ୍କ ପାଇଁ ୪-୪ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ଯୋଜନା ଅଧୀନରେ ଆପଣଙ୍କୁ ବାର୍ଷିକ ୭.୪୦ ପ୍ରତିଶତ ହାରରେ ସୁଧ ମଧ୍ୟ ଦିଆଯାଏ । ଆପଣ ଏହି ଯୋଜନାରେ ୧୦ ବର୍ଷ ପାଇଁ ନିବେଶ କରନ୍ତୁ । ଏହି ପରିପ୍ରେକ୍ଷୀରେ ଆପଣଙ୍କୁ ୧୦ ବର୍ଷ ପାଇଁ ପେନସନ୍ ଦିଆଯିବ । ଏହା ପରେ ଆପଣ ଯେଉଁ ଟଙ୍କା ନିବେଶ କରିଛନ୍ତି, ସେହି ଟଙ୍କା ଆପଣଙ୍କୁ  ଫେରାଇ ଦିଆଯିବ । ଉଦାହରଣ ସ୍ୱରୂପ, ଯଦି ଆପଣ ୧୨ ଲକ୍ଷ ଟଙ୍କା ନିବେଶ କରନ୍ତି, ତେବେ ଏହି ରାଶି ୧୦ ବର୍ଷ ପରେ ଆପଣଙ୍କୁ ଫେରସ୍ତ ହେବ ଏବଂ ଏହାସହ ଆପଣଙ୍କୁ ମାସିକ ପେନସନ ବି ମିଳିବ ।