୩୦ ବର୍ଷ ପୂର୍ବରୁ ହ୍ୱାଇଟ ହାଉସ ଦେଖିଥିଲେ ମୋଦୀ: ଏବେ ହ୍ୱାଇଟ ହାଉସ ପିଏମ ମୋଦୀଙ୍କୁ ଦେଖୁଛି
Advertisement
Article Detail0/zeeodisha/odisha1751461

୩୦ ବର୍ଷ ପୂର୍ବରୁ ହ୍ୱାଇଟ ହାଉସ ଦେଖିଥିଲେ ମୋଦୀ: ଏବେ ହ୍ୱାଇଟ ହାଉସ ପିଏମ ମୋଦୀଙ୍କୁ ଦେଖୁଛି

ଯେତେବେଳେ ୩୦ ବର୍ଷ ପୂର୍ବରୁ ମୋଦୀଜୀ ଆମେରିକା ଯାଇଥିଲେ, ସେତେବେଳେ ଅନ୍ୟମାନଙ୍କ ପରି ସେ ମଧ୍ୟ ଉତ୍ସାହର ସହ ହ୍ୱାଇଟ୍ ହାଉସର ଫାଟକ (White House Gate) ନିକଟରେ ଫଟୋ ଉଠାଇଥିଲେ । ସେତେବେଳେ ମୋଦୀଜୀ ଜଣେ ପର୍ଯ୍ୟଟକ ହିସାବରେ ବୁଲିବାକୁ ଯାଇଥିଲେ । କାରଣ ସେ କୌଣସି ରାଜନୈତିକ (Political) ପଦ ପଦବୀରେ ନଥିଲେ । ମୋଦୀଜୀ ବୁଲିବ

୩୦ ବର୍ଷ ପୂର୍ବରୁ ହ୍ୱାଇଟ ହାଉସ ଦେଖିଥିଲେ ମୋଦୀ: ଏବେ ହ୍ୱାଇଟ ହାଉସ ପିଏମ ମୋଦୀଙ୍କୁ ଦେଖୁଛି

PM Modi White House Visit: ଯେତେବେଳେ ୩୦ ବର୍ଷ ପୂର୍ବରୁ ମୋଦୀଜୀ ଆମେରିକା ଯାଇଥିଲେ, ସେତେବେଳେ ଅନ୍ୟମାନଙ୍କ ପରି ସେ ମଧ୍ୟ ଉତ୍ସାହର ସହ ହ୍ୱାଇଟ୍ ହାଉସର ଫାଟକ (White House Gate) ନିକଟରେ ଫଟୋ ଉଠାଇଥିଲେ । ସେତେବେଳେ ମୋଦୀଜୀ ଜଣେ ପର୍ଯ୍ୟଟକ ହିସାବରେ ବୁଲିବାକୁ ଯାଇଥିଲେ । କାରଣ ସେ କୌଣସି ରାଜନୈତିକ (Political) ପଦ ପଦବୀରେ ନଥିଲେ । ମୋଦୀଜୀ ବୁଲିବାକୁ ଯାଇଥିବା ସମୟରେ ସେତେବେଳେ ତାଙ୍କୁ ହ୍ୱାଇଟ୍ ହାଉସ ଭିତରକୁ ବୁଲିବାକୁ ଅନୁମତି ଦିଆଯାଇନଥିଲା । ସୁରକ୍ଷା କର୍ମୀମାନେ ତାଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲେ । କିନ୍ତୁ ସେମାନେ କଣ ଏହା ଜାଣିଥିଲେ ଯେ, ଯିଏ ଏବେ ହ୍ୱାଇଟ ହାଉସ ବୁଲିବାକୁ ଆସିଛନ୍ତି ସେ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ ।

ପିଏମ ମୋଦୀଙ୍କ ପାଇଁ ହ୍ୱାଇଟହାଉସରେ ଐତିହାସିକ ଉତ୍ସବ 

ଯେତେବେଳେ ପିଏମ ମୋଦୀ ୪ ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଥିଲେ, ସେତେବେଲେ ହ୍ୱାଇଟ ହାଉସ ପିଏମ ମୋଦୀଙ୍କୁ ସ୍ୱାଗତ କରିବାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲା । ତାହାର କାରଣ ହେଉଛି ୩୦ ବର୍ଷ ପୂର୍ବେ ହ୍ୱାଇଟ ହାଉସ ବାହାରେ ଠିଆ ହୋଇ ଫଟୋ ଉଠାଇଥିବା ବ୍ୟକ୍ତି ଜଣକ ବର୍ତ୍ତମାନ ରାଷ୍ଟ୍ରିୟ ଭବନ (White house) ର ଏକ ବିଶେଷ ଅତିଥି ଭାବରେ ଆସୁଥିଲେ । ତେଣୁ ହ୍ୱାଇଟ ହାଉସରେ ବେଶ୍ ଉତ୍ସବର ପରିବେଶ ଥିଲା । ତେବେ ବର୍ତ୍ତମାନ କିନ୍ତୁ ୩୦ ବର୍ଷ ସମୟ ବଦଳିଯାଇଛି । ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ହ୍ୱାଇଟ ହାଉସ ପରିସରରେ ନାଚ, ଗୀତ, ସମେତ ଅନେକ ବ୍ୟବସ୍ଥା କରାଯାଇଥିଲା ।

ପିଏମ ମୋଦୀ ହ୍ୱାଇଟ୍ ହାଉସରେ ପହଞ୍ଚିବା ପୂର୍ବରୁ, ଆମେରିକାରେ ଥିବା ପ୍ରବାସୀ ଭାରତୀୟମାନେ ପିଏମ ମୋଦୀହ୍କୁ ଭେଟିବାକୁ ଖୁବ୍ ଆଗ୍ରହୀ ଥିଲେ । ସେଥିପାଇଁ ଅନେକ ଦୂରରୁ ମଧ୍ୟ ସମୟ ବାହାର କରି ହ୍ୱାଇଟ ହାଉସକୁ ସେମାନେ ଆସିଥିଲେ । ଆମେରିକାର ରାଷ୍ଟ୍ରପତି ଜୋ ବିଡେନ (america president Joe Biden) ଏବଂ ହ୍ୱାଇଟ ହାଉସର ମୁଖ୍ୟ ପତ୍ନୀ ଜିଲ ବିଡେନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧୌର୍ଯ୍ୟର ସହ ଅପେକ୍ଷା କରିଥିଲେ । ପିଏମ ମୋଦୀଙ୍କ ଗ୍ରସ୍ତ ପାଇଁ ହ୍ୱାଇଟ ହାଉସକୁ ବର ବେଶ ପରି ସଜାଯାଇଥିଲା। ପିଏମ ମୋଦୀ ଅତିଥି ଭାବରେ ଏତେ ଖାସ୍ ଥିଲେ ଯେ, ତାଙ୍କ ଖାଦ୍ୟ ଏବଂ ପାନୀୟ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥିଲା । ଅତିଥି ପିଏମ ମୋଦୀଙ୍କୁ ନାନାଦି ପ୍ରକାରର ବ୍ୟଞ୍ଜନ ଖାଦ୍ୟ ଭାବରେ ଦିଆଯାଇଥିଲା । ପିଏମ ମୋଦୀ ପହଞ୍ଚିବା ମାତ୍ରେ ରାଷ୍ଟ୍ରପତି ଜୋ ବିଡେନ ଖୁବ ଆନନ୍ଦରେ ତାଙ୍କୁ ଆଲିଙ୍ଗନ କରିଥିଲେ। ଆମେରିକାର ପ୍ରଥମ ଲେଡି ଜିଲ୍ ବିଡେନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି। ରିସେପ୍ସନରେ ପିଏମ ମୋଦୀ ମଧ୍ୟ ଖୁବ ଆନନ୍ଦିତ ହୋଇଥିଲେ । ପିଏମ କହିଥିଲେ ଆପଣଙ୍କୁ ଧନ୍ୟବାଦ ଦେବା ପାଇଁ ଶବ୍ଦ ଗୁଡ଼ିକ କମ ହୋଇଗଲା । ସେଥିପାଇଁ ସେ ଏହାକୁ ୧୪୦ କୋଟି ଭାରତୀୟଙ୍କ ସମ୍ମାନ ବୋଲି କହିଥିଲେ।

ହ୍ୱାଇଟ ହାଉସରେ ଉତ୍ସବ ଆରମ୍ଭ ହେବା କ୍ଷଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ଆନନ୍ଦିତ ହୋଇଥିଲେ । ଆମେରିକାର ପତାକା ସହିତ ଗର୍ବର ସହିତ ଉଡ଼ୁଥିବା ତ୍ରିରଙ୍ଗା, ଭାରତ ମାତା କି ଜୟ ଏବଂ ବନ୍ଦେ ମାତାରାମ ଶବ୍ଦରେ ଗୁଞ୍ଜରିତ ହେଉଥିଲା ହ୍ୱାଇଟ ହାଉସ୍ । ଏହି ସମୟରେ ପିଏମ ମୋଦୀ ତାଙ୍କର ୩୦ ବର୍ଷର ପୂର୍ବ ଗସ୍ତକୁ ମନେ ପକାଇ ଏହା କହିଥିଲେ ଯେ ... ୩୦ ବର୍ଷ ପୂର୍ବେ ମୁଁ ହ୍ୱାଇଟ ହାଉସକୁ ପର୍ଯ୍ୟଟକ ଭାବରେ ଆସିଥିଲି ଏବଂ ଫାଟକ ବାହାରେ ଫଟୋ ଉଠାଇଥିଲି। ଏଥିସହ ସେ ପ୍ରଧାନମନ୍ତ୍ରୀ ହେବା ପରେ ମଧ୍ୟ ଆସିଥିଲେ, କିନ୍ତୁ ଏଥର ତାଙ୍କର ଆଗମନ ଖୁବ୍ ସ୍ୱତନ୍ତ୍ର । ଆଜି, ୩୦ ବର୍ଷ ପରେ, ମୁଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ହ୍ୱାଇଟ ହାଉସ ଭିତରକୁ ଆସିଛି । ଏହି ସମୟରେ ପ୍ରବାସୀ ଭାରତୀୟଙ୍କ ପାଇଁ ହ୍ୱାଇଟ ହାଉସର ଦ୍ୱାର ମଧ୍ୟ ପ୍ରଥମ ଥର ପାଇଁ ଖୋଲାଯାଇଛି । ଏହି ସ୍ୱାଗତ ଦ୍ୱାରା ମୁଁ ଅତ୍ୟଧିକ ଖୁସି ଓ ମର୍ମାହତ । ଏହି ସମ୍ମାନ ପ୍ରତ୍ୟେକ ଭାରତୀୟଙ୍କ ସମ୍ମାନ । ଏହା ହେଉଛି ଦେଶର ୧୪୦ କୋଟି ନାଗରିକଙ୍କ ସମ୍ମାନ। ରାଷ୍ଟ୍ରପତି ଜୋ ବିଡେନ, ଜିଲ ବିଡେନ ଏବଂ ଆମେରିକୀୟ ଲୋକଙ୍କ ନିକଟରେ ମୁଁ କୃତଜ୍ଞ ବୋଲି ପିଏମ ମତବ୍ୟକ୍ତ କରିଥିଲେ ।

Also read- ସକାଳେ ଉଠିବା ପରେ ଜପ କରନ୍ତୁ ଏହି ମନ୍ତ୍ର ! ଜୀବନରେ ସକାରାତ୍ମକତା ଆସିବ