Petrol Diesel Price Today 5 January 2024: ଦେଶରେ ପେଟ୍ରୋଲ ଓ ଡିଜେଲର ଦର କମ୍ କରିବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ଚଳିତ ବର୍ଷ ଆରମ୍ଭରୁ ପେଟ୍ରୋଲ ଓ ଡିଜେଲର ଦର ସାମାନ୍ୟ ପରିମାଣରେ ହ୍ରାସ ପାଇଥିଲା। ତେବେ, ଆଜି ମଧ୍ୟ ତେଲ ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଛି। ଗାଡି଼ରେ ତେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ୍ ଦର କେତେ (Petrol Diesel Price Today) ରହିଛି।
Trending Photos
Petrol Diesel Price Today 5 January 2024: ଦେଶରେ ପେଟ୍ରୋଲ ଓ ଡିଜେଲର ଦର କମ୍ କରିବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ଚଳିତ ବର୍ଷ ଆରମ୍ଭରୁ ପେଟ୍ରୋଲ ଓ ଡିଜେଲର ଦର ସାମାନ୍ୟ ପରିମାଣରେ ହ୍ରାସ ପାଇଥିଲା। ତେବେ, ଆଜି ମଧ୍ୟ ତେଲ ଦରରେ ସାମାନ୍ୟ ପରିବର୍ତ୍ତନ ଘଟିଛି। ଗାଡି଼ରେ ତେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ୍ ଦର କେତେ (Petrol Diesel Price Today) ରହିଛି। ଆଉ ରେଟ୍ ଲିଟର ପିଛା କେତେ ଟଙ୍କା କମିଛି। ଆଜି ଅର୍ଥାତ୍ ଜାନୁୟାରୀ ୫ରେ ଭାରତର ଅନେକ ରାଜ୍ୟରେ ପେଟ୍ରୋଲ ମୂଲ୍ୟରେ କିଛି ଟଙ୍କା ହ୍ରାସ ପାଇଛି। ଆଉ କେତେକ ସ୍ଥାନରେ ଦର ବୃଦ୍ଧି ହୋଇଛି। ତେବେ ବିଭିନ୍ନ ରାଜ୍ୟରେ ଏବଂ ବିଭିନ୍ନ ପେଟ୍ରୋଲ ପମ୍ପରେ ଟିକସ ହେତୁ ସାଧାରଣତଃ ଦରରେ ଟିକେ ଭିନ୍ନତା ରହିଛି ।...
ALSO READ : Ayodhya: ଜାଣନ୍ତୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବର ସୁରକ୍ଷା ବ୍ୟବସ୍ଥା ପାଇଁ ଖର୍ଚ୍ଚ ହୋଇଛି କେତେ କୋଟି?
କେଉଁ ସହରରେ କେତେ ରହିଛି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଜାଣନ୍ତୁ ?
ଦେଶର ରାଜଧାନୀ ନୂଆଦିଲ୍ଲୀ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୬.୭୨ ରହିଥିବା ବେଳେ ଚେନ୍ନାଇରେ ୧୦୨, ମୁମ୍ବାଇରେ ୧୦୬.୦୩, କୋଲକାତାରେ ୧୦୬.୦୩ ଟଙ୍କା ରହିଛି । ସେହିପରି, ଉତ୍ତର ପ୍ରଦେଶର ନୋଏଡାରେ ୯୬.୬୫,ଗାଜିଆବାଦରେ ୯୬.୫୮, ଗୁରୁଗ୍ରାମରେ ୯୭.୧୮, ଲକ୍ଷ୍ମୌରେ ୯୬.୪୭, ଜୟପୁରରେ ୧୦୮.୪୮, ପାଟନାରେ ୧୦୭.୨୪ ପଇସା ରହିଛି । ଏବଂ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୧୦୩ ଟଙ୍କା ୧୧ ପଇସା ରହିଛି।
ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ଡିଜେଲ୍ ଲିଟର ପିଛା ୯୪ ଟଙ୍କା ୭୮ ପଇସା ରହିଛି। ଦିଲ୍ଲୀରେ ୮୯.୬୨ ଟଙ୍କା ରହିଥିବା ଚେନ୍ନାଇରେ ୯୪.୨୪ ପଇସା ରହିଛି । ମୁମ୍ବାଇରେ ୯୪. ୨୪,କୋଲକାତାରେ ୯୨.୭୬, ନୋଏଡାରେ ୯୦.୧୪,ଗାଜିଆବାଦରେ ୮୯.୧୪, ଗୁରୁଗ୍ରାମରେ ୯୦.୦୫, ଲକ୍ଷ୍ମୌରେ ୮୯.୬୬, ଜୟପୁରରେ ୯୩.୬୯, ପାଟନାରେ ୯୪.୦୨ ଟଙ୍କା ରହିଛି।
ଏପରି ଭାବେ ଡିଜେଲ୍ -ପେଟ୍ରୋଲ୍ ରେଟ୍ ଜାଣିପାରିବେ :
ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।
ଏଠାରେ ଚେକ୍ କରନ୍ତୁ- https://iocl.com/Products/PetrolDieselPrices.aspx
ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।