ଶ୍ରୀମନ୍ଦିର ଆସୁଥିଲେ ଯାତ୍ରୀ, ତପ୍ତପାଣି ଘାଟିରେ ଓଲଟିଲା ବସ୍
Advertisement
Article Detail0/zeeodisha/odisha2112575

ଶ୍ରୀମନ୍ଦିର ଆସୁଥିଲେ ଯାତ୍ରୀ, ତପ୍ତପାଣି ଘାଟିରେ ଓଲଟିଲା ବସ୍

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବାକୁ ଆସୁଥିବା ସମୟରେ ତପ୍ତପାଣି ଘାଟିରେ ଓଲଟିଛି ଯାତ୍ରୀବାହୀ ବସ୍‌ । ଆଜି ସନ୍ଧ୍ୟା ସମୟରେ ଏପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଏଥିସହ ୩ଜଣ ଯାତ୍ରୀଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି । 

ଶ୍ରୀମନ୍ଦିର ଆସୁଥିଲେ ଯାତ୍ରୀ, ତପ୍ତପାଣି ଘାଟିରେ ଓଲଟିଲା ବସ୍

ଗଞ୍ଜାମ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବାକୁ ଆସୁଥିବା ସମୟରେ ତପ୍ତପାଣି ଘାଟିରେ ଓଲଟିଛି ଯାତ୍ରୀବାହୀ ବସ୍‌ । ଆଜି ସନ୍ଧ୍ୟା ସମୟରେ ଏପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଏଥିସହ ୩ଜଣ ଯାତ୍ରୀଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି । ସେମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ, ବସ୍ ଟି କୋରାପୁଟ୍ରୁ ପୁରୀ ଅଭିମୁଖେ ଆଣୁଥିଲା। ଜିଲ୍ଲା ପ୍ରଶାସନ ୫ଟି ବସ୍‌ରେ ଶ୍ରଦ୍ଧାଳୁଙ୍କୁ ପୁରୀ ଆଣିବାର ବ୍ୟବସ୍ଥା କରିଥିଲା । ପାଳୁଖୋଳା ନିକଟରେ ଗୋଟିଏ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ତେବେ କେଉଁ କାରଣରୁ ବସଟି ଦୁର୍ଘଟଣାର ସମ୍ମୁଖୀନ ହେଲା ତାହାର କାରଣ ଜଣାପଡିନାହିଁ । ବସ୍ ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସହାୟତା କରିଥିଲେ । ଅଗ୍ନିଶମ କର୍ମଚାରୀ ଏବଂ ପୋଲିସକୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି ।

Also Read- ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୧୦୮ ଆମ୍ୱୁଲାନ୍ସ କର୍ମଚାରୀଙ୍କୁ ମିଳିବ ପ୍ରୋତ୍ସାହନ

Also Read- ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗାରେ ବଢୁଛି ଭିଡ଼