Odisha Train Accident: ବାହାନଗା ଦୁର୍ଘଟଣାକୁ ପୂରିଲା ମାସେ, ଏବେ ବି ମନରୁ ଯାଉନି ଛନକା
Advertisement
Article Detail0/zeeodisha/odisha1762641

Odisha Train Accident: ବାହାନଗା ଦୁର୍ଘଟଣାକୁ ପୂରିଲା ମାସେ, ଏବେ ବି ମନରୁ ଯାଉନି ଛନକା

Odisha Train Accident: ବାହାନଗା ରେଳ ଦୁର୍ଘଟଣା (Bahanaga train Accident)ର ସେହି କଳାରାତି କଥା ମନେ ପଡିଲେ ଟାଙ୍କୁରି ଉଠୁଛି ଲୋମ । ତେବେ, ସେହି କାଳ ରାତିର କଳା କାହାଣୀକୁ ଆଜିବି ଭୁଲି ପାରୁ ନାହାଁନ୍ତି ଲୋକେ। ତେବେ, ଏହି ଦୁର୍ଘଟଣାକୁ ଆଜକୁ ମାସେ ପୂରୁଛି। ଏହି ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ଲୋକେ ଆଜିବି ସେମାନଙ୍କୁ ଝୁରି ହେଉଛନ୍ତି। ପଢନ୍ତୁ ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha Train Accident: ବାହାନଗା ରେଳ ଦୁର୍ଘଟଣା (Bahanaga train Accident)। କରମଣ୍ତଳ ରେଳ ଦୁର୍ଘଟଣାର (Coromandel Train Accident) ସେହି କଳାରାତି କଥା ମନେ ପଡିଲେ ଟାଙ୍କୁରି ଉଠୁଛି ଲୋମ । ତେବେ, ସେହି କାଳ ରାତିର କଳା କାହାଣୀକୁ ଆଜିବି ଭୁଲି ପାରୁ ନାହାଁନ୍ତି ଲୋକେ। ତେବେ, ଏହି ଦୁର୍ଘଟଣାକୁ ଆଜକୁ ମାସେ ପୂରୁଛି। ଏହି ଦୁର୍ଘଟଣାରେ ୨୯୪ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ହଜାରେରୁ ଅଧିକ ଲୋକେ ଆହତ ହୋଇଥିଲେ। ଯେଉଁମାନେ ଏବେବି ଚିକିତ୍ସାଧିନ ଅଛନ୍ତି। ଏହି ଟ୍ରେନ୍‌ ଦୁର୍ଘଟଣା ପାଇଁ ଦାୟୀ କିଏ ? ଏବେ ସୁଧା ଜଣାପଡିନି। ଦୁର୍ଘଟଣାକୁ ମାସେ ପୁରିଥିଲେ ବି ଘଟଣାର ପ୍ରକୃତ ଦୋଷୀ କିଏ ତାହା ଏଯାଏଁ ସ୍ପଷ୍ଟ କରିନି ରେଳ ବିଭାଗ। ଏପରିକି, ରେଳ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇର ହାତ ଏବେବି ଖାଲି ରହିଛି।  

ଏହାବି ପଢନ୍ତୁ :  Odisha Train Accident: ବାହାନଗା ରେଳ ଦୁର୍ଘଟଣା ପାଇଁ ଦାୟୀ ହେଉଛନ୍ତି ଏମାନେ!

ଏହାବି ପଢନ୍ତୁ : Team India New Chief Selector: ଏହି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ହୋଇପାରନ୍ତି ବିସିସିଆଇ ମୁଖ୍ୟ ଚୟନକର୍ତ୍ତା !

ଘଟଣାର ତଦନ୍ତ ଭାର ନେଇଥିବା ସିବିଆଇର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏବଂ ଦୁର୍ଘଟଣାର ପୁଙ୍କାନୁପୁଙ୍କ ତଦନ୍ତ ପାଇଁ ବାହନଗା ରେଳ ଷ୍ଟେସନର ସମସ୍ତ କର୍ମଚାରୀଙ୍କୁ ଗୋଟି ଗୋଟି କରି ପଚରା ଉଚରା କରିଛି । ଷ୍ଟେସନ ମାଷ୍ଟର ଏସବି ମହାନ୍ତି, ଜୁନିୟର ଇଂଜିନିୟର ଅମିର ଖାନଙ୍କ ସମେତ ମୋଟ ୬ ଜଣ କର୍ମଚାରୀ ସିବିଆଇ ହେପାଜତରେ ଅଛନ୍ତି । କିନ୍ତୁ କାହାଠାରୁ ସେଭଳି କିଛି ଠୋସ୍ ସୁରାକ୍ ପାଇନି ସିବିଆଇ।  ଟ୍ରେନ୍‌ ଦୁର୍ଘଟଣାର ୨୦ ଦିନ ପରେ ଅର୍ଥାତ୍‌ ଜୁନ୍‌ ୨୨ରେ ଖଡ଼ଗପୁର ଡିଆର୍‌ଏମ୍‌, ଦକ୍ଷିଣ-ପୂର୍ବ ରେଳ ଜୋନ୍‌ର ପ୍ରିନ୍ସିପାଲ୍‌ ଚିଫ୍‌ ସିଗ୍‌ନାଲ୍‌ ଓ ଟେଲିକମ୍ୟୁନିକେସନ ଇଂଜିନିୟର, ପ୍ରିନ୍‌ସିପାଲ୍‌ ଚିଫ୍‌ ସେଫ୍ଟି ଅଫିସର, ପ୍ରିନ୍ସିପାଲ୍‌ ଚିଫ୍‌ ସିକ୍ୟୁରିଟି କମିସନର ଓ ପ୍ରିନ୍‌ସିପାଲ୍‌ ଚିଫ୍‌ କମର୍ସିଆଲ ମ୍ୟାନେଜରଙ୍କୁ ବଦଳି କରାଯାଇଥିଲା। ସେହିପରି ଦକ୍ଷିଣ-ପୂର୍ବ ରେଳ ଜୋନ୍‌ର ଜିଏମ୍‌ ଅର୍ଚ୍ଚନା ଯୋଶୀଙ୍କୁ ବଦଳି କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୬ଜଣ ବରିଷ୍ଠ ଅଧିକାରୀମାନଙ୍କ ବଦଳି କରାଯାଇଥିବା ବେଳେ ଏଯାଏ କାହାର ଅବହେଳାକୁ ଦାୟୀ କରାଯାଇନାହିଁ କିମ୍ବା କାହାକୁ ଗିରଫ କରାଯାଇ ନାହିଁ। 

ଏହାବି ପଢନ୍ତୁ : ACF Soumya Death Case: ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ଜେଲ୍ ଯିବେ ଏହି ତିନି ଅଭିଯୁକ୍ତ!

ସୂଚନା ଅନୁସାରେ,  ବାଲେଶ୍ୱର ଜିଲ୍ଲା ବାହାନଗାରେ କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣାଗସ୍ତ (Bahanaga Train Accident) ଜୁନ୍ ୨ ତାରିଖରେ ହୋଇଥିଲା। ଏଥିରେ ୨୯୪ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ  ୧୦୦୦ରୁ  ଅଧିକ ଆହତ ହୋଇଥିଲେ । ଏହି ଭୟଙ୍କର ଦୁର୍ଘଟଣା (Odisha triple-train tragedy)ସାରା ଦେଶକୁ ଦୋହଲାଇ ଦେଇଥିଲା। ଏହି ଅଘଟଣ ପରେ ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ ସମେତ ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ । ମୃତାହତଙ୍କ ପରିବାରକୁ ସହାୟତା ରାଶି ମଧ୍ୟ ଘୋଷଣା କରାଯାଇଯାଇଥିଲା । ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାସହିତ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ ସହ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ।