Union Budget 2025: ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ଅଷ୍ଟମ ବଜେଟ୍‍, କ’ଣ ହୋଇପାରେ ବିକାଶର କେନ୍ଦ୍ରବିନ୍ଦୁ
Advertisement
Article Detail0/zeeodisha/odisha2626149

Union Budget 2025: ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ଅଷ୍ଟମ ବଜେଟ୍‍, କ’ଣ ହୋଇପାରେ ବିକାଶର କେନ୍ଦ୍ରବିନ୍ଦୁ

Union Budget 2025: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଅଷ୍ଟମଥର ପାଇଁ କେନ୍ଦ୍ର ବେଜଟ୍‍ ଉପସ୍ଥାପନ କରିବେ। ସକାଳ ୧୧ଟାରେ ନିର୍ଦ୍ଧାରିତ ସମୟରେ ଲୋକସଭାରେ ଏହି ବଜେଟ୍‍ ଉପସ୍ଥାପନ ହେବ।  ଆସନ୍ତୁ ନଜର ପକାଇବା ନିର୍ମଳାଙ୍କ ବଜେଟ ଏଥର କେଉଁ ଦିଗ ପ୍ରତି ଧ୍ୟାନ ଦେଇପାରେ କିଛି ୧୦ ପ୍ରମୁଖ ବିନ୍ଦୁ ମାଧ୍ୟମରେ।

Union Budget 2025: ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ଅଷ୍ଟମ ବଜେଟ୍‍, କ’ଣ ହୋଇପାରେ ବିକାଶର କେନ୍ଦ୍ରବିନ୍ଦୁ
Union Budget 2025: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଅଷ୍ଟମଥର ପାଇଁ କେନ୍ଦ୍ର ବେଜଟ୍‍ ଉପସ୍ଥାପନ କରିବେ। ସକାଳ ୧୧ଟାରେ ନିର୍ଦ୍ଧାରିତ ସମୟରେ ଲୋକସଭାରେ ଏହି ବଜେଟ୍‍ ଉପସ୍ଥାପନ ହେବ। ଏହା ପୂର୍ବରୁ ଗତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଏବଂ ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟରେ ଦେଶର ଅର୍ଥନୀତି ସମ୍ମୁଖରେ ଥିବା ଆହ୍ୱାନ ଏବଂ କେଉଁ କ୍ଷେତ୍ରକୁ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି ତାହା ସ୍ପଷ୍ଟ କରିଦେଇଛି। ଏହିକ୍ରମରେ ଉପସ୍ଥାପନ ହେବାକୁ ଥିବା ବଜେଟରେ ମଧ୍ୟବିତ୍ତଙ୍କ ଉତ୍‍ଥାନ ତଥା ସ୍ୱଚ୍ଛଳତା ବୃଦ୍ଧି ପାଇଁ ଅଧିକ ଧ୍ୟାନ ଦେଇପାରନ୍ତି ସରକାର। ଏହା ସହ ଏମ୍‍ଏସ୍‍ଏମ୍‍ଇକୁ ସହାୟତା, ଛାତ୍ରଛାତ୍ରୀଙ୍କୁ ତାଲିମ, ଦକ୍ଷତା ବିକାଶ କ୍ରମେ ଦେଶରେ ନିଯୁକ୍ତି ସୁଯୋଗ ବୃଦ୍ଧି ମଧ୍ୟ ପ୍ରୋତ୍ସାହିତ କରାଯାଇପାରେ। ଆସନ୍ତୁ ନଜର ପକାଇବା ନିର୍ମଳାଙ୍କ ବଜେଟ ଏଥର କେଉଁ ଦିଗ ପ୍ରତି ଧ୍ୟାନ ଦେଇପାରେ କିଛି ୧୦ ପ୍ରମୁଖ ବିନ୍ଦୁ ମାଧ୍ୟମରେ।
 
1. ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟରେ ବିଶ୍ୱରେ ଚାଲିଥିବା ଶୀତଳ ଯୁଦ୍ଧ ଏବଂ ଏହା ପ୍ରଭାବରେ ବିଶ୍ୱୀକରଣ ଅର୍ଥନୀତି କିପରି ଭୂ-ଖଣ୍ଡୀୟ ରାଜନୀତିରେ ପ୍ରଭାବିତ ହୋଇଛି ତାହା ଦର୍ଶାଯାଇଛି। ଏହାର ପ୍ରଭାବ ଭାରତୀୟ ଅର୍ଥନୀତି ଓ ଜିଡିପି ଉପରେ ପଡ଼ିଛି। ଏଣୁ ଏହାକୁ ଧ୍ୟାନରେ ରଖି ଏଥର ବଜେଟ୍‍ ଉପସ୍ଥାପନ ହେବ। ବିଶେଷକରି ଆମେରିକାରେ ପରିବର୍ତ୍ତିତ ଆଭିମୁଖ୍ୟ ଏହାର ପୃଷ୍ଠଭୂମି ରହିବ। ଏଣୁ ଏଫ୍‍ଡିଆଇ ନିବେଶ ଏକ ଚିନ୍ତାର କାରଣ ହୋଇପାରେ।
 
2. ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରରେ ତୃତୀୟ ପାଳିରେ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‍। ଏହା ଆସନ୍ତା ୪ ବର୍ଷ ପାଇଁ ‘ବିକଶିତ ଭାରତ’  ଲକ୍ଷ୍ୟକୁ ହାସଲ କରିବା ପାଇଁ ପଡ଼ିଥିବା ମୂଳଦୁଆକୁ ଶକ୍ତ କରିବ। ଏହିକ୍ରମରେ ୨୦୨୫ ବଜେଟ୍‍ ନିର୍ମାଣ ଶିଳ୍ପ, ଆଭ୍ୟନ୍ତରୀଣ ପୁଞ୍ଜିବଜାରକୁ ଅଧିକ ଗୁରୁତ୍ୱ ଦେବା ସମ୍ଭାବନା ରହିଛି। 
 
3. ମଧ୍ୟବିତ୍ତଙ୍କ ଉପରେ ପଡ଼ୁଥିବା ଟିକସ ବୋଝକୁ କମାଇବାକୁ ସରକାର ପଦକ୍ଷେପ ନେବେ ବୋଲି ଆଶା କରାଯାଇଛି। ନିର୍ବାଚନ ପରବର୍ତ୍ତୀ ସମୟରେ ଉପସ୍ଥାପନ କରାଯାଇଥିବା ବଜେଟରେ ଏ ବାବଦରେ କୌଣସି ବ୍ୟବସ୍ଥା ହୋଇ ନଥିଲା। ଏଣୁ ଏଥର ଆୟକର କ୍ଷେତ୍ରରେ ବ୍ୟାପକ ରିହାତି ଆଶା କରାଯାଉଛି। ୧୦ ଲକ୍ଷ ଯାଏ ରୋଜଗାର ହୋଇପାରେ ଟିକସ ମୁକ୍ତ।  ଏହାଦ୍ୱାରା ଲୋକଙ୍କ ପାଖରେ ଖର୍ଚ୍ଚ ପାଇଁ ଅଧିକ ଅର୍ଥ ରହିବ। ଫଳରେ ଘରୋଇ ବଜାରରେ ପୁଞ୍ଜି ଅଧିକ ଚଳ ପ୍ରଚଳ ହେବ ବୋଲି ଆଶା କରାଯାଇଛି। ଏହାଦ୍ୱାରା ଚାକିରିଆ ତଥା ଦରମାଭୋଗୀ ଅଧିକ ଉପକୃତ ହେବେ। 
 
4. ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମା ୫୦ ହଜାରରୁ ୭୫ ହଜାରକୁ ବୃଦ୍ଧି କରିବା ନେଇ ମଧ୍ୟ ଅନେକ ଆଶା ରହିଛି। ଟିଡିଏସ୍‍ ବ୍ୟବସ୍ଥାରେ ଆସିପାରେ ପରିବର୍ତ୍ତନ। ଏବେ ଭିନ୍ନ ଭିନ୍ନ ସେବା ପାଇଁ ଭିନ୍ନ ଭିନ୍ନ ଟିଡିଏସ୍‍ ରହୁଛି। ଏହାକୁ ହ୍ରାସ ତଥା ସରଳୀକୃତ କରିବା ଲାଗି ବ୍ୟବସ୍ଥା ଗ୍ରହଣ କରାଯାଇପାରେ। 
 
5. ଯୁବାବର୍ଗଙ୍କ ଶିକ୍ଷା, ଦକ୍ଷତା ବିକାଶ ତିଥା ତାଲିମ ପାଇଁ ସରକାର ନେଉଥିବା ପଦକ୍ଷେପ ଆହୁରି ବ୍ୟାପକ ହୋଇପାରେ। ଆଇଟିଆଇଗୁଡ଼ିକର ଉନ୍ନତୀକରଣ ସମେତ ଇଣ୍ଟର୍ଣ୍ଣଶିପ୍‍ ପାଇଁ ଅଧିକ ସୁଯୋଗ, ଶିକ୍ଷାଋଣ ପରିମାଣ ବୃଦ୍ଧି ଆଦି ଗୁରୁତ୍ୱପୂର୍ଣ୍ଣ ହେବ। 
 
 
6. ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ୮ ପ୍ରତିଶତ ଜିଡିପି ବିକାଶ ହାର ଆବଶ୍ୟକତା ରହିଛି। ଏଥିଲାଗି ୩୫% ନିବେଶ ବୃଦ୍ଧି ବି ଆବଶ୍ୟକ। ଏଣୁ ଘରୋଇ ବଜାର ସମେତ ସରକାର ନିର୍ମାଣ, ଏଆଇ, ବୈଦ୍ୟୁତିକ ଯାନ ଏବଂ ବାୟୋ ଟେକ୍ନୋଲୋଜିକୁ ଅଧିକ ଧ୍ୟାନ ଦେବାର ସମ୍ଭାବନା ରହିଛି। 
 
7. ସହରାଞ୍ଚଳ ଲୋକଙ୍କ ପାଖରେ ଅଧିକ ନଗଦ ପହଞ୍ଚାଇବା ତଥା ଖର୍ଚ୍ଚ ବୃଦ୍ଧି ଲାଗି ସରକାର ବଜେଟ୍ ବ୍ୟବସ୍ଥା କରିପାରନ୍ତି। ଏଥିଲାଗି ଅର୍ଥନୀତିରେ ଢାଞ୍ଚାଗତ ପରିବର୍ତ୍ତନର ଆବଶ୍ୟକତା ରହିଛି। 
 
8. କେନ୍ଦ୍ର-ରାଜ୍ୟ ଭିତରେ ଟିକସ ଆବଣ୍ଟନକୁ ନେଇ ଅନେକ ସମୟରେ ସମାଲୋଚନା କରାଯାଇଛି। କର୍ଣ୍ଣାଟକ ସରକାର ଏହି ବଜେଟରେ ରାଜ୍ୟମାନଙ୍କ ଅବଦାନକୁ ସ୍ୱୀକାର କରି ଟିକସ ଆବଣ୍ଟନକୁ ଅଧିକ ଅନୁପାତିକ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟଗୁଡ଼ିକୁ କେବଳ ରାଜସ୍ୱ ଉତ୍ପାଦନକାରୀ ଏଜେନ୍ସୀ ଭାବେ ଗ୍ରହଣ ନକରି ସେମାନଙ୍କର ଆର୍ଥିକ ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାକୁ ସେ ଦାବି କରିଛନ୍ତି। 
 
 
9. ବିରୋଧୀ ଦଳ ନେତା ବଜେଟ୍‍ ପ୍ରସ୍ତୁତିରେ ଦଳିତ, ଅନୁସୂଚିତ ଜାତି , ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁଙ୍କ ଅନୁପସ୍ଥିତିକୁ ଉଠାଇଛନ୍ତି।
 
10. ବିଭିନ୍ନ ରାଜ୍ୟ ଏବେ ମହିଳାଙ୍କ ରୋଜଗାର ବୃଦ୍ଧି ତଥା ସଶକ୍ତିକରଣ ପାଇଁ ସିଧାସଳଖ ଆର୍ଥିକ ସହାୟତା ଦେଉଛନ୍ତି। ଓଡ଼ିଶାରେ ସୁଭଦ୍ରା ଏହାର ଏକ ଉଦାହରଣ। କିନ୍ତୁ ଏହା ଦୁର୍ବଳ ରାଜ୍ୟଗୁଡ଼ିକର ଅର୍ଥନୀତି ଉପରେ ପ୍ରଭାବ ପକାଇପାରେ। ଏଣୁ କେନ୍ଦ୍ର ସରକାର କିଛି ମ୍ୟାଚିଂ ଗ୍ରାଣ୍ଟ ଘୋଷଣା କରିପାରନ୍ତି।