KIIT Tragedy: ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ବଏଫ୍ରେଣ୍ଡ ଆଦଭିକ୍ ଙ୍କୁ ନେଇ ଆସିଲା ନୂଆ ଅପଡେଟ୍ ଏହାପରେ କଲେଜର ଦୁଇଟି ବସରେ ପିଲାଙ୍କୁ ନେଇ କଟକ ରେଲୱେ ଷ୍ଟେସନରେ ଛାଡିଦିଆଯାଇଥିଲା। କେବଳ ଏତିକି ନୁହେଁ ସୁରକ୍ଷାକର୍ମୀ ମାନେ ମଧ୍ୟ ଛାତ୍ରଙ୍କୁ ମାରପିଟ୍ ସହ ଧସ୍ତାଧସ୍ତିର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ପୂରା ଦେଶ ଓ ବିଦେଶରେ କିଟ୍ ଏବେ ପୂରା ଚର୍ଚ୍ଚାରେ ରହିଛି।
Trending Photos
KIIT Tragedy: ରବିବାର କିଟ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ନମ୍ବର ୬ର କୁଇନ୍ସ ହଷ୍ଟେଲ ରୁମ୍ ନମ୍ବର ୧୮ରେ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପରେ ନେପାଳୀ ଛାତ୍ରଛାତ୍ରୀ ମୃତଦେହ ଦେଖିବାକୁ ଚାହିଁଥିଲେ। ହେଲେ ନେପାଳୀ ଛାତ୍ରୀଙ୍କ ମତଦେହ ନଦେଖେଇବାରୁ ରବିବାର ସନ୍ଧ୍ୟାରୁ ରାତି ଯାଏଁ ଦେଖାଦେଇଥିଲା ଉତ୍ତେଜନା ଓ ଅସନ୍ତୋଷ। ସ୍ଥିତି ଏତେ ଭୟଙ୍କର ହେଲା ଯେ, ନିଜେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିଜେ ଆସି ପିଲାଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ହୋଇନଥିଲା ବରଂ ଆହୁରି ଘନେଇବାରେ ଲାଗିଥିଲା। ଆଉ ଏହାପରେ ରବିବାରରୁ ଆଜି ଯାଏଁ କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଉଠୁଛି ପଡୁଛି।
ମାମଲା ଥଣ୍ଡା ହେବାର ନା ନେଉନି। କାରଣ ଛାତ୍ରୀ ମୃତ୍ୟୁକୁ ନେଇ କ୍ୟାମ୍ପସରେ ଅଶାନ୍ତି ହେବା ପରେ ବିଦେଶୀ ଛାତ୍ରଛାତ୍ରୀଙ୍କୁ ନାଲି ଆଖି ଦେଖାଇ ବିଦା କରିଥିଲେ କର୍ତ୍ତୃପକ୍ଷ । ଆଉ ଏବେ ଅନେକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କର୍ତ୍ତୃପକ୍ଷ ମାନେ ଏକଥା ବି କହିଲେ କି ତମ ଦେଶର ଯେତିକି ବଜେଟ୍ ସେତିକି ଆମ ପୂରା କଲେଜର। ଅପନା ଅପନା ସାମାନ୍ ପ୍ୟାକ୍ କରୋ ଔର ୟହାଁ ସେ ନିକଲୋ। ଆଉ ଏହାପରେ କଲେଜର ଦୁଇଟି ବସରେ ପିଲାଙ୍କୁ ନେଇ କଟକ ରେଲୱେ ଷ୍ଟେସନରେ ଛାଡିଦିଆଯାଇଥିଲା। କେବଳ ଏତିକି ନୁହେଁ ସୁରକ୍ଷାକର୍ମୀ ମାନେ ମଧ୍ୟ ଛାତ୍ରଙ୍କୁ ମାରପିଟ୍ ସହ ଧସ୍ତାଧସ୍ତିର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ପୂରା ଦେଶ ଓ ବିଦେଶରେ କିଟ୍ ଏବେ ପୂରା ଚର୍ଚ୍ଚାରେ ରହିଛି।
ହେଲେ ସବୁଠୁ ବଡ଼ କଥା ହେଲା ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ଛାତ୍ରୀ କୁଆଡେ ପୂର୍ବରୁ ମଧ୍ୟ ନିଜ ପ୍ରେମିକ ଙ୍କ ନାଁରେ ନିର୍ଯାତନା ଅଭିଯୋଗ ନେଇ ଚାରି ଚାରି ଥର ବିଶ୍ୱବିଦ୍ୟାଳୟର ଇଣ୍ଟରନ୍ୟାସନାଲ ରିଲେସନ ଅଫିସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ପରେ ସେ ଆତ୍ମହତ୍ୟା କରିଥିଲେ। ଏ ଘଟଣା ପ୍ରଘଟ ହେବା ପରେ ଦେଖାଦେଇଥିଲା ଅଶାନ୍ତି। ଅନ୍ୟପଟେ ଛାତ୍ରୀଙ୍କ ମୃତଦେହ ର ବ୍ୟବଚ୍ଛେଦ ସରିଛି। ସେହିପରି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ସାମ୍ନାକୁ ଆସିଥିବା ଛାତ୍ରୀଙ୍କ ପୁରୁଷ ବନ୍ଧୁ ଗିରଫ ହୋଇଛନ୍ତି। ପ୍ରେମିକ ଆଦଭିକ୍ ଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆଜି କୋର୍ଟରେ ପୋଲିସ ପକ୍ଷରୁ ଆବେଦନ କରାଯିବ। ଅଧିକ ପଚରା ଉଚରା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ ଇନଫୋସିଟି ଥାନା ପୋଲିସ କୋର୍ଟଙ୍କ ନିକଟରେ ଆବେଦନ କରିବ।
ଅନ୍ୟପଟେ ମୃତ ଛାତ୍ରୀଙ୍କ ନିକଟରୁ ଜବତ୍ ମୋବାଇଲ ଓ ଲାପଟପ୍ରୁ ତଥ୍ଯ ଜାଣିବା ପାଇଁ ରାଜ୍ଯ ଫରେନସିକ୍ ଲାବ୍କୁ ପଠାଯାଇଛି। ଅନ୍ୟପଟେ କିଟ୍ ଅନ୍ତର୍ଜାତୀୟ ସମ୍ପର୍କ ଅଧିକାରୀ (ଆଇଆରଓ) , ନେପାଳୀ ଛାତ୍ରୀଙ୍କୁ ଧମକ ଦେଇଥିବା ୨ ହଷ୍ଟେଲ୍ ୱାର୍ଡେନଙ୍କୁ ଜେରା କରିବା ପାଇଁ ନୋଟିସ୍ ଜାରି କରାଯାଇଛି।
Also Read: KIIT University Viral Photos: ମୃତ ନେପାଳୀ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା ବୟଫ୍ରେଣ୍ଡ ର ଫଟୋ ଭାଇରାଲ