Rajya Sabha New Rules: ବଦଳିଲା ରାଜ୍ୟସଭା ନିୟମ; ଗୃହରେ ସାଂସଦ କରିପାରିବେ ନାହିଁ ଏହି କାମ
Advertisement
Article Detail0/zeeodisha/odisha1985987

Rajya Sabha New Rules: ବଦଳିଲା ରାଜ୍ୟସଭା ନିୟମ; ଗୃହରେ ସାଂସଦ କରିପାରିବେ ନାହିଁ ଏହି କାମ

Rajya Sabha New Rules in 18 points:  ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ବଦଳିଯାଇଛି ରାଜ୍ୟସଭାର ଗୃହକାର୍ଯ୍ୟ ସହ ଜଡ଼ିତ ନିୟମ। 

Rajya Sabha New Rules: ବଦଳିଲା ରାଜ୍ୟସଭା ନିୟମ; ଗୃହରେ ସାଂସଦ କରିପାରିବେ ନାହିଁ ଏହି କାମ

Rajya Sabha New Rules 2023: ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ। ହେଲେ ଅଧିବେଶନ ପୂର୍ବରୁ ରାଜ୍ୟସଭା ସାଂସଦଙ୍କ ପାଇଁ ଜାରି ହୋଇଛି ନୂତନ ନିର୍ଦ୍ଦେଶନାମା। ଏହି ନିର୍ଦ୍ଦେଶାବଳୀରେ ଲେଖାଯାଇଛି ଯେ ଗୃହରେ ଉଠାଯାଉଥିବା ପ୍ରସଙ୍ଗରେ କୌଣସ ପ୍ରଚାର କରାଯିବ ନାହିଁ। ବିଜ୍ଞପ୍ତି ଅନୁମୋଦନ ନହେବା ପର୍ଯ୍ୟନ୍ତ କୌଣସି ସାଂସଦ ଗୃହରେ ନିଜର ସାଥି ସଦସ୍ୟଙ୍କୁ ଏ ସମ୍ପର୍କରେ କହିପାରିବେ ନାହିଁ। ଗୃହରେ ଧନ୍ୟବାଦ, ଜୟ ହିନ୍ଦ, ବନ୍ଦେ ମାତରମ୍ ଭଳି ସ୍ଲୋଗାନ ଦେଇପାରିବେ ନାହିଁ ସାଂସଦ। ଗୃହ ଭିତରେ କିମ୍ବା ବାହାରେ ବାଚସ୍ପତିଙ୍କୁ ସମାଲୋଚନା କରିପାରିବେ ନାହିଁ ସାଂସଦ। 

ସଂସଦର ଶୀତକାଳୀନ ଅଧିବେଶନରେ ନୂତନ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସାଂସଦଙ୍କୁ ଉଦ୍ଦେଶ୍ୟରେ ଜାରି ହୋଇଥିବା ନିର୍ଦ୍ଦେଶବଳୀରେ ଏ ସମ୍ପର୍କରେ କୁହାଯାଇଛି। ସାଂସଦଙ୍କୁ ସଂସଦର ପରମ୍ପରା ଏବଂ ପ୍ରକ୍ରିୟା ବିଷୟରେ ଅବଗତ କରାଯାଇଛି। ଏଣିକି ରାଜ୍ୟସଭାରେ ସାଂସଦ ସ୍ଲୋଗାନ ଦେଇପାରିବେ ନାହିଁ  କିମ୍ବା ପ୍ଲାକାର୍ଡ ଦେଖାଇ ପାରିବେ ନାହିଁ। ଏହି ନୂତନ ନିର୍ଦ୍ଦେଶାବଳୀ ସମ୍ପର୍କରେ ଜାଣନ୍ତୁ।

ରାଜ୍ୟସଭା ସାଂସଦଙ୍କ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶନାମା

  • ରାଜ୍ୟସଭାରେ ଉଠାଯାଇଥିବା ପ୍ରସଙ୍ଗ ବିଷୟରେ କୌଣସି ପ୍ରଚାର କରାଯାଇ ପାରିବ ନାହିଁ।
  • ଯେପର୍ଯ୍ୟନ୍ତ ଅଧ୍ୟକ୍ଷ କୌଣସି ନୋଟିସ ଅନୁମୋଦନ କରିନାହାଁନ୍ତି ସେ ପେର୍ଯ୍ୟନ୍ତ କୌଣସି ସାଂସଦ ଗୃହରେ ନିଜର ସାଥି ସଦସ୍ୟଙ୍କୁ ଏ ସମ୍ପର୍କରେ କହିପାରିବେ। ଏପରିକି ଏହି ନୋଟିସ ସାର୍ବଜନୀନ ହୋଇପାରିବ ନାହିଁ।ବର୍ତ୍ତମାନ ପର୍ଯ୍ୟନ୍ତ ସାଂସଦ ବିଶେଷକରି ବିରୋଧି ଦଳର ସାଂସଦ ରାଜ୍ୟସଭାରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସହ ଜଡ଼ିତ ନୋଟିସ ସାର୍ବଜନୀନ କରିଦେଉଥିଲେ। ହେଲେ ବର୍ତ୍ତମାନ ଠାରୁ କୌଣସି ନୋଟିସ ସାର୍ବଜନୀନ ହୋଇପାରିବ ନାହିଁ।  
  •  ଗୃହରେ କୌଣସି ସାଂସଦ ଧନ୍ୟବାଦ, ଜୟ ହିନ୍ଦ, ବନ୍ଦେ ମାତରମ୍ ଭଳି ସ୍ଲୋଗାନ ଦେଇପାରିବେ ନାହିଁ।
  •  ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ୱାରା ଦିଆଯାଇଥିବା ବ୍ୟବସ୍ଥା ଗୃହ ଭିତରେ କିମ୍ବା ବାହାରେ ସମାଲୋଚନା କରାଯାଇ ପାରିବ ନାହିଁ।
  • ଗତ ଅପ୍ରେଲ୍ ମାସରେ ପ୍ରକାଶିତ ରାଜ୍ୟସଭା ସଦସ୍ୟଙ୍କ ପାଇଁ ହ୍ୟାଣ୍ଡବୁକ୍ ମାଧ୍ୟମରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଯେଉଁଥିରେ ସଂସଦର ପରମ୍ପରା ଏବଂ ପ୍ରକ୍ରିୟା ବିଷୟରେ ଅବଗତ କରାଯାଇଛି।
  •  ଗୃହରେ କୌଣସି ପ୍ଲାକାର୍ଡ ପ୍ରଦର୍ଶନ କରିବା ଜାରି ହୋଇଛି ନିଷେଧାଦେଶ।
  •  ରାଜ୍ୟସଭା ଅଧ୍ୟକ୍ଷଙ୍କ ଆସନର ପଛ ଭାଗ ଦେଖାଯିବା ଉଚିତ୍ ନୁହେଁ।
  •  ଯେତେବେଳେ ରାଜ୍ୟସଭା ଅଧ୍ୟକ୍ଷ ଗୃହରେ କିଛି କହୁଛନ୍ତି ସେତେବେଳେ କୌଣସି ସାଂସଦ ଗୃହତ୍ୟାଗ କରିପାରିବେ ନାହିଁ। 
  •  ରାଜ୍ୟସଭା ଅଧ୍ୟକ୍ଷ ଗୃହରେ କହିବା ଅନୁସାରେ ନୀରବତା ଅବଲମ୍ବନ କରାଯିବ।
  •  ଗୃହରେ ଦୁଇଜଣ ସଦସ୍ୟ ଏକାଠି ଛିଡ଼ା ହୋଇପାରିବେ ନାହିଁ।
  •  ଗୃହରେ କୌଣସି ସାଂସଦ ସିଧାସଳଖ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ଯାଇପାରିବେ ନାହିଁ। ସେମାନେ କୌଣସି ଚିଠା ରାଜ୍ୟସଭାର ଗୃହ ସହାୟକଙ୍କ ମାଧ୍ୟମରେ ପଠାଇ ପାରିବେ।
  •  କୌଣସି ସାଂସଦ ଗୃହରେ ଲିଖିତ ଭାଷଣ ପଢିବା ଉଚିତ୍ ନୁହେଁ।
  •  ଗୃହରେ ସଦସ୍ୟଙ୍କ ଉପସ୍ଥିତି ପଞ୍ଜୀକରଣ କରାଯିବା ଆବଶ୍ୟକ।
  •  ଯଦି କୌଣସି ସାଂସଦ ବିନା ଅନୁମତିରେ ୬୦ ଦିନ ଅନୁପସ୍ଥିତ ରୁହନ୍ତି, ତାହେଲେ ତାଙ୍କ ଆସନ ଖାଲି ଘୋଷଣା କରାଯାଇପାରେ।
  •  ସଂସଦ ପରିସରରେ ଧୂମପାନ କରିବା ଉପରେ ଜାରି ହୋଇଛି ନିଷେଧାଦେଶ।
  •  ଗୃହକାର୍ଯ୍ୟରେ ଭିଡିଓଗ୍ରାଫି କରିବା ଉପରେ ଜାରି ହୋଇଛି ନିଷେଧାଦେଶ।
  •  କୌଣସି ସାଂସଦ ଗୃହକାର୍ଯ୍ୟ ଚାଲିଥିବା ସମୟରେ ଭିଡିଓଗ୍ରାଫି କରିପାରିବେ ନାହିଁ।
  •  ଜଣେ ନୂତନ ସଦସ୍ୟଙ୍କ ପ୍ରଥମ ଭାଷଣ ୧୫ ମିନିଟ ଠାରୁ ଅଧିକ ହେବା ନାହିଁ। ହେଲେ ସେ କୌଣସି ପ୍ରସଙ୍ଗ ବାହାରେ କିଛି କହିପାରିବେ ନାହିଁ।