Diwali Laddu: ମିଠା ନୁହେଁ ଔଷଧ ଭାବେ ବ୍ୟବହାର ହେଉଥିଲା ଲଡୁ, ଜାଣନ୍ତୁ ଏହାର ଇତିହାସ
Advertisement
Article Detail0/zeeodisha/odisha1402187

Diwali Laddu: ମିଠା ନୁହେଁ ଔଷଧ ଭାବେ ବ୍ୟବହାର ହେଉଥିଲା ଲଡୁ, ଜାଣନ୍ତୁ ଏହାର ଇତିହାସ

Laddu: ଲଡୁର ଉପଯୋଗିତା କେବଳ ଉତ୍ସବର ପରିବେଶରେ ନୁହେଁ ବରଂ ପୂଜାପାଠରେ ମଧ୍ୟରେ ହୋଇଥାଏ। ହେଲେ ଆପଣ ଜାଣଛନ୍ତି ଲଡୁକୁ ପ୍ରଥମେ ମିଠା ଭାବେ ଦେଖା ଯାଇନଥିଲା। 

Diwali Laddu: ମିଠା ନୁହେଁ ଔଷଧ ଭାବେ ବ୍ୟବହାର ହେଉଥିଲା ଲଡୁ, ଜାଣନ୍ତୁ ଏହାର ଇତିହାସ

History of Laddu: ଆଉ କିଛି ଦିନ ପରେ ସମଗ୍ର ଦେଶରେ ପାଳିତ ହେବାକୁ ଯାଉଛି ଆଲୋକର ପର୍ବ ଦିପାବଳୀ। ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଦୀପ, ବାଣ ଏବଂ ମିଠା। ଯଦି ମିଠା କଥା କୁହାଯାଏ ତାହେଲେ ମନରେ ଯେଉଁ ଚିତ୍ର ଉଭା ହୁଏ ତାହା ହେଉଛି ଏକ ଗୋଲାକାର ମିଠା। ଯାହାକୁ ଖାଇଲେ ମନ ପ୍ରଫୁଲ୍ଲିତ ହୋଇଉଠେ। ଆଜ୍ଞା ହଁ ଆମେ କହୁଛୁ ଲଡୁ କଥା। ମିଠା ହିସାବରେ ପ୍ରାୟ ପ୍ରତ୍ୟେକ ଲୋକ ଏହାକୁ ଖାଇବାକୁ ଭଲ ପାଇଥାନ୍ତି। ଅନେକ ଲୋକ ଏହାର ସ୍ୱାଦ ଚାଖିଥିବେ। ଲଡୁର ଉପଯୋଗିତା କେବଳ ଉତ୍ସବର ପରିବେଶରେ ନୁହେଁ ବରଂ ପୂଜାପାଠରେ ମଧ୍ୟରେ ହୋଇଥାଏ। ହେଲେ ଆପଣ ଜାଣଛନ୍ତି ଲଡୁକୁ ପ୍ରଥମେ ମିଠା ଭାବେ ଦେଖା ଯାଇନଥିଲା। ଏହା କେବଳ ଔଷଧ ଭାବରେ ବ୍ୟବହୃତ ହେଉଥିଲା। ହେଲେ ଲଡୁ ଔଷଧରୁ ମିଠା ରୂପରେ ପରିବର୍ତ୍ତିତ ହେବା ପଛରେ ଏକ ଇତିହାସ ରହିଛି। 

ଖାଦ୍ୟ ପ୍ରତି ଆଗ୍ରହୀ ରହିଥିବା ଐତିହାସିକଙ୍କ ଅନୁଯାୟୀ ଲଡୁର (Laddu) ସବୁଠାରୁ ପ୍ରିୟ ବର୍ଗରେ ରହିଛି ମୋତିଚୁର (Motichur Laddu) ଏବଂ ନଡ଼ିଆ ଲଡୁ (Coconut Ladoo)। ରାଜସ୍ଥାନ (Rajasthan) କିମ୍ବା ଉତ୍ତରପ୍ରଦେଶରେ (Uttar Pradesh) ମୋତିଚୁର ଉତ୍ପନ୍ନ ହୋଇଥିବାବେଳେ ନଡ଼ିଆ ଲଡୁର ଜନ୍ମସ୍ଥାନ ଦକ୍ଷିଣ ଭାରତ (South India) ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଡାକ୍ତର ସୁଶ୍ରୁତ (Surgeon Sushruta) ପ୍ରଥମେ ଲଡୁ ତିଆରି କରିବା ଆରମ୍ଭ କରିଥିଲେ। ଏହାକୁ ସେ ମଲମ (Antiseptic) ଭାବେ ସେହି ରୋଗୀଙ୍କ ପାଇଁ ବ୍ୟବହାର କରୁଥିଲେ ଯାହାର ଅସ୍ତ୍ରୋପଚାର (Operation) କରାଯାଇଥିଲା। ସର୍ବପ୍ରଥମ ଲଡୁ ରାଶି ମଞ୍ଜି, ଗୁଡ଼ ଏବଂ ବାଦାମ ମିଶାଇ ତିଆରି କରାଯାଇଥିଲା। ଆୟୁର୍ବେଦ (Ayurved) ଅନୁଯାୟୀ, ରାଶି ତେଲରେ ଅନେକ ଗୁଣ ଅଛି ଯାହା ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ |

ମେୱା ଅର୍ଥାତ ଡ୍ରାଏ ଫୁଟ୍ସ (Dry Fruits), ଗୁଡ଼ (Jaggery) ଏବଂ ହଳଦୀ (Haldi) ଆଜି ମଧ୍ୟ ସମସ୍ତଙ୍କର ପ୍ରିୟ। ଏହାକୁ ନୂତନ ମାତାଙ୍କୁ ଏକ ଆରୋଗ୍ୟକାରୀ ଖାଦ୍ୟ ଭାବରେ ଦିଆଯାଏ। ଏହି ଲଡୁ କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଗର୍ଭବତୀ ମହିଳା ଏବଂ ନୂତନ ମାଆଙ୍କ ରୋଗ ପ୍ରତିରୋଧକ ଶକ୍ତି (Immunity) ବଢାଇଥାଏ।  

Also Read: Diwali Laddu: ମିଠା ନୁହେଁ ଔଷଧ ଭାବେ ବ୍ୟବହାର ହେଉଥିଲା ଲଡୁ, ଜାଣନ୍ତୁ ଏହାର ଇତିହାସ  

କନ୍ନଡ ଭାଷାରେ ଲିଖିତ ସୁପ ଶାସ୍ତ୍ର (Kannada Language Supshastra) ଅନୁଯାୟୀ ଲଡୁର ତାର ସହିତ ମଧ୍ୟ ସଂଯୁକ୍ତ। ସେଠାରେ ଏପରି ଏକ ମିଠା ପ୍ରସ୍ତୁତ କରାଯାଇଥିଲା ଯେଉଁଥିରେ ବେସନ ବୁନ୍ଦି (Besan Boondi) ବ୍ୟବହାର କରାଯାଇଥିଲା। ଚୋଳ ରାଜବଂଶର ଇତିହାସ (History of Chola Dynasty) ପଢିଲେ ଏହା ଜଣାପଡେ ଯେ ଯେତେବେଳେ ଚୋଳ ସୈନିକ (Chola Soldier) ଯୁଦ୍ଧ ପାଇଁ ବାହାରକୁ ଯାଆନ୍ତି, ସେତେବେଳେ ସେମାନେ ନିଜ ସାଙ୍ଗରେ ଲଡୁ ନେଇ ଯାଉଥିଲେ। ଯାହା ଦ୍ୱାରା ଭାଗ୍ୟ ସେମାନଙ୍କ ସହିତ ରହିବ। ଏହା ହେଉଛି ଆପଣଙ୍କ ଲଡୁର ଇତିହାସ, ଯାହା ଧୀରେ ଧୀରେ ଲୋକଙ୍କ ଦ୍ୱାରା ପ୍ରିୟ ମିଠା ରୂପରେ ପରିଣତ ହେଲା।