GBS Virus: ରାଜ୍ୟକୁ ରାଜ୍ୟ ବ୍ୟାପୁଛି ସଂକ୍ରମଣ, ଓଡ଼ିଶାରୁ ଏଯାଏଁ ଚିହ୍ନଟ ହୋଇନାହାଁନ୍ତି GBS ଭାଇରସ
Advertisement
Article Detail0/zeeodisha/odisha2627720

GBS Virus: ରାଜ୍ୟକୁ ରାଜ୍ୟ ବ୍ୟାପୁଛି ସଂକ୍ରମଣ, ଓଡ଼ିଶାରୁ ଏଯାଏଁ ଚିହ୍ନଟ ହୋଇନାହାଁନ୍ତି GBS ଭାଇରସ

GBS Virus: ଆରଏମଆରସି ନିର୍ଦ୍ଦେଶିକା, ଡା ସଂଘମିତ୍ରା ପତି କହିଛନ୍ତି, ଦୂଷିତ ଜଳ ପାଇଁ ଏହି ରୋଗ ହେଉଛି । ଏହି ରୋଗରେ ଆକ୍ରାନ୍ତ ହେଲେ ଝାଡାବାନ୍ତି, ପେଟ ବ୍ୟଥା, ଜ୍ୱର ଓ ପକ୍ଷାଘାତ ଭଳି ଲକ୍ଷଣ ଦେଖା ଦେଇଥାଏ। ଶରୀରର ପ୍ରତିଷେଧକ ନିଜର ସ୍ୱାୟୁକୋଷ ଗୁଡିକୁ ଚିହ୍ନି ନପାରି ଆକ୍ରାନ୍ତ କରିବା ଫଳରେ ପକ୍ଷାଘାତ ଓ ଅନ୍ୟ ସ୍ନାୟୁଗତ ଲକ୍ଷଣ ଦେଖାଦିଏ

 

GBS Virus: ରାଜ୍ୟକୁ ରାଜ୍ୟ ବ୍ୟାପୁଛି ସଂକ୍ରମଣ, ଓଡ଼ିଶାରୁ ଏଯାଏଁ ଚିହ୍ନଟ ହୋଇନାହାଁନ୍ତି GBS ଭାଇରସ

GBS Virus: ମହାରାଷ୍ଟ୍ରରେ ଆତଙ୍କ ଦେଖାଇଥିବା ଗୁଇଲେନ- ବାରେ ସିଣ୍ଡ୍ରୋମବା ଜିବିଏସ ବ୍ୟାକ୍ଟେରିଆ ସଂକ୍ରମଣ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଇଁ ଚାଲିଛି। ଭାଇରସ ଏବେ କୋଲକାତାକୁ ବ୍ୟାପିଲାଣି। ତେଲେଙ୍ଗାନା ଓ ଗୌହାଟୀରେ ମଧ୍ୟ ସଂକ୍ରମିତ ଚିହ୍ନଟ ହେଲେଣି। ଫଳରେ ଓଡ଼ିଶାବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ରାଜ୍ୟସ୍ୱାସ୍ଥ୍ୟ ବିଭାଗ ଏନେଇ ସତର୍କ ଓ ସଜାଗ ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସୂଚନା ଦେଇଛି। ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳ କଣ୍ଠ ମିଶ୍ର କହିଛନ୍ତି, ରାଜ୍ୟ ସରକାର ଏଥିପ୍ରତି ବିଶେଷ ଦୃଷ୍ଟି ଦେଇଛନ୍ତି। 

ଜିଲ୍ଲା ସ୍ତରରେ ତୀକ୍ଷ୍ଣ ନଜର ରଖାଯାଇଛି। ଆଜି ସୁଦ୍ଧା ରାଜ୍ୟରେ କେହି ଜିବିଏସରେ ସଂକ୍ରମିତ ନାହାଁନ୍ତି । ଏଥିରେ ଭୟ ବା ଆତଙ୍କିତ ହେବାର କୌଣସି କାରଣ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିବିଏସ ନେଇ କୌଣସି ସ୍ୱତନ୍ତ୍ର ଗାଇଡଲାଇନ ଆସିନାହିଁ। ଆରଏମଆରସି ନିର୍ଦ୍ଦେଶିକା, ଡା ସଂଘମିତ୍ରା ପତି କହିଛନ୍ତି, ଦୂଷିତ ଜଳ ପାଇଁ ଏହି ରୋଗ ହେଉଛି । ଏହି ରୋଗରେ ଆକ୍ରାନ୍ତ ହେଲେ ଝାଡାବାନ୍ତି, ପେଟ ବ୍ୟଥା, ଜ୍ୱର ଓ ପକ୍ଷାଘାତ ଭଳି ଲକ୍ଷଣ ଦେଖା ଦେଇଥାଏ। ଶରୀରର ପ୍ରତିଷେଧକ ନିଜର ସ୍ୱାୟୁକୋଷ ଗୁଡିକୁ ଚିହ୍ନି ନପାରି ଆକ୍ରାନ୍ତ କରିବା ଫଳରେ ପକ୍ଷାଘାତ ଓ ଅନ୍ୟ ସ୍ନାୟୁଗତ ଲକ୍ଷଣ ଦେଖାଦିଏ। 

ଓଡ଼ିଶାରେ କେହି ସଂକ୍ରମିତ ନାହାଁନ୍ତି । ଆଇଏମସିଆର ଏହା ଉପରେ ତଦନ୍ତ ଜାରି ରଖିଛି ।ସଂକ୍ରମିତଙ୍କ ମଳ ନମୁନାରୁ କାମ୍ପିଲୋବ୍ୟାକ୍ଟର ଜେଜୁନି ନାମକ ଏକ ଜୀବାଣୁ ଥିବା ଜଣାପଡିଛି। ବର୍ତ୍ତମାନ ଏହି ରୋଗ ମହାରାଷ୍ଟ୍ରରେ ଦେଖାଦେଇଛି। ସେଠାରେ ୧୨୪ ଜଣ ଚିକିତ୍ସାଧିନ ଅଛନ୍ତି ଏବଂ ୨୮ ଜଣ ଭେଣ୍ଟିଲେଟରରେ ଅଛନ୍ତି। ଏହି ରୋଗ ହାତ ଓ ଗୋଡକୁ ଦୁର୍ବଳ କରୁଛି। ତଣ୍ଟିରେ ଯନ୍ତ୍ରଣା, ଖାଦ୍ୟ ଢୋକିବାରେ ସମସ୍ୟା ରହୁଛି। 

ଠିକ୍ ଭାବେ ଚାଲି ନପାରିବା ଲକ୍ଷଣ ଦେଖାଦେଉଛି। ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ଉପରେ ପ୍ରଭାବ ପକାଉଛି । ସୂଚନାଯୋଗ୍ୟ, ଗତକାଲି ମହାରାଷ୍ଟ୍ରରେ ଜିବିଏସରେ ଆକ୍ରାନ୍ତ ଥାଇ ୨ ଜଣଙ୍କ ମୃତ୍ୟୁ ଘଟିଛି । ଦୁଇଦିନ ତଳେ ପଶ୍ଟିମବଙ୍ଗରେ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିଲେ।  

Also Read: Today Horoscope: ଆଜି ପବିତ୍ର ସରସ୍ୱତୀ ପୂଜା, ଜାଣନ୍ତୁ କେମିତି ରହିବ ୧୨ଟି ରାଶିଚକ୍ରର ଭାଗ୍ୟଫଳ

Also Read: Valentine's Day 2025: ଭାଲେଣ୍ଟାଇନ୍ସ ଡେରେ ଘଟୁଛି ଦୁର୍ଲଭ ସଂଯୋଗ, ଏହିସବୁ ରାଶିର ଫିଟିବ ଭାଗ୍ୟ