Government schemes: ଖୁସି ଖବର! ସରକାରଙ୍କ ବଡ଼ ଘୋଷଣା, ଏଣିକି ଗଛ ଲଗାଇଲେ ମିଳିବ ଏତିକି ଟଙ୍କା
Advertisement
Article Detail0/zeeodisha/odisha1640762

Government schemes: ଖୁସି ଖବର! ସରକାରଙ୍କ ବଡ଼ ଘୋଷଣା, ଏଣିକି ଗଛ ଲଗାଇଲେ ମିଳିବ ଏତିକି ଟଙ୍କା

Government schemes: ୨୦୦୦ ମସିହାରୁ ଭାରତ ସରକାରଙ୍କ ପକ୍ଷରୁ ପାନ ଇଣ୍ଡିଆ ଆଧାରରେ ଜାତୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇ ଆସୁଛି। ଏହା ଏକ କେନ୍ଦ୍ରୀୟ ଯୋଜନା ଯାହା ମାଧ୍ୟମରେ ଲୋକଙ୍କୁ ସଚେତନ କରି ଏଥିରେ ଅଂଶ ଗ୍ରହଣ କରାଇବା ସହ ଜଙ୍ଗଲ ଶାସନ ସହିତ ଏହା ଖରାପ ଜଙ୍ଗଲ କ୍ଷେତ୍ରକୁ ଉନ୍ନତ ଜଙ୍ଗଲ କରିବା ଏହାର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ଦେଶରେ କ୍ଷତିଗ୍ରସ୍ତ ଜଙ୍ଗଲ ଗୁଡିକର ପୁନରୁଦ୍ଧାର ପାଇଁ କାର୍ଯ୍ୟ କରି ଆସୁଛି।

ସୌ(ସୋସିଆଲ ମିଡିଆ)

Government schemes: କଥାରେ ଅଛି, ବୃକ୍ଷ ହିଁ ଜୀବନ। ଏହାର ଅର୍ଥ ହେଉଛି ବୃକ୍ଷ ରହିଲେ ହିଁ ଆମେ ରହିବା। ବର୍ତ୍ତମାନ ଜନ ସଂଖ୍ୟା ବୃଦ୍ଧି ସହ ଜଙ୍ଗଲ ମଧ୍ୟ ବହୁତ କ୍ଷିପ୍ର ଗତିରେ କ୍ଷୟ ହେଉଛି। ଫଳରେ ଜଣବାୟୁରେ ଅସ୍ୱଭାବିକ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି ଓ ପ୍ରାକୃତିକ ବିପର୍ଯ୍ୟୟ ଆଦି ଘଟୁଛି। ଏଥିରୁ ବର୍ତ୍ତିବା ପାଇଁ ଗ୍ରାମରୁ ସହର ପର୍ଯ୍ୟନ୍ତ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ଆସୁଛନ୍ତି। ଛୋଟ ବେଳୁ ବିଦ୍ୟାଳୟରେ ମଧ୍ୟ ଆମକୁ ବୃକ୍ଷରୋପଣର ଉପକାରିତା ବିଷୟରେ ବୁଝା ଯାଇଥାଏ। ଆମର ଧର୍ମ ସଂସ୍କୃତିରେ ଯେଉଁ ସ୍ଥାନରେ ବିଦ୍ୟା, ବ୍ରତ, ଧର୍ମ, ଗାଈ, ଦେବ, ମନ୍ଦିର, ଗଙ୍ଗା, ଗାୟତ୍ରୀ ଓ ଦେବତା ମାନଙ୍କୁ ଦିଆଯାଇଛି। ସେଠାରେ ବୃକ୍ଷକୁ ମଧ୍ୟ ସେତିକି ମହତ୍ତ୍ୱ ମିଳିଛି। ସେଥିପାଇଁ ତ ଆମ ହିନ୍ଦୁ ଧର୍ମରେ ଗଛକୁ ବୃକ୍ଷ ଦେବତା ଭାବେ ପୂଜା କରାଯାଏ। ତେବେ ୨୦୦୦ ମସିହାରୁ ଭାରତ ସରକାରଙ୍କ ପକ୍ଷରୁ ପାନ ଇଣ୍ଡିଆ ଆଧାରରେ ଜାତୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇ ଆସୁଛି। ଏହା ଏକ କେନ୍ଦ୍ରୀୟ ଯୋଜନା ଯାହା ମାଧ୍ୟମରେ ଲୋକଙ୍କୁ ସଚେତନ କରି ଏଥିରେ ଅଂଶ ଗ୍ରହଣ କରାଇବା ସହ ଜଙ୍ଗଲ ଶାସନ ସହିତ ଏହା ଖରାପ ଜଙ୍ଗଲ କ୍ଷେତ୍ରକୁ ଉନ୍ନତ ଜଙ୍ଗଲ କରିବା ଏହାର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ଦେଶରେ କ୍ଷତିଗ୍ରସ୍ତ ଜଙ୍ଗଲ ଗୁଡିକର ପୁନରୁଦ୍ଧାର ପାଇଁ କାର୍ଯ୍ୟ କରି ଆସୁଛି।

ସୁସ୍ଥ ପରିବେଶ ପାଇଁ ବୃକ୍ଷ ରୋପଣ ନିହାତି ଦରକାର। ତେଣୁ ସାମୂହିକ ବୃକ୍ଷରୋପଣ ସହିତ ଜଙ୍ଗଲର ସୁରକ୍ଷା ବର୍ତ୍ତମାନ ଜରୁରୀ ହୋଇ ପଡିଛି। ଜଙ୍ଗଲ ଜାତ ଦ୍ରବ୍ୟର ନିରନ୍ତର ଯୋଗାଣ, ମୃତ୍ତିକା କ୍ଷୟକୁ ରୋକିବା, ଜଳବାୟୁର ସ୍ଥିରତା, ବିଶ୍ୱ ତାପମାତ୍ରା ଓ ଜଳବାୟୁ ପରିବର୍ତ୍ତନ, ଉନ୍ନତମାନର ବାୟୁ, ଉନ୍ନତ ଜଳ ପ୍ରବାହ, ବନ୍ୟଜନ୍ତୁ ସଂରକ୍ଷଣ, ଲୋକଙ୍କୁ ରୋଜଗାର ସହ ଅର୍ଥନୈତିକ ବୃଦ୍ଧି ପରି ଅନେକ ସୁଯୋଗ ଜଙ୍ଗଲରେ ରହିଛି। ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାର ଅନ୍ୟତମ ପ୍ରଭାବଶାଳୀ ମାଧ୍ୟମ ହେଉଛି ବୃକ୍ଷରୋପଣ। ସମଗ୍ର ଜୀବ ଜଗତକୁ ଅମ୍ଳଜାନ ଯୋଗାଇବାର ଏକ ମାତ୍ର ମାଧ୍ୟମ ହେଉଛି ବୃକ୍ଷ। ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ବୃକ୍ଷରୋପଣ ହିଁ ଏକ ପ୍ରଭାବଶାଳୀ ମାଧ୍ୟମ। ବିହାରରେ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ସେହି ରାଜ୍ୟର ଜଙ୍ଗଲ ବିଭାଗ ବୃକ୍ଷ ଚାଷକୁ ପ୍ରୋତ୍ସାହିତ କରିଆସିଛି । ଏହି ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ କୃଷି ଭାନିକି ଯୋଜନା (Mukhyamantri Krishi Vaniki Yojana) କୁହାଯାଏ, ଯାହା କୃଷକମାନଙ୍କୁ ପାରମ୍ପାରିକ ଫସଲ ବ୍ୟତୀତ ବୃକ୍ଷ ରୋପଣ କରିବାକୁ ଉତ୍ସାହିତ କରିଥାଏ। ଏହି ପଦକ୍ଷେପରେ ୧୦ ଟଙ୍କା ଜମା ରାଶି ବଦଳରେ ଚାଷୀଙ୍କୁ ଚାରା ଯୋଗାଇବା ବ୍ୟବସ୍ଥା ରହିଅଛି। ଯାହା କି ତିନି ବର୍ଷ ପରେ ଜମା ରାଶିଠାରୁ ୬ ଗୁଣ ମୂଲ୍ୟର ଅନୁଦାନ ସହିତ ଫେରସ୍ତ ହେବ।

ଏହି ଯୋଜନା ଅଧୀନରେ ବିହାରର କୃଷକ ଓ ବାସିନ୍ଦାମାନେ ସରକାରୀ ନର୍ସରୀରୁ ୨୫ରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ଉଦ୍ଭିଦ ପାଇବାକୁ ଯୋଗ୍ୟ ଅଟନ୍ତି। ଏହି ଗଛ ଗୁଡିକ ମଧ୍ୟରେ ଆମ୍ବ, ଗୁଆ, ଲିଚି, ଜାମୁନ୍ ଓ ବିଭିନ୍ନ ପ୍ରକାରର ଗଛ ଅନ୍ତର୍ଭୁକ୍ତ। ଯଦି ଅତି କମରେ ୫୦ ପ୍ରତିଶତ ବୃକ୍ଷ ୩ ବର୍ଷରୁ ଅଧିକ ବଞ୍ଚନ୍ତି ତାହେଲେ ଏହି ଯୋଜନାରେ ଛଅ ଗୁଣ ଜମା ରାଶିର ପୁରସ୍କାରର ପ୍ରତିଶ୍ରୁତି ଦିଆଯାଇଛି।  ଏହି ଯୋଜନାରୁ ଲାଭ ପାଇବା ପାଇଁ ବିହାରର କୃଷକ ମାନେ ଉକ୍ତ ରାଜ୍ୟର ଯେ କୌଣସି ବନ ବିଭାଗ କାର୍ଯ୍ୟାଳୟ ଯାଇ ପାରିବେ।

Also Read-Odisha News: ରାତିରେ ହ୍ବାଟ୍ସଆପ ଷ୍ଟାଟସ୍ ଲଗାଇ ଝୁଲି ପଡ଼ିଲେ ବିଜେଡ଼ି ଯୁବ ନେତା, କାରଣ ଖୋଜୁଛି ପୋଲିସ

Also Read-Khordha: ଗର୍ଭବତୀ ନଥାଇ ଚାଲିଥିଲା ଚିକିତ୍ସା; କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି, ଜାଣନ୍ତୁ ପୁରା ଘଟଣାକ୍ରମ