Shocking News: ଘାସ ଛାଡ଼ି ଏବେ ସାପ ଖାଉଛି ଓଟ, କ'ଣ ରହିଛି କାରଣ?
Advertisement
Article Detail0/zeeodisha/odisha1395209

Shocking News: ଘାସ ଛାଡ଼ି ଏବେ ସାପ ଖାଉଛି ଓଟ, କ'ଣ ରହିଛି କାରଣ?

Camel News: ଗଛ ପତ୍ର ଖାଇ ବଞ୍ଚୁଥିବା ଓଟ ଭଳି ଜୀବକୁ ବେଳେ ସାପ ଖୁଆ ଯାଇଥାଏ। ଶୁଣିବାକୁ ହୁଏତ ଏକଥା ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ। ହେଲେ ଏହା ସତ୍ୟ। ଓଟ ସାପ ଖାଇବା ପଛରେ ଏକ ବଡ଼ ରହସ୍ୟ ଲୁଚି ରହିଛି। 

Shocking News: ଘାସ ଛାଡ଼ି ଏବେ ସାପ ଖାଉଛି ଓଟ, କ'ଣ ରହିଛି କାରଣ?

Camel eats Snake: ଆପଣ ନିଶ୍ଚୟ ଓଟ ବାବଦରେ ଜାଣିଥିବେ। କିମ୍ବା କେବେ ଆପଣ ନିଶ୍ଚିତ ଭାବରେ ଏକ ଓଟ ଦେଖିଥିବେ। ଏକ ଭାରବୁହା ପ୍ରାଣୀ ଭାବେ ଜଣାଶୁଣା ହେଉଛି ଓଟ। ସେଥିପାଇଁ ଏହି ଜୀବକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। କାରଣ  ମରୁଭୂମିରେ କରା ଯାଉଥିବା ପରିବହନରେ ଓଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମରୁଭୂମି ଅଞ୍ଚଳର ଜଳବାୟୁ ସହିତ ଖାପ ଖୁଆଇ ଚଳିବାରେ ବେଶ ମାହିର ହେଉଛି ଓଟ। ଏଠାରେ ଅନେକ ଦିନ ପର୍ଯ୍ୟନ୍ତ କିଛି ନ ଖାଇ ନ ପିଇ ରହିପାରେ। 

ଜୀବ ଜଗତରେ ଏକ ଶାକାହାରୀ ପ୍ରାଣୀ (Herbivorous Animals) ଭାବେ ଜଣାଶୁଣା ଓଟ (Camel)। ସାଧାରଣତଃ ଏହି ଜୀବର ଉଚ୍ଚତା ହେଉଛି ପ୍ରାୟ ୭ ଫୁଟ। ଥରକେ ୧୦୦-୧୫୦ ଲିଟର ପାଣି ପିଇବାର କ୍ଷମତା ରଖିଛି ଓଟ।  ହେଲେ ଏବେ ଓଟ ବାବଦରେ ଆସିଛି ଏକ ଚମକାଇବା ଭଳି ଖବର। ଗଛ ପତ୍ର ଖାଇ ବଞ୍ଚୁଥିବା ଏହି ଜୀବ ଏବେ ସାପ ଖାଉଛି। ତାହା ପୁଣି କୌଣସି ବିଷହୀନ ନୁହେଁ ବିଷାକ୍ତ। ଶୁଣିବାକୁ ହୁଏତ ଏକଥା ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ। ହେଲେ ଏହା ସତ୍ୟ। ଓଟ ସାପ ଖାଇବା ପଛରେ ଏକ ବଡ଼ ରହସ୍ୟ ଲୁଚି ରହିଛି। 

ଓଟଙ୍କୁ ଏକ ଅଜବ ଧରଣର ରୋଗ ହୋଇଥାଏ। ଯାହା ଫଳରେ ସେମାନେ ଖାଇବା ପିଇବା ଛାଡ଼ି ଦେଇଥାନ୍ତି। ଯାହା ଫଳରେ ସେମାନଙ୍କର ଶରୀର କଠୋର ହେବାରେ ଲାଗେ। ଏହି ରୋଗର ଉପଶମ ପାଇଁ ଓଟ ମାଲିକ କରୁଥିବା ଚିକିତ୍ସା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଏହି ରୋଗର ଚିକିତ୍ସା ପାଇଁ ବିଷାକ୍ତ ସାପ ବ୍ୟବହାର କରା ଯାଇଥାଏ। ଏହି ରୋଗ କାରଣରୁ ଜ୍ୱର, ଆଖିରେ ଲୁହ, ରକ୍ତହୀନତା, ଶରୀରର ଫୁଲିବା ଏବଂ ଶକ୍ତି ହରାଇବା ଆରମ୍ଭ ହୁଏ। ଯଦି ଉପଯୁକ୍ତ ସମୟରେ ଚିକିତ୍ସା କରା ନ ଯାଏ, ତାହେଲେ ଓଟର ଅକାଳ ମୃତ୍ୟୁ ମଧ୍ୟ ହୋଇପାରେ।

Also Read: Andhra Pradesh: ଭାର ବହନ ପରେ ଏହି କାର୍ଯ୍ୟରେ ବ୍ୟବହୃତ ହେଉଛି ଗଧ, ଶୁଣିଲେ ଉଡ଼ିଯିବ ହୋସ

ଏହି ରୋଗ ଚିକିତ୍ସା ପାଇଁ ଓଟ ପାଟିରେ ଅହିରାଜ (King Cobra) ଭଳି ବିଷାକ୍ତ ସାପଙ୍କୁ (Poisonous Snake) ପକାଇ ଦିଆଯାଏ। କେବଳ ବିଷାକ୍ତ ନୁହେଁ ଅଜଗର (Python) ଭଳି ବିଷହୀନ ସାପକୁ (Non Venomous Snake) ମଧ୍ୟ ଏହି ରୋଗର ଚିକିତ୍ସାରେ ବ୍ୟବହାର କରାଯାଏ। ଏହା ଦ୍ୱାରା ଓଟ ଭଲ ହୋଇଯାଏ ବୋଲି ବିଶ୍ୱାସ କରାଯାଏ। ଏହାର କିଛି ସମୟ ପରେ ଓଟକୁ ବହୁତ ମାତ୍ରାରେ ପାଣି ପିଆଇବାକୁ ପଡିଥାଏ।କାରଣ ଏହା ଦ୍ୱାରା ସାପ ପେଟ ଭିତରକୁ ଚାଲିଯାଏ। ଓଟକୁ ଆକ୍ରାନ୍ତ କରୁଥିବା ଏହି ରୋଗର ନାମ ହେଉଛି ହାୟମ (Hyam)। ଯାହାର ଅର୍ଥ ହେଉଛି ଜୀବନ୍ତ ସାପ ଗିଳିଦେବା। କୁହାଯାଏ ଯେ ଓଟକୁ ସାପ ଖୁଆଇବା ଦ୍ୱାରା ସାପ ବିଷ ଓଟ ଶରୀରରେ ବ୍ୟାପିଥାଏ। ଯାହା ଫଳରେ ଏହି ରୋଗର ପ୍ରଭାବ ଧୀରେ ଧୀରେ କମିଯିବା ସହିତ ଓଟ ଭଲ ହୋଇଯାଏ।

ଓଟକୁ ହେଉଥିବା ଏହି ଆଶ୍ଚର୍ଯ୍ୟଜନକ ରୋଗ ବାବଦରେ ଅଧିକ ତଥ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇ ନାହାଁନ୍ତି ଜୀବ ବିଜ୍ଞାନୀ (Biologist)। ଯେଉଁ କାରଣରୁ ଓଟ ମାଲିକଙ୍କୁ ଏହି ଉପାୟରେ ଚିକିତ୍ସା କରିବାକୁ ପଡିଥାଏ। ଯଦିଓ ବୈଜ୍ଞାନିକ ଏହି ଚିକିତ୍ସାକୁ ନିଶ୍ଚିତ କରି ନାହାଁନ୍ତି। ପଶୁରୋଗ ବିଶେଷଜ୍ଞଙ୍କ (Veterinarian) କହିବା ଅନୁଯାୟୀ ଏହି ରୋଗ କୀଟ କାମୁଡ଼ିବା କାରଣରୁ ହୋଇ ଥାଇପାରେ।