Budget 2025: Swiggy, Zepto ରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ହାତ ଖୋଲିଲେ ଅର୍ଥମନ୍ତ୍ରୀ
Advertisement
Article Detail0/zeeodisha/odisha2626587

Budget 2025: Swiggy, Zepto ରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ହାତ ଖୋଲିଲେ ଅର୍ଥମନ୍ତ୍ରୀ

Budget 2025: ଏଥିସହ ଅନଲାଇନ୍ ପ୍ଲାଟଫର୍ମରେ କାମ କରୁଥିବା ଗିଗ୍ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନଲାଇନ ପ୍ଲାଟଫର୍ମରେ କାମ କରୁଥିବା ଲୋକଙ୍କ ପାଇଁ ଏକ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି ।

 

Budget 2025: Swiggy, Zepto ରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ହାତ ଖୋଲିଲେ ଅର୍ଥମନ୍ତ୍ରୀ

Budget 2025: ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ଏହି ବଜେଟରେ ଅନେକ ଘୋଷଣା କରିଛନ୍ତି । ବଜେଟ୍ ଅଭିଭାଷଣରେ ଅନେକ ପ୍ରସଙ୍ଗକୁ ଅନ୍ତର୍ଭୁକ୍ତ କରାଯାଇଛି। ସଂସଦରେ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ରେ ଟିକସ ବ୍ୟବସ୍ଥା, ନଗର ଉନ୍ନୟନ, ଖଣି, ଆର୍ଥିକ କ୍ଷେତ୍ର, ଶକ୍ତି ଏବଂ ନିୟାମକ ଢାଞ୍ଚା ଭଳି ୬ଟି କ୍ଷେତ୍ରରେ ସଂସ୍କାର ଆସିବ। ଏଥିସହ ଅନଲାଇନ୍ ପ୍ଲାଟଫର୍ମରେ କାମ କରୁଥିବା ଗିଗ୍ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନଲାଇନ ପ୍ଲାଟଫର୍ମରେ କାମ କରୁଥିବା ଲୋକଙ୍କ ପାଇଁ ଏକ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନଲାଇନ୍ ପ୍ଲାଟଫର୍ମରେ କାମ କରୁଥିବା ଲୋକଙ୍କ ପାଇଁ ଏକ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି। ଅନଲାଇନ୍ ପ୍ଲାଟଫର୍ମରେ କାମ କରୁଥିବା ଲୋକଙ୍କ ପାଇଁ ଅଲଗା ସୁରକ୍ଷା ଯୋଜନା ଘୋଷଣା କରାଯାଇଛି। ସରକାର ଇ-ଶ୍ରମ ପ୍ଲାଟଫର୍ମରେ ଏକ କୋଟି ଗିଗ୍ ଶ୍ରମିକଙ୍କୁ ସହାୟତା କରିବା ପାଇଁ ଚିହ୍ନଟ ଏବଂ ପଞ୍ଜୀକରଣ ବ୍ୟବସ୍ଥା କରିବେ।ସେହିପରି ଏମଏସଏମଇ କ୍ଷେତ୍ରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାରଙ୍କ ୧୦,୦୦୦ କୋଟି ଟଙ୍କାର ଅବଦାନ ମାଧ୍ୟମରେ ଷ୍ଟାର୍ଟଅପ୍ ପାଇଁ ପାଣ୍ଠି ବ୍ୟବସ୍ଥା କରାଯିବ। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରଥମ ଥର ପାଇଁ ସରକାର ପାଞ୍ଚ ଲକ୍ଷ ମହିଳା, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଉଦ୍ୟୋଗୀଙ୍କୁ ୨ କୋଟି ଟଙ୍କାର ଋଣ ପ୍ରଦାନ କରିବେ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଘୋଷଣା କରିଛନ୍ତି ଯେ ସମସ୍ତ MSME ଗୁଡ଼ିକର ବର୍ଗୀକରଣ ପାଇଁ ନିବେଶ ଏବଂ କାରବାର ସୀମା ଯଥାକ୍ରମେ୨.୫ ଏବଂ ୨ ଗୁଣ ବୃଦ୍ଧି କରାଯିବ। ଏହା ସେମାନଙ୍କୁ ଅଭିବୃଦ୍ଧି ଏବଂ ଆମ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାରେ ଆତ୍ମବିଶ୍ୱାସ ଦେବ।

Also Read: LPG Price Decrease: ବଜେଟ୍ ଉପସ୍ଥାପନ ପୂର୍ବରୁ ଗୃହିଣୀଙ୍କୁ ମିଳିଲା ଖୁସି ଖବର, କମିଲା ଗ୍ୟାସଦର

Also Read: Coffee Side Effects: ଏହିରୋଗୀଙ୍କ ଅବସ୍ଥାକୁ ଆହୁରି ସାଂଘାତିକ କରିଦିଏ କଫି, ପିଇବା ଆଗରୁ ସାବଧାନ !