Bihar News: ମଧ୍ୟାନ୍ନ ଭୋଜନ ଖାଦ୍ୟରୁ ବାହାରିଲା ପୋକ, ପ୍ରିନ୍ସିପାଲ କହିଲେ...
Advertisement
Article Detail0/zeeodisha/odisha1614512

Bihar News: ମଧ୍ୟାନ୍ନ ଭୋଜନ ଖାଦ୍ୟରୁ ବାହାରିଲା ପୋକ, ପ୍ରିନ୍ସିପାଲ କହିଲେ...

Bihar School News: ବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନରୁ ଯେତେବେଳେ ପୋକ ବାହାରିଲା, ସେତେବେଳେ ଛାତ୍ରୀଛାତ୍ର ଅଭିଯୋଗ କରିବାକୁ ଶିକ୍ଷକଙ୍କ ନିକଟରେ ପହଞ୍ଚିଥିଲେ। ଯେତେବେଳେ ଏହି ଖବର ପ୍ରଧାନ ଶିକ୍ଷକଙ୍କ ପାଖରେ ପହଞ୍ଚିଲା, ସେତେବେଳେ ସେ ଏହି ଖାଦ୍ୟକୁ ଚୁପଚାପ୍ ଖାଇବାକୁ କହିଥିଲେ। 

Bihar News: ମଧ୍ୟାନ୍ନ ଭୋଜନ ଖାଦ୍ୟରୁ ବାହାରିଲା ପୋକ, ପ୍ରିନ୍ସିପାଲ କହିଲେ...

Bihar Govt School News: ସଦ୍ୟ ବିହାରର ଏକ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କ ଏପରି କାର୍ଯ୍ୟ ସାମ୍ନାକୁ ଆସିଛି ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବିଦ୍ୟାଳୟର ଛାତ୍ରଛାତ୍ରୀ ଯେତେବେଳେ ମଧ୍ୟାହ୍ନ ଭୋଜନ ସମ୍ପର୍କରେ ଅଭିଯୋଗ କରିବାକୁ ଶିକ୍ଷକଙ୍କ ନିକଟକୁ ଯାଇଥିଲେ, ସେତେବେଳେ ପ୍ରଧାନ ଶିକ୍ଷକଙ୍କ ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ କରିବା ପରିବର୍ତ୍ତେ ସେମାନଙ୍କୁ ମାଡ଼ ମାରିଥିଲେ। ବିହାର ବୈଶାଳୀ ଜିଲ୍ଲାର ଲାଲଗଞ୍ଜ ଅତତୁଲ୍ଲାପୁରସ୍ଥିତ ମାଧ୍ୟମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନରୁ ଯେତେବେଳେ ପୋକ ବାହାରିଲା, ସେତେବେଳେ ଛାତ୍ରୀଛାତ୍ର ଅଭିଯୋଗ କରିବାକୁ ଶିକ୍ଷକଙ୍କ ନିକଟରେ ପହଞ୍ଚିଥିଲେ। ଯେତେବେଳେ ଏହି ଖବର ପ୍ରଧାନ ଶିକ୍ଷକଙ୍କ ପାଖରେ ପହଞ୍ଚିଲା, ସେତେବେଳେ ସେ ଏହି ଖାଦ୍ୟକୁ ଚୁପଚାପ୍ ଖାଇବାକୁ କହିଥିଲେ। ପ୍ରଧାନ ଶିକ୍ଷକ ଜଣଙ୍କ କହିଥିଲେ ପୋକରେ ଭିଟାମିନ୍ ରହିଛି।

Also Read: West Bengal: ଚର୍ଚ୍ଚାରେ ମଧ୍ୟାହ୍ନ ଭୋଜନ, ଖାଇବା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ୧୬ ସ୍କୁଲ ଛାତ୍ର

ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଏପରି ଆଚରଣ ପରେ ଯେତେବେଳେ ଛାତ୍ରଛାତ୍ରୀ ମଧ୍ୟାନ୍ନ ଭୋଜନ ଖାଇବାକୁ ମନା କରିଥିଲେ,  ସେତେବେଳେ ଶିକ୍ଷଖ ଜଣଙ୍କ ସେମାନଙ୍କୁ ମାଡ଼ ମାରିଥିଲେ। ପ୍ରଧାନ ଶିକ୍ଷକଙ୍କ ମାଡରେ ଜଣେ ଛାତ୍ରଙ୍କ ହାତ ଭାଙ୍ଗି ଯାଇଥିଲା। ଶିକ୍ଷକଙ୍କ ଏପରି ବ୍ୟବାହାରକୁ ମାମଲା ଆଗକୁ ବଢିଯାଇଥିଲା। ଏହି ଘଟଣା ପରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ବିଦ୍ୟାଳୟ ବାହାରେ ହଙ୍ଗାମା କରିଥିଲେ। ଏନେଇ ଖବର ପାଇବା ମାତ୍ରେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷକଙ୍କ ମାଡ଼ କାରଣରୁ ଛାତ୍ରଙ୍କ ହାତ ଭାଙ୍ଗିଯିବା ଘଟଣାର ଯାଞ୍ଚ କରିଥିଲେ। ଏହି ଘଟଣାର ତଦନ୍ତ କରାଯିବ ବୋଲି ଲାଲଗଞ୍ଜ ଶିକ୍ଷା ପଦାଧିକାରୀ  ପର୍ଶୁରାମ ସିଂହ କହିଛନ୍ତି ଏହି ମାମଲାର ଯାଞ୍ଚ କରାଯିବ। ଯଦି ଶିକ୍ଷକଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୁଏ, ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।

Also Read: UP Govt School: ମଧ୍ୟାନ୍ନ ଭୋଜନରେ ପିଲାଙ୍କୁ ମିଳିଲା ଲୁଣ-ଭାତ, ନିଲମ୍ପିତ ହେଲେ ଶିକ୍ଷକ

ଶିକ୍ଷକଙ୍କ ମାଡ଼ରେ ଯେଉଁ ଛାତ୍ରର ହାତ ଭାଙ୍ଗି ଯାଇଥିଲା, ସେହି ଛାତ୍ରଙ୍କ ଜଣଙ୍କ କହିଛି ଯେ ହାତ ଭାଙ୍ଗିବା ପରେ ଶିକ୍ଷକ ଜଣଙ୍କ ଔଷଧ ଲଗାଇ ଦେଇଥିଲେ। ତାଙ୍କୁ ଗାଡ଼ିରେ ଡାକ୍ତରଖାନା ନିଆଯାଇଥିଲା ଏବଂ ପରେ ଇଞ୍ଜେକ୍ସନ ଦିଆଯାଇଥିଲା। ଛାତ୍ରର ପରିବାର ସଦସ୍ୟଙ୍କୁ ଔଷଧ ଦେଇ ତାକୁ ଏହି ଔଷଧ ଘରେ ଖୁଆଇ ଦେବାକୁ କହିଥିଲେ। ଛାତ୍ରର ହାତ ଭାଙ୍ଗିଯିବା ଘଟଣାରେ ଶିକ୍ଷକ ଅନିଲ କୁମାର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କୁ ବୁଝାଇବା ପରେ ମଧ୍ୟ ସେମାନେ ବୁଝୁନାହାଁନ୍ତି।