Airtel New Prepaid Plans: ଏୟାରଟେଲ ବ୍ୟବହାରକାରୀଙ୍କ ପାଇଁ କମ୍ପାନୀ ଆଶ୍ଚର୍ଯ୍ୟଜନକ ପ୍ଲାନ୍ ଆଣିଛି। ଯେଉଁଠଥିରେ ଆପଣ 2 ଜିବି ଡାଟା ଏବଂ ମାଗଣା ହଟଷ୍ଟାର ମୋବାଇଲ୍ ସବସ୍କ୍ରିପସନ୍ ପାଇବେ । ଆସନ୍ତୁ ଏହା ବିଷୟରେ ବିସ୍ତୃତ ତଥ୍ୟ ଜାଣିବା...
Trending Photos
Airtel New Prepaid Plans: ଜିଓ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଭାରତୀୟ ଏୟାରଟେଲ୍ 398 ଟଙ୍କା ମୂଲ୍ୟର ଏକ ନୂଆ ପ୍ରିପେଡ୍ ରିଚାର୍ଜ ପ୍ଲାନ ଆଣିଛି । ଯାହା ଉଭୟ ହାଇ ସ୍ପିଡ୍ କନେକ୍ଟିଭିଟି ଏବଂ ପ୍ରିମିୟମ୍ ମନୋରଞ୍ଜନ ଚାହୁଁଥିବା ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି । ଏହି ପ୍ଲାନ ବର୍ତ୍ତମାନ ଏୟାରଟେଲ ଥାଙ୍କ ୟୁ ଆପ୍, ୱେବସାଇଟ୍ ଏବଂ ଖୁଚୁରା ଆଉଟଲେଟରେ ଲାଇଭ୍ ହୋଇ ବିଭିନ୍ନ ସୁବିଧା ପ୍ରଦାନ କରୁଛି । ଏୟାରଟେଲର ପ୍ରତିଯୋଗୀ ରିଲାଏନ୍ସ ଜିଓ ମଧ୍ୟ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ପ୍ରିପେଡ୍ ରିଚାର୍ଜ ପ୍ଲାନ ଘୋଷଣା କରିଛି। ଆସନ୍ତୁ ଜାଣିବା ଏହି ନୂଆ ପ୍ଲାନ ସମ୍ପର୍କରେ ।
Airtel 398 Prepaid Recharge Plans
ଏୟାରଟେଲର ନୂଆ ପ୍ଲାନରେ ହଟଷ୍ଟାର ମୋବାଇଲ୍ ସବସ୍କ୍ରିପସନ୍ 28 ଦିନ ପାଇଁ ଉପଲବ୍ଧ, ଯାହା ଲାଇଭ୍ ସ୍ପୋର୍ଟସ୍, ଚଳଚ୍ଚିତ୍ର ଏବଂ ଲୋକପ୍ରିୟ ୱେବ୍ ସିରିଜ୍ ଦେଖିବାର ସୁବିଧା ପ୍ରଦାନ କରିଥାଏ । ଆପଣ ମନେ ରଖିବା ଉଚିତ ଯେ, ହଟଷ୍ଟାରର ମୋବାଇଲ୍ ପ୍ଲାନ କେବଳ ଗୋଟିଏ ଡିଭାଇସରେ କାମ କରିବ । କମ୍ପାନୀ କେବଳ ଗୋଟିଏ ୟୁନିଟ୍କୁ ସ୍କ୍ରିନ୍ ଟାଇମ୍ ଆକ୍ସେସ୍ ଦେଇଥାଏ । ଏହା ମଧ୍ୟ ଏକ ବିଜ୍ଞାପନ ସମର୍ଥିତ ହଟଷ୍ଟାର ପ୍ଲାନ ।
ଏହି ହଟଷ୍ଟାର ମୋବାଇଲ୍ ସବସ୍କ୍ରିପସନର ମୂଲ୍ୟ 3 ମାସ ପାଇଁ 149 ଟଙ୍କା ରହିଛି । ଗୋଟିଏ ବର୍ଷ ପାଇଁ ପ୍ଲାନର ମୂଲ୍ୟ ରହିଛି 499 ଟଙ୍କା । ତେଣୁ ଏୟାରଟେଲ ଏହାର ନୂତନ ପ୍ରିପେଡ୍ ପ୍ଲାନ ସହିତ ଏହି ମୌଳିକ ପ୍ୟାକ୍ ପ୍ରଦାନ କରୁଛି । ଏହା ସହିତ, ନୂଆ ଏୟାରଟେଲ୍ ପ୍ରିପେଡ୍ ରିଚାର୍ଜ ପ୍ଲାନରେ ଅସୀମିତ ଲୋକାଲ୍, ଏସ୍ଟିଡି ଏବଂ ରୋମିଂ କଲ୍ ମିଳୁଛି । ଏଥିସହ ଦୈନିକ 2 ଜିବି 5 ଜି ଡାଟା ଏବଂ 100 ଏସ୍ଏମ୍ଏସ୍ ସୁବିଧା ମିଳୁଛି । ଏହା ମୋଟ 28 ଦିନର ବୈଧତା ସହିତ ଗ୍ରାହକଙ୍କୁ ମିଳିଥାଏ । ଯାହାର ଅର୍ଥ ଏହି ପ୍ଲାନ ପ୍ରାୟ ପାଖାପାଖି ଏକ ମାସ ପର୍ଯ୍ୟନ୍ତ ଚାଲିବ । ଅନ୍ୟପକ୍ଷରେ, ଜିଓର OTT ପ୍ଲାନର ମୂଲ୍ୟ ରହିଛି 448 ଟଙ୍କା । ଯାହା ବର୍ତ୍ତମାନ ଜିଓର ଚିନ୍ତା ବଢାଇଛି । କାରଣ ଜିଓ କମ୍ପାନୀର ପ୍ଲାନ ଏୟାରଟେଲ ଅପେକ୍ଷା ସାମାନ୍ୟ ମହଙ୍ଗା ରହିଛି ।
ଆପଣଙ୍କୁ କହିରଖୁଛୁ ଯେ, ଏହାପୂର୍ବରୁ, ରିଲାଏନ୍ସ ଜିଓ 2025 ଟଙ୍କା ମୂଲ୍ୟରେ ଏହାର ନୂତନ ବର୍ଷ ୱେଲକମ ପ୍ଲାନ ଆରମ୍ଭ କରିଥିଲା । ଏହି ପ୍ଲାନରେ 200 ଦିନର ବୈଧତା ଗ୍ରାହକଙ୍କୁ ମିଳୁଛି । ଯେଉଁଥିରେ ଅସୀମିତ କଲିଂ ସହ ମୋଟ 500 ଜିବି ହାଇ ସ୍ପିଡ୍ 4G ଡାଟା ସୁବିଧା ରହିଛି । ଅସୀମିତ 5G ଡାଟା ଆକ୍ସେସ୍ ମଧ୍ୟ ମିଳୁଛି ।
ଏହା JioTV ଏବଂ JioCinema ପରି JioSuite ଆପ୍ସ ପାଇଁ ଆକ୍ସେସ୍ ପ୍ରଦାନ କରୁଛି । ଏହି ଅଫର ବିଷୟରେ ଅଧିକ ଜାଣିବା ପାଇଁ ଆପଣ MyJio ଆପ୍ ଏବଂ Jio ୱେବସାଇଟ୍ ଯାଞ୍ଚ କରିପାରିବେ । ସୂଚନା ମୁତାବକ 11 ଡିସେମ୍ବର 2024 ରୁ ଜାନୁୟାରୀ 11, 2025 ମଧ୍ୟରେ ଏହି ଅଫର ଉପଲବ୍ଧ ।
Also Read- Grah Gochar 2025: ନୂଆ ବର୍ଷରେ ବଦଳିବ ଧନୁ ଏବଂ ମୀନ ସହ ଏହି ରାଶିର ଭାଗ୍ୟ
Also Read- Priyanka Sanam: ପ୍ରିୟଙ୍କା ସନମଙ୍କ ଏହି ୧୦ଟି ଫଟୋ ହେଉଛି ଭାଇରାଲ୍