Road Accident: ବାରିପଦା-ବେତନଟୀ ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ୍‌, ୨୫ରୁ ଅଧିକ ଆହତ
Advertisement
Article Detail0/zeeodisha/odisha1607637

Road Accident: ବାରିପଦା-ବେତନଟୀ ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ୍‌, ୨୫ରୁ ଅଧିକ ଆହତ

Mayurbhanj Road Accident: ମୟୂରଭଞ୍ଚ (Mayurbhanj) ମର୍ମନ୍ତୁଦ ସଡକ ଦୁର୍ଘଟଣା(Road Accident)। ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ବାରିପଦା-ବେତନଟୀ ରାସ୍ତାରେ ବସ୍‌ ଓଲଟି (turns turtle in Mayurbhanj) ପଡିବାରୁ ୨୫ ଜଣ ଆହତ (25 injured) ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Mayurbhanj Road Accident: ମୟୂରଭଞ୍ଚ (Mayurbhanj) ମର୍ମନ୍ତୁଦ ସଡକ ଦୁର୍ଘଟଣା(Road Accident)। ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ବାରିପଦା-ବେତନଟୀ ରାସ୍ତାରେ ବସ୍‌ ଓଲଟି (turns turtle in Mayurbhanj) ପଡିବାରୁ ୨୫ ଜଣ ଆହତ (25 injured) ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି । ରବିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲାର ବାରିପଦା-ବେତନଟୀ ରାସ୍ତାରେ ଗତକାଲି (ରବିବାର) ରାତିରେ ବସ୍‌ ଦୁର୍ଘଟଣା (Bus Accident) ଘଟିବାରୁ ୨୫ ଜଣ ଆହତ ହୋଇଛନ୍ତି। ବସ୍‌ଟି ରାଇରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଜାତୀୟ ରାଜପଥ-୧୮ର କୃଷ୍ଣଚନ୍ଦ୍ରପୁର ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୫ ଜଣ ଆହତ ହୋଇଥିଲେ। ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସେମାନଙ୍କୁ ପିଆରଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । 

ଏହାବି ପଢନ୍ତୁ : Satish Kaushik Death: ମହିଳାଙ୍କ ଚାଞ୍ଚଲ୍ୟକର ବୟାନ, ୧୫ କୋଟି ପାଇଁ ସତୀଶ କୌଶିକଙ୍କୁ ମାରିଛନ୍ତି ମୋ ସ୍ବାମୀ!

ଏହାବି ପଢନ୍ତୁ : Satish Kaushik Death Case: ସତୀଶଙ୍କ ମୃତ୍ୟୁ ସହ ରହିଛି ଦାଉଦ ପୁଅର ସମ୍ପର୍କ? Party ଖୋଲିବ ରାଜ୍

ନିକଟରେ ଏଭଳି ଏକ ବସ୍ ଦୁର୍ଘଟଣା ଘଟିଥିଲା। ଭାରସାମ୍ୟ ହରାଇ ବ୍ରିଜ ତଳକୁ ବସ ଖସିବାରୁ ବଡ ଦୁର୍ଘଟଣା ଘଟିଥିଲା । ୫୫ନଂ ଜାତୀୟ ରାଜପଥ ପଞ୍ଚୁବଟି ନିକଟରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୨ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ଗୁରୁତର ଅଛନ୍ତି । ଗୁରୁତରଙ୍କୁ ଢେଙ୍କାନାଳରେ ମେଡିକାଲରେ ଭର୍ତ୍ତି କରାଯାଇଛି । ୬ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ବସରେ ୪୦ରୁ ଅଧିକ ଯାତ୍ରୀ ଥିବା ସୂଚନା । ବଲାଙ୍ଗୀର ହରିଶଙ୍କରରୁ କେନ୍ଦ୍ରାପଡା ଇଚ୍ଛାପୁରକୁ ବସଟି ଯାଉଥିଲା । ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ଇଛାପୁର ଗାଁରୁ ପ୍ରାୟ ୪୩ ଜଣ ସମ୍ବଲପୁର ଓ ବଲାଙ୍ଗୀର ବୁଲିବା ପାଇଁ ଯାଇଥିଲେ । ଭାରସାମ୍ୟ ହରାଇ ବ୍ରିଜ୍ ବାଡା ଭାଂଗି ବସଟି ତଳକୁ ଖସି ପଡିଛି । ମୃତକ ଦୁଇଜଣ ହେଉଛନ୍ତି କେନ୍ଦ୍ରାପଡା ଇଛାପୁର ଗାଁର ରେଣୁବାଳା ଜେନା ଓ ବିଜୟଲକ୍ଷ୍ମୀ ସ୍ୱାଇଁ ।

ଏହାବି ପଢନ୍ତୁ : Payal Ghosh: 'ମୁଁ ସୁଶାନ୍ତ ସିଂ ରାଜପୁତ ନୁହେଁ, ଯଦି ମରିବି ସମସ୍ତଙ୍କୁ ଫେସେଇବି'

ଏହାବି ପଢନ୍ତୁ : Zodiac Signs: ଏହି ୫ ରାଶି ଦୁନିଆରେ ହୁଅନ୍ତି ଶୀଘ୍ର କୋଟିପତି, କେବେ ରୁହେ ନାହିଁ ଟଙ୍କାର ଅଭାବ

ଏହାବି ପଢନ୍ତୁ : Cuttack News: ଜିମରେ ଯୁବତୀଙ୍କୁ ଦୁଷ୍କର୍ମ, ଅଶ୍ଲୀଳ ଫଟୋ ରଖି ବର୍ଷସାରା କରୁଥିଲେ ବ୍ଲାକମେଲ୍