Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର
Trending Photos
RG Kar Medical Case: କୋଲକାତା ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସଂଜୟ ରାୟଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଛି । ଦଣ୍ଡାଦେଶ ଶୁଣାଇଛନ୍ତି ସିଆଲଦା କୋର୍ଟ । ଏଥିସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି । ଏହା ବିରଳରୁ ବିରଳତମ ମାମଲା ନୁହେଁ ବୋଲି କୋର୍ଟ କହିଲେ । ଗତ ୧୮ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସଂଜୟ । ସଞ୍ଜୟକୁ ଆଜୀବନ ସଜା ପରେ ସିଆଲଦା କୋର୍ଟ ବାହାରରେ ଜନଗହଳି ବଢିବାରେ ଲାଗିଛି ।
Nuapada Maoists News: ନୂଆପଡ଼ା ଜିଲ୍ଲା ସୀମାନ୍ତରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଚାଲିଛି ଗୁଳି ବିନିମୟ। ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଆଧାରରେ ଆଜି ଓଡ଼ିଶା ପୋଲିସର ଏସଓଜି, ଛତିଶଗଡ଼ ପୋଲିସ ଓ ସିଆରପିଏଫ୍ ଯବାନ ମିଳିତ ଭାବେ ଅପରେସନ୍ ଚଳାଇଛନ୍ତି।
Bargarh Lady Rescue Update: ବରଗଡ଼ ଜଙ୍ଗଲରୁ ମୁମୂର୍ଷ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା । ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ସର୍ଜନ ଡନସେନା, ପ୍ରହ୍ଲାଦ ଦାସ, ଜୟକୃଷ୍ଣ ଡନସେନା ଗିରଫ । ମୁଖ୍ୟ ଅଭିଯୁକ୍ତକୁ ଫେରାର ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଗିରଫ
ଏଯାଏଁ ଘଟଣାର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିନି।
Khandagiri Mela 2025: ଫେବ୍ରୁଆରୀ ୪ରୁ ୧୨ ତାରିଖ ପର୍ଯ୍ୟନ୍ତ ଖଣ୍ଡଗିରି ମେଳା । ଚଳିତବର୍ଷ ମେଳାକୁ ଅଧିକ ଭବ୍ୟ କରିବ ବିଏମସି। ସାଧୁସନ୍ଥଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ୟବସ୍ଥା । ବିଏମସି ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି।
Odisha Weather Report:ଆସନ୍ତାକାଲିଠୁ କମିବ ଶୀତ, ବଢ଼ିବ ରାତି ତାପମାତ୍ରା।ପଶ୍ଚିମା ଝଡ଼ ପ୍ରଭାବରେ ଶୀତ କମିବା ସମ୍ଭାବନା ।
୨୨ ଓ ୨୩ରେ ବଙ୍ଗୋପସାଗରରେ ଗୁରୁଚାପ ବଳୟର ସୃଷ୍ଟି ସମ୍ଭାବନା । ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବାରୁ ବଢ଼ିବ ତାପମାତ୍ରା
ଗୁରୁଚାପ ବଳୟ ହେତୁ ଘନକୁହୁଡ଼ି ସମ୍ଭାବନା ରହିଛି।
Naba Das Death Case Update: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ରିପୋର୍ଟ ତଲବ । ତଦନ୍ତକାରୀ ଅଧିକାରୀଙ୍କଠାରୁ ରିପୋର୍ଟ ତଲବ କରିଛି କ୍ରାଇମବ୍ରାଞ୍ଚ । ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ଖବର ନେଇ ରିପୋର୍ଟ ତଲବ ହୋଇଛି। ନବ ଦାସ ହତ୍ୟା ମାମଲାରେ ସିଜର ଲିଷ୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏଥିରେ ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକଙ୍କ ସାର୍ଟର ରଙ୍ଗ ବଦଳାଇଯାଇଛି।
Rahul Gandhi: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ବସ୍ତି । କାରଣ ତାଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ବିରୋଧରେ ଦେଇଥିବା ବୟାନ ପାଇଁ ରାହୁଲଙ୍କ ନାମରେ ଏକ ମାନହାନୀ ମକଦ୍ଦମା ରୁଜୁ ହୋଇଥିଲା । ସୁପ୍ରିମ୍କୋର୍ଟ ଏବେ ସେହି ମାମଲାର ଶୁଣାଣିକୁ ସ୍ଥଗିତ ରଖି ଦେଇଛନ୍ତି ।
G Kishan Reddy Odisha Visit: ପ୍ରଥମ ଥର ଲାଗି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ । ଓଡ଼ିଶା ଗସ୍ତ ଅବସରରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଖଣି ଓ କୋଇଲା ଶିଳ୍ପ ଅଂଶୀଦାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି । ଏଥିରେ ସରକାରୀ କ୍ଷେତ୍ର, ଘରୋଇ କ୍ଷେତ୍ର ଏବଂ ଶିଳ୍ପ ସଂଘର ଅଂଶୀଦାରମାନେ ସାମିଲ ହୋଇଥିଲେ । ଭୁବନେଶ୍ବର ସ୍ଥିତ ନାଲକୋର ମୁଖ୍ୟ କାର୍ଯ୍ୟାଳୟରେ ଏହି ଅବସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
Actor Yogesh Mahajan Death: ମନୋରଞ୍ଜନ ଦୁନିଆରୁ ଆସିଲା ଏକ ବଡ ଦୁଃଖଦ ଖବର । ହିନ୍ଦି ଟିଭି ସିରିୟଲ ଏବଂ ମରାଠୀ ସିନେମାରେ କାମ କରିଥିବା ପ୍ରସିଦ୍ଧ କଳାକାର ଯୋଗେଶ ମହାଜନଙ୍କର ଗତକାଲି ନିଧନ ହୋଇଯାଇଛି । ଅଭିନେତାଙ୍କ ମୃତ୍ୟୁ ହାର୍ଟ ଆଟାକ କାରଣରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଅଭିନେତାଙ୍କ ମୃତ୍ୟୁ ଖବର ଜାଣିବା ପରେ ଟିଭି ଜଗତରେ ଶୋକର ଛାୟା ଖେଳିଯାଇଛି । ଅଭିନେତାଙ୍କ ମୃତ୍ୟୁ ତାଙ୍କ ଫ୍ଲାଟରେ ହୋଇଛି । ସେ ସୁଟିଂକୁ ନଆସିବାରୁ କ୍ରିଉ ମେମ୍ବରସ ତାଙ୍କ ଫ୍ଲାଟକୁ ଯାଇଥିଲେ । ସେତେବେଳେ ତାଙ୍କ ଦ୍ବାର ବନ୍ଦ ଥିବାରୁ ଭାଙ୍ଗିକି ଭିତରକୁ ପ୍ରବେଶ କଲାପରେ ସେ ତଳେ ପଡିଥିଲେ । ତୁରନ୍ତୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
Donald Trump: ଆଜି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ୍। ଶପଥ ନେବା ପୂର୍ବରୁ ଟ୍ରମ୍ପ୍ କହିଛନ୍ତି ଯେ ‘ତୃତୀୟ ବିଶ୍ବଯୁଦ୍ଧ’କୁ ରୋକିବା ପାଇଁ ସେ ଶପଥ ଗ୍ରହଣ କରିବେ। ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ସେ ଶପଥ ଗ୍ରହଣ କରିବେ। ଏହା ତାଙ୍କର ଦ୍ବିତୀୟ ପାଳି। ଗତତାଲି ସନ୍ଧ୍ୟାରେ ୱାଶିଂଟନ୍ ଡିସିରେ ଏକ ରାଲିକୁ ସମ୍ବୋଧିତ କରି ସେ ଗତ ବର୍ଷ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାର ସଙ୍କେତ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି।
Also Video See: Chi Chi Nani Heroine Video: ୨୦ ବର୍ଷ ପରେ ଭାଇରାଲ ହେଲେ, ଏବେ ମୁହଁ ଖୋଲିଲେ ଅଭିନେତ୍ରୀ