Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2464703

Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ଅପରାହ୍ଣର ୧୦ଟି ପ୍ରମୁଖ ଖବର

1.Haryana Election: ବାଜି ମାରିଲେ ବିନେଶ୍ । କୁସ୍ତି ପରେ ଏବେ ରାଜନୀତିରେ କଲେ  କମାଲ। ଚିତପଟାଙ୍ଗ ହେଲେ ପ୍ରତିଦ୍ୱନ୍ଦ୍ୱି ଯୋଗେଶ ବୈରାଗୀ। ୬୦୧୫ ଭୋଟରେ ବିଜୟୀ ହୋଇଛନ୍ତି ବିନେଶ୍ ।

2.Haryana Election:ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପୂର୍ବତନ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, କୃଷକଙ୍କୁ ଦ୍ୱନ୍ଦରେ ପକାଇବାକୁ ଯେଉଁ ପ୍ରୟାସ କରାଯାଇଥିଲା, ଜନସାଧାରଣ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥି ସହ ରେସଲର ତଥା କଂଗ୍ରେସ ପ୍ରାର୍ଥୀ ବିନେଶ ଫୋଗାଟଙ୍କ ବିଜୟ ସମ୍ପର୍କରେ ବ୍ରିଜ ଭୂଷଣ କହିଛନ୍ତି ଯେ, ସେ ଜିତିଥିଲେ ମଧ୍ୟ କଂଗ୍ରେସ ଧ୍ୱଂସ ହୋଇଯାଇଛି।

3.Jammu-Kashmir: ଜମ୍ମୁ-କଶ୍ମୀର ନିର୍ବାଚନର ଭୋଟ୍ ଗଣତିରେ ଏନସି ଏବଂ କଂଗ୍ରେସ ମେଣ୍ଟ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ଏନସି ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଘୋଷଣା କରିଛନ୍ତି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ହେବେ। ଜମ୍ମୁ-କଶ୍ମୀରରେ ୪୬ ଟି ଆସନରେ ଏନସି-କଂଗ୍ରେସ ମେଣ୍ଟ ଆଗୁଆ ରହିଛି।

4.Odisha News: ବରିଷ୍ଠ ଆଇପିଏସ୍‌ ତଥା ପୂର୍ବତନ ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ଆଜି ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆସନ୍ତା ୬ବର୍ଷ ପାଇଁ ଆୟୋଗରେ ନିଜର ଦାୟିତ୍ୱ ତୁଲାଇବେ ଶ୍ରୀ ଷଡ଼ଙ୍ଗୀ। ତେବେ ତାଙ୍କ ପାଇଁ ଆଗାମୀ ରଣନୀତି କଣ ରହିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି।

5.Odisha News: ଜାହାଜ ଉପରେ ଭାଙ୍ଗି ପଡିଲା ଲୋଡିଂ କରୁଥିବା ସୋର୍ କ୍ରେନ୍ । ଏଭଳି ଦୁର୍ଘଟଣା ଘଟିଛି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏମ୍ ପିବି ବର୍ଥରେ। ବର୍ଥ ଉପରେ ଥାଇ ଲୋଡିଂ କରୁଥିବା ଏକ ସୋର୍ କ୍ରେନ୍ ଅଧାରୁ ଭାଙ୍ଗି ପଡ଼ି ଜାହାଜ ଉପରେ ପଡିଛି। ଫଳରେ ଜାହାଜର ଲୋଡିଂ କାର୍ଯ୍ୟ ବନ୍ଦ ରଖା ଯାଇଥିବା ବେଳେ ଏହି କ୍ରେନର ରୋପ୍ ଛିଡିଯିବା କାରଣରୁ ବା କ୍ରେନ୍ ର କୌଣସି ଅଂଶ ଭାଙ୍ଗିବା କାରଣରୁ ଏପରି ଘଟିଥାଇ ପାରେ ବୋଲି ଅନୁମାନ କରା ଯାଉଛି। ତେବେ ବର୍ତ୍ତମାନ ସୁଧା କ୍ରେନ୍ ଭାଙ୍ଗିବା କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହି ଜାହାଜ ର ନାମ MV. AMNSI MAXIMUS ବୋଲି ଜଣାପଡିଛି। 

6.Odisha News: କଟକ ସାଲେପୁର ରଟିଲୋ ଗାଁରେ ବେଆଇନ୍‌ ବାଣ ଗୋଦାମ ଉପରେ ପୁଲିସର ଚଢ଼ଉ। ସାଲେପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ପୁଲିସ ଅଫିସର ଚଢଉ କରିଛି। ଚଢ଼ଉ ବେଳେ ବିପୁଳ ପରିମାଣର ବାଣ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ। 

7.Vigilance raid:  ଭିଜିଲାନ୍ସ ଜାଲରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଅଧିକାରୀ ରମେଶ ଚରଣ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଭୁବନେଶ୍ୱର ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି।

8. Puri News: ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ଛତିଶା ନିଯୋଗ ବୈଠକ।।    କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର। ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଛତିଶା ନିଯୋଗର ବୈଠକ ଅନୁଷ୍ଠିତ ହେବ। ଏଥିରେ ଆସନ୍ତା ୧୪ ତାରିଖରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା କର୍ଭିକ ମାସର ବଳଧୂପ ନୀତି ନିର୍ଘଣ୍ଟ ଅନୁମୋଦନ ହେବ। ଏହାଛଡା ଶ୍ରୀ ମନ୍ଦିର ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବା ନିମନ୍ତେ ଆଲୋଚନା ହେବ। 

9.Subhadra Yojana: ଅକ୍ଟେବାର ୭ ତାରିଖ ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି । ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଠାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ ।

10. Entertainment News: ଓଡ଼ିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ, ଧାରାବାହିକ ଓ ଫିଲ୍ମ । ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଥିବା ଜୀ ସାର୍ଥକ ନିଚ୍ଛକ କାହାଣୀ ସହିତ ଲୋକଙ୍କର ଦୈନନ୍ଦୀନ ଜୀବନ ସହିତ କାହାଣୀକୁ ସଂଯୋଗ କରିଥାଏ । ଅଗଣିତ ଦର୍ଶକଙ୍କ ପାଖରୁ ମିଳୁଥିବା ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ରୁଚି କୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ବା ଫିଲ୍ମର କାହାଣୀରେ କିଛି ନୂତନତ୍ତ୍ବ ଆଣିବାକୁ ନିଜର ପ୍ରୟାସ ଜାରି ରଖିଥାଏ । ଗତ ବର୍ଷ "ଉଡନ୍ତା ଥାଳିରେ ଆସିଛି ପ୍ରିୟା"ର ଅପାର ସଫଳତା ପରେ ଆସିଛି ନୂଆ ଫିଲ୍ମ ‘ଉଡନ୍ତା ଥାଳିରେ ଆସିଛି ପ୍ରିୟା ୨. ୦’ ଯାହା ଅକ୍ଟୋବର ୧୩ ତାରିଖ ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ଦେଖିବାକୁ ପାଇବେ ସିନେପ୍ରେମୀ ଯାହାର କାହାଣୀ ଖୁବ ରୋଚକ ସହିତ ଭିନ୍ନ ରହିଛି ।