Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2405578

Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
1.Kaliya dalan besha: ଆଜି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ । ଗତକାଲି ଠାକୁରଙ୍କ ବଣଭୋଜି ବେଶ, କୋଳିବିକା, ବକାସୁର ଓ ଅର୍ଘ୍ୟଆସୁର ବଧ ନିତି ଅନୁଷ୍ଠିତ ହୋଇଥିଲା | ମହାପ୍ରଭୁ ବାଳଗୋପାଳ ଓ ବଡ଼ଠାକୁର ବଳରାମ ବେଶ ହୋଇଥିଲେ । କିନ୍ତୁ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇବେ । ପରେ ଠାକୁର ମାନେ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଲୋକନାଥ ରୋଡ୍ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରିବେ । ସେଠାରେ ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ ମହାପ୍ରଭୁଙ୍କ କାଳୀୟଦଳନ ଲୀଳା ସମାପନ ହେବ । 
2.Lightning Death:ଖୋର୍ଦ୍ଧା ଜିଲାର ନିରାକାରପୁର ଅଞ୍ଚଳରେ ଆଜି ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।। ମୃତକ ଜଣଙ୍କ ହେଲେ ଜଟଣୀ ଥାନା ଅନ୍ତର୍ଗତ ତୋଟାପଡ଼ା ପଦନପୁର ଗ୍ରାମର ପ୍ରତାପ ଦେହୁରୀ(୩୯)। ଅନ୍ୟ ୩ ଜଣଙ୍କର ପରିଚୟ ମିଳିପାରିନାହିଁ। 
3.First Bonda youth selected to study MBBS:ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ବାବଦରେ ଅନେକ କଥା ଆଲୋଚନା ହୁଏ। ଏଠାର ଆଦିବ ଅଧିବାସୀ, ପରମ୍ପରା, ଅନ୍ଧବିଶ୍ୱାସ ବିଷୟରେ ଗଣମାଧ୍ୟମରେ ଅନେକ ରିପୋର୍ଟ ପୂର୍ବରୁ ପ୍ରକାଶିତ ହୋଇଛି। ହେଲେ ଆଜି ଯେଉଁ କଥା ଚର୍ଚ୍ଚା ହେଉଛି ତାହା ସମୁଦାୟ ଆଦିମ ଅଧିବାସୀ ବର୍ଗ ତଥା ବଣ୍ଡା ଜାତି ପାଇଁ ଏକ ଗୌରବର ବିଷୟ। ତାହା ହେଲା ଏହି ସମ୍ବାଦନଶୀଳ ଆଦିବାସୀ ଜାତିର ଜଣେ ଯୁବକ ଡାକ୍ତରୀ ପଢ଼ିବାକୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ( ଏମ୍‍କେସିଜି) ମେଡିକାଲ୍‍ କଲେଜରେ ନାମ ଲେଖାଇଛନ୍ତି। ଆଗରେ ଯେତେ ବାଧା ବିଘ୍ନ ଥିଲେ ମଧ୍ୟ ଏକାଗ୍ରତା ଓ ଅଧ୍ୟବସାୟ ଯେ ଲକ୍ଷ୍ୟ ହାସଲରେ ସହାୟକ ହୁଏ ତାହାକୁ ପ୍ରମାଣିତ କରିଛନ୍ତି ଏହି ବଣ୍ଡା ଯୁବକ ମଙ୍ଗଳା ମୁଦୁଲି। 
4.Mamata Banerjee News: କୋଲକାତାରେ ଦୁଷ୍କର୍ମ ଓ ହତ୍ୟା ଘଟଣା ଯୋଗୁଁ ସିଏମ ମମତା ବାନାର୍ଜୀ ଓ ତାଙ୍କ ଦଳ ଟିଏମସି ବହୁ ବିରୋଧର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ମମତା ବାନାର୍ଜୀ ପୁଣି ଥରେ 'ଆଉଟସାଇଡର୍ କାର୍ଡ' ଖେଳିଛନ୍ତି, ଯାହାକି ସେ ୨୦୨୧ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ବ୍ୟବହାର କରିଥିଲେ। ବିଜେପିର ବନ୍ଦକୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ ରାଜ୍ୟରେ ବାହାର ଲୋକ ହିଂସା ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି। ମମତା ବାନାର୍ଜୀ କହିଛନ୍ତି, 'ବେଙ୍ଗଲରେ ରହୁଥିବା ବାହାରି ଲୋକମାନେ ବେଙ୍ଗଲକୁ ଭଲ ପାଇବା ଉଚିତ୍। ବେଙ୍ଗଲର ଲୋକମାନେ ତାଙ୍କୁ ଗ୍ରହଣ କରିବେ। କିନ୍ତୁ ଯଦି ବେଙ୍ଗଲକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଏ, ତା’ହେଲେ ଏହାର ଉତ୍ତର ଦିଆଯିବ।
5.Gujurat Flood: ଗତ ୪ ଦିନ ଧରି ବର୍ଷା ହେତୁ ଗୁଜୁରାଟରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ୨୦୦ ରୁ ଅଧିକ ଗାଁ ବନ୍ୟା ଜଳରେ ବୁଡ଼ି ଯାଇଛି। ନଦୀ ସ୍ରୋତ ବୃଦ୍ଧି ପାଇବା କାରଣରୁ ବନ୍ଧ ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି। ଗତ ୪ ଦିନ ମଧ୍ୟରେ ବନ୍ୟା ଜନିତ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ସମସ୍ତ ସ୍କୁଲ କଲେଜ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ଏବଂ ରେଳ ଟ୍ରାକ୍ ପାଣିରେ ବୁଡି ରହିଛି। ୪୦ ରୁ ଅଧିକ ଟ୍ରେନକୁ ବାତିଲ କରାଯାଇଛି ଏବଂ ୯୦୦ ରୁ ଅଧିକ ରାସ୍ତା ଅବରୋଧ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ରାଜ୍ୟର ପରିସ୍ଥିତି ଉପରେ ନଜର ରଖିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇ ରିଲିଫ୍ ବଣ୍ଟନ ଆରମ୍ଭ କରାଇଛନ୍ତି। 
6.Ananda Baza: ପୁଣୀ ଶ୍ରୀ ଜଗନ୍ନାଥ ମନ୍ଦିରର ଆନନ୍ଦ ବଜାର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ଲାଗି ସ୍ୱତନ୍ତ୍ର  ସୁରକ୍ଷା କର୍ମୀ ନିଯୁକ୍ତ ହେବେ। ଏଥିନେଇ ଏକ ଘରୋଇ ସଂସ୍ଥା ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଅବସରପ୍ରାପ୍ତ ସୈନିକଙ୍କୁ ଏହି ସୁରକ୍ଷା କର୍ମୀ ଭାବେ ନିଯୁକ୍ତ ଦିଆଯିବ। ଏ ନେଇ  ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ନିକଟରେ ଇଚ୍ଛୁକ ପ୍ରାର୍ଥୀମାନେ ସାକ୍ଷାତକାର ଦାଇଛନ୍ତି। ସମୁଦାୟ ୨୦ ଜଣଙ୍କୁ ତୃତୀୟ ପକ୍ଷ ଏଜେନ୍ସୀ ସହାୟତାରେ ନିଯୁକ୍ତି ଦିଆଯିବାକୁ ଶ୍ରୀମନ୍ଦିର ପ୍ରଶାସକ ସ୍ଥିର କରିଛି। 
7.Reliance AGM 2024 : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ବାର୍ଷିକ ସାଧାରଣ ସଭା (ଏଜିଏମ୍) ଆରମ୍ଭରେ କମ୍ପାନୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଅଂଶୀଦାରମାନଙ୍କୁ ଖୁସି ଖବର ଦେଇଛନ୍ତି। ଦେଶର ସବୁଠାରୁ ବଡ଼ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ହେଉଛି ଦେଶର ପ୍ରଥମ କମ୍ପାନୀ ଯାହାକି ୧୦ ଲକ୍ଷ କୋଟି ମାର୍କ ଅତିକ୍ରମ କରିଛି। ବର୍ତ୍ତମାନ କମ୍ପାନୀ ଏହାର ୩୫ ଲକ୍ଷ ଅଂଶୀଦାରଙ୍କୁ ଉପହାର ସ୍ୱରୂପ ବୋନସ ଘୋଷଣା କରାଯାଇଛି।ଏଜିଏମରେ ମୁକେଶ ଅମ୍ବାନୀ ଅଂଶୀଦାରମାନଙ୍କ ପାଇଁ ବୋନସ୍ ସେୟାର ଘୋଷଣା କରିଥିଲେ। 1: 1 ଅନୁପାତରେ ବୋନସ ସେୟାର ଦେବାକୁ ରିଲାଏନ୍ସ ଘୋଷଣା କକରିଛି। କମ୍ପାନୀ ପ୍ରତ୍ୟେକ ସେୟାରରେ ବୋନସ୍ ଭାବରେ ୧ ଅଂଶ ପ୍ରଦାନ କରିବ | 
8.Kangana Ranaut meets BJP's president JP Nadda: ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ବାସଭବନରେ ଦଳର ସଭାପତି ଜେପି ନଡାଙ୍କୁ ଭେଟିଥିଲେ। କୃଷକ ଆନ୍ଦୋଳନ ସମ୍ପର୍କରେ ବୟାନ ଦେବା ପରେ ଜଣେ ବଡ ବିଜେପି ନେତାଙ୍କ ସହ କଙ୍ଗନାଙ୍କର ଏହା ପ୍ରଥମ ସାକ୍ଷାତ ହୋଇଥିଲା। ଏହି ସପ୍ତାହ ପୂର୍ବରୁ ରଦ୍ଦ ହୋଇଥିବା ତିନୋଟି କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଉପରେ କଙ୍ଗନା ବୟାନ ଦେଇଥିଲେ, ତାଙ୍କ ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭବିଷ୍ୟତରେ ଏଭଳି ବାୟାନ ନକରିବାକୁ ଦଳ ତାଙ୍କୁ କଡା ନିର୍ଦ୍ଦେଶ ଦେଇଛି।
9.National Sports Day: ଆଜି ଜାତୀୟ କ୍ରୀଡ଼ା ଦିବସ, ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ୧୨୦ତମ ଜନ୍ମ ବାର୍ଷିକୀ।  ୨୦୧୨ ମସିହାଠାରୁ ଭାରତ ସରକାର ଏହି କିମ୍ବଦନ୍ତୀ ହକି ଖେଳାଳିଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, କ୍ରୀଡ଼ା ଅନୁଷ୍ଠାନ ସରକାରୀ କାର୍ଯ୍ୟାଳୟରେ ଏହି ଦିବସ ପାଳନ କରାଯାଇ ଆସୁଛି।  
10.PAK vs BAN Test Series: ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ପାକିସ୍ତାନ ଦଳ ନିରାଶାଜନକ ପରାଜୟର ସମ୍ମୁଖୀନ ହୋଇଥିଲା। ସେବେଠାରୁ ପାକିସ୍ତାନ କ୍ରିକେଟ୍ ଦଳକୁ କଡ଼ା ସମାଲୋଚନା କରାଯାଉଛି। ଟେଷ୍ଟ କ୍ରିକେଟରେ ପାକିସ୍ତାନ ଦଳ ପ୍ରଥମ ଥର ପାଇଁ ବାଂଲାଦେଶ ଠାରୁ ହାରିଥିଲା। ପାକିସ୍ତାନ ପ୍ରଶଂସକ ଏବଂ କ୍ରିକେଟ୍ ବିଶେଷଜ୍ଞମାନେ ଏହାକୁ ନେଇ ରାଗିଛନ୍ତି। ଏହି ସମୟରେ ପୂର୍ବତନ ଭେଟେରାନ ପାକିସ୍ତାନୀ କ୍ରିକେଟର ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଭାରତୀୟ କ୍ରିକେଟ୍ କପି କରିବାକୁ ପରାମର୍ଶ ଦେଇଛନ୍ତି। ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତି ଅଲି ଖେଳାଳିଙ୍କ ଏକ ବୃହତ ପୁଲ ସୃଷ୍ଟି ପାଇଁ ଅଧିକ ରେଡ ବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନେଇ ଭାରତ ପାଖରୁ ଧାରଣା ନେବାକୁ କହିଛନ୍ତି।