Top 10 news: ସଂକ୍ଷେପରେ ପଢ଼ନ୍ତୁ ଆଜି ଦିନର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2472581

Top 10 news: ସଂକ୍ଷେପରେ ପଢ଼ନ୍ତୁ ଆଜି ଦିନର ୧୦ଟି ପ୍ରମୁଖ ଖବର

Top 10 news: ସଂକ୍ଷେପରେ ପଢ଼ନ୍ତୁ ଆଜି ଦିନର ୧୦ଟି ପ୍ରମୁଖ ଖବର

Top 10 news: ସଂକ୍ଷେପରେ ପଢ଼ନ୍ତୁ ଆଜି ଦିନର ୧୦ଟି ପ୍ରମୁଖ ଖବର

1.Bollywood Actor Death: ହିନ୍ଦୀ ଓ ମରାଠୀ ସିନେମାରେ ନିଜର ଅଭିନୟର ଦକ୍ଷତା ଦେଖାଇଥିବା ଅଭିନେତା ଅତୁଲ ପରଚୁରେଙ୍କ ପରଲୋକ ଘଟିଛି। ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ଅତୁଲ ପରଚୁରେ ଗତ କିଛି ବର୍ଷ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସା ପରେ ସେ ମଧ୍ୟ ସୁସ୍ଥ ହୋଇଥିଲେ। ଗମ୍ଭୀର ରୋଗରୁ ସୁସ୍ଥ ହେବା ପରେ ଅତୁଲ ପରଚୁରେ ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଥିଲେ । ସଲମାନ ଖାନଙ୍କ ଫିଲ୍ମ 'ପାର୍ଟନର'ଠାରୁ ଆରମ୍ଭ କରି 'ସଲାମ୍ ଏ ଇସ୍କ', 'ବିଲୁ ବାର୍ବର' ପର୍ଯ୍ୟନ୍ତ ସେ ଅନେକ ବଡ଼ ବଡ଼ ଫିଲ୍ମରେ କାମ କରିଛନ୍ତି। 'କମେଡି ନାଇଟ୍ସ ୱିଥ୍ କପିଲ'ରେ ମଧ୍ୟ ସେ ଲୋକଙ୍କୁ ଖୁବ ହସାଇଥିଲେ । ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

2.Salman Khan Security: ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଏବେ ଅଭିନେତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ଏହି ହତ୍ୟାକାଣ୍ଡ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଦେବା ସହ ସମଗ୍ର ବଲିଉଡରେ ଶୋକର ଛାୟା ଖେଳାଇ ଦେଇଛି। ଏବେ ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତାଙ୍କ ଘର ବାହାରେ ବ୍ୟାରିକେଡ୍ ରହିଛି। ସଲମାନଙ୍କ ଘର ବାହାରେ କିମ୍ବା ଆଖପାଖରେ କୌଣସି ଗାଡିକୁ ଅଟକାଇବାକୁ ଅନୁମତି ଦିଆଯାଉନାହିଁ । ଏହାବ୍ୟତୀତ ସଲମାନ ଖାନଙ୍କ ଘର ବାହାରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ମଧ୍ୟ ମୁତୟନ ଅଛନ୍ତି । 'ଆଜତକ୍'ର ରିପୋର୍ଟ ଅନୁଯାୟୀ, ସଲମାନଙ୍କ ଘର ବାହାରେ ଏକ ଅତିରିକ୍ତ ସୁରକ୍ଷା ଟିମ୍ ମୁତୟନ କରାଯାଇଛି।

3.Srimandira Darshan System: ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ପାଇଁ ଅଭଡା ଯୋଜନାରେ ରାମ୍ପ ଓ ବ୍ୟାରିକେଡ କରାଯିବ। ସେଥିପାଇଁ ଓ ବି ସି ସି(OBCC) ଦ୍ବାରା ପ୍ରସ୍ତୁତ ହୋଇଛି ଏକ ସ୍ୱତନ୍ତ୍ର ଡାଏଗ୍ରାମ୍। ଯାହା ଛତିଶା ନିଯୋଗ ବୈଠକରେ ସର୍ବସମ୍ମତ କ୍ରମେ ସ୍ବାଗତ କରାଯାଇଥିଲା। ଆଗାମୀ କାର୍ତ୍ତିକ ମାସ ପରେ ଏହି ରାମ୍ପ ଓ ବ୍ୟାରିକେଡ ବ୍ୟବସ୍ଥା କରାଯିବ। ମହିଳା ଭକ୍ତ, ଦିବ୍ଯାଙ୍ଗ, ବୟୋବୃଦ୍ଧ ଓ କୁନି କୁନି ପିଲାଙ୍କ ପାଇ ସ୍ବତନ୍ତ୍ର ଧାଡିରେ ବ୍ୟବସ୍ଥା କରାଯିବ ସମସ୍ତ ଭକ୍ତ ସାତପାହାଚ ବାଟରେ ପ୍ରବେଶ କରି ଦର୍ଶନ କରିବା ପରେ ଘଣ୍ଟି ଦ୍ବାରରେ ପ୍ରସ୍ଥାନ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

4.Uddhav Thackeray Health News:  ଶିବସେନା ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ପ୍ରି-ପ୍ଲାନ ଚିକିତ୍ସା ପାଇଁ ସେ ଆଜି ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ତାଙ୍କ ପୁଅ ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ଆଦିତ୍ୟ ଠାକରେ ତାଙ୍କ ସମର୍ଥକଙ୍କୁ ଉଦ୍ଧବ ଠାକରେଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସୂଚନା ଦେଇଛନ୍ତି।

5.DA hike before Diwali:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିବା ଧାରା ଜାରି ରଖିଛନ୍ତି। ବିଭିନ୍ନ ସ୍ଥାନକୁ ଗସ୍ତ ସମୟରେ ମଧ୍ୟ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ତିନିଦିନିଆ କେନ୍ଦୁଝର ଗସ୍ତର ଶେଷ ଦିନରେ କେନ୍ଦୁଝର ସର୍କିଟ ହାଉସ ଓ ମଣ୍ଡୁଆ ସ୍ଥିତ ଅଭିଯୋଗ ଶୁଣାଣି କ୍ୟାମ୍ପ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କର ଅଭିଯୋଗ ପତ୍ର ଗ୍ରହଣ କରିବା ସହିତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। 

6.Odisha News: : ଜଣାଶୁଣା ଲେଖକ ତଥା ଉଦ୍ୟୋଗୀ ଶୁଭ୍ରାଂଶୁ ପଣ୍ଡା ରୁଷିଆର ରାଜଧାନୀ ମସ୍କୋଠାରେ ହେବାକୁ ଥିବା 'ବ୍ରିକ୍ସ ବିଜିନେସ୍‌ ଫୋରମ୍‌ ୨୦୨୪'ରେ ଯୋଗଦେବେ। ଅନ୍ୟତମ ବ୍ରିକ୍ସ ରାଷ୍ଟ୍ର ଭାରତରୁ ଏକ ୩୮ ଜଣିଆ ଯୁବ ଉଦ୍ୟୋଗୀ ଦଳ ଏହି ସମ୍ମିଳନୀରେ ଯୋଗଦେଉଥିବା ବେଳେ ଏଥିରେ ଓଡ଼ିଶାରୁ ଶ୍ରୀ ପଣ୍ଡା ସାମିଲ ଅଛନ୍ତି। ଓଡ଼ିଶାରେ ପ୍ରକାଶନ ବ୍ୟବସାୟକୁ ଏକ ଶିଳ୍ପରେ ପରିଣତ କରିବା ଲକ୍ଷ୍ୟରେ ୨୦୧୭ ମସିହାରେ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଏକ ଷ୍ଟାର୍ଟଅପ୍‌ କମ୍ପାନୀ ଆରମ୍ଭ କରିଥିବା ଶ୍ରୀ ପଣ୍ଡା ନିଜର କାହାଣୀ ଓ ଉପନ୍ୟାସ ପାଇଁ ମଧ୍ୟ ବେଶ୍‌ ପରିଚିତ।

7. Srimandira: ଆସନ୍ତା ୧୬ ତାରିଖ ଅର୍ଥାତ ବୁଧବାର ଦିନ ୪ ଘଣ୍ଟା ଲାଗି ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଶାସନ କହିଛି ଏହିଦିନ ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଏହି ଦିନ ଆଶ୍ୱିନ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ପଡ଼ୁଛି। କୁମାର ପୂର୍ଣ୍ଣମୀକୁ ଆଖିରେ ରଖି ଶ୍ରୀ ଜିଉଙ୍କ ପାରମ୍ପରିକ ବନକଲାଗି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି। ଏଣୁ ସାଧାରଣଙ୍କ ଦର୍ଶନ ସମୟରେ ଏହି ନୀତି ପାଳନ କରି ହେବ ନାହିଁ। ପୁଣି ଏହା ଏକ ବିଳମ୍ବିତ ନୀତି ହୋଇଥିବାରୁ ଏଥିଲାଗି ୪ ଘଣ୍ଟା ସମୟ ଲାଗିବ।

8.SCO Sumiit: ମଙ୍ଗଳବାର ସନ୍ଧ୍ୟାରେ ପାକିସ୍ତାନ ମାଟିରେ ପାଦ ଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । SCO ବୈଠକରେ ଯୋଗ ପାଇଁ ଜୟଶଙ୍କର ପାକିସ୍ତାନ ଗସ୍ତ କରୁଛନ୍ତି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ମଧ୍ୟ ବୈଦେଶିକ ମନ୍ତ୍ରୀ ଯୋଗଦେବେ। ଏହି ରାତ୍ରୀ ଭୋଜନରେ ସଭାରେ ଭାଗ ନେବାକୁ ଆସୁଥିବା ସମସ୍ତ ପ୍ରତିନିଧୀମାନେ ଯୋଗ ଦେବେ । ତେବେ ଏସସିଓ କାର୍ଯ୍ୟକ୍ରମ ସମୟରେ ଉଭୟ ପକ୍ଷ କୌଣସି ଆନୁଷ୍ଠାନିକ ଦ୍ୱିପାକ୍ଷିକ ବୌଠକକୁ ଅସ୍ୱୀକାର କରିଛନ୍ତି।

9.Srimandir: ଶ୍ରୀମନ୍ଦିରରେ ଏଣିକି ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯିବ। ଭକ୍ତଙ୍କ ଆବେଗକୁ ଆଖିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିନେଇ ସରକାର କୌଣସି ଖର୍ଚ୍ଚ କରିବେ ନାହିଁ, ବରଂ ବଦାନ୍ୟ ଲୋକଙ୍କଠୁ ଏନେଇ ଦାନ ସଂଗ୍ରହ କରାଯିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିନେଇ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସମ୍ଭରାବନା ଦର୍ଶାଇଛନ୍ତି ରାଜ୍ୟ ସରକାର। 

10.Karma Film Collection: ରୂପେଲି ପରଦାରେ ଝଡ଼ ସୃଷ୍ଟି କରିଛି ଫିଲ୍ମ କର୍ମ। ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା କର୍ମ କର୍ମ କର୍ମ। ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଲିଉଡ ଫିଲ୍ମ ‘କର୍ମ’ ପ୍ରଥମ ଦିନରୁ ହିଁ ଜବରଦସ୍ତ ଇନକମ କରି ସାରା ଓଡ଼ିଶା ନୁହେଁ ବାହାର ରାଜ୍ୟକୁ ବି ଚକିତ କରିଛି। କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ ବି କର୍ମ ଫିଲ୍ମର କ୍ରେଜ୍ ଦେଖିବାକୁ ମିଳିଛି। ବିଭିନ୍ନ ହଲରେ ରିଲିଜ ସହ ଗୋଟିଏ ପରେ  ଗୋଟିଏ ରେକର୍ଡ ବି କରିବାରେ ଲାଗିଛି ଫିଲ୍ମ କର୍ମ। ତେବେ ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ଅନୁଭବ ମହାନ୍ତିଙ୍କ ଅଭିନୀତ ଏହି ଫିଲ୍ମ କେତେ ଇନକମ କଲାଣି।