Top 10 News Today: Top 10 News: ଆଜିଠୁ ପ୍ରବାସୀ ଭାରତୀୟ ସମ୍ମିଳନୀ, ଆଜି ଆସିବେ ପ୍ରଧାନମନ୍ତ୍ରୀ, ଓ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2592313

Top 10 News Today: Top 10 News: ଆଜିଠୁ ପ୍ରବାସୀ ଭାରତୀୟ ସମ୍ମିଳନୀ, ଆଜି ଆସିବେ ପ୍ରଧାନମନ୍ତ୍ରୀ, ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: Top 10 News: ଆଜିଠୁ ପ୍ରବାସୀ ଭାରତୀୟ ସମ୍ମିଳନୀ, ଆଜି ଆସିବେ ପ୍ରଧାନମନ୍ତ୍ରୀ, ଓ ସକାଳର ୧୦ ବଡ଼ ଖବର

ଆଜିଠୁ ପ୍ରବାସୀ ଭାରତୀୟ ସମ୍ମେଳନ
ଆଜିଠୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ସମ୍ମେଳନ। ପ୍ରବାସୀଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଜନତା ମଇଦାନ। ଆଜି ଯୁବ ସମାବେଶରୁ ଆରମ୍ଭ ହେବ ୩ ଦିନିଆ ସମ୍ମିଳନୀ। ଯାହାକୁ ସମ୍ବୋଧନ କରିବେ ବୈଦେଶିକ ବ୍ୟାପାର ଏବଂ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ପରେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ସମ୍ଭାବନା ନେଇ ହେବ ଆଲୋଚନା। ଆସନ୍ତାକାଲି ଆନୁଷ୍ଠାନିକ ଭାବେ ସମ୍ମେଳନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ବିକଶିତ ଭାରତ ୨୦୪୭ ସଂପର୍କରେ ପ୍ରବାସୀଙ୍କ ସହ ଆଲୋଚନା କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ
ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ। ଆସନ୍ତାକାଲି ଜନତା ମୈଦାନରେ ପ୍ରବାସୀ ଭାରତୀୟ ସମ୍ମେଳନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ମୋଦି। ଆସିବା ଆଗରୁ ପ୍ରଧାନମନ୍ତ୍ରୀ ସୋଶାଲ ମିଡ଼ିଆ ଏକ୍ସରେ ଏ ନେଇ ସୂଚନା ଦେଇଛନ୍ତି। ପ୍ରବାସୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଜନତା ମୈଦାନ। ରାଜଧାନୀରେ ଜମିଲାଣି ଭିଭିଆଇପିଙ୍କ ଭିଡ଼ । ପ୍ରାୟ ୭୦ରୁ ଅଧିକ ଦେଶରୁ ଭୁବନେଶ୍ୱରକୁ ଛୁଟି ଆସିଛନ୍ତି ମୂଳ ଭାରତୀୟ ନାଗରିକ। ପ୍ରବାସୀଙ୍କ ଆତିଥ୍ୟ ପାଇଁ ପୂରା ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର। ସେମାନଙ୍କ ମନୋରଞ୍ଜନ ନିମନ୍ତେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ଭିନ୍ନ ଭିନ୍ନ ଇଭେଣ୍ଟର ଆୟୋଜନ ହୋଇଛି। ସବୁରି ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି ଆଉ ପରମ୍ପରା ପ୍ରସାର କରିବା ହେଉଛି ମୂଳ ଉଦ୍ଦେଶ୍ୟ।

ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ
ଭି ନାରାୟଣନ ହେବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ନୂଆ ଅଧ୍ୟକ୍ଷ। ଇସ୍ରୋ ଅଧ୍ୟକ୍ଷ ତଥା ଅନ୍ତରୀକ୍ଷ ବିଭାଗ ସଚିବ ଭାବେ ତାଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ଆସନ୍ତା ୧୪ ତାରିଖରେ ସେ ଇସ୍ରୋର ବର୍ତ୍ତମାନ ଅଧ୍ୟକ୍ଷ ଏସ୍. ସୋମନାଥଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ଏ ନେଇ ସୂଚନା ଜାରି କରିଛି। ୨ ବର୍ଷ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ଭି ନାରାୟଣନଙ୍କ ପଖରେ ପ୍ରାୟ ୪ ଦଶନ୍ଧିର ଅନୁଭବ ରହିଛି। ସେ ଭାରତୀୟ ଅନ୍ତରୀକ୍ଷ ସଂଗଠନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଆସିଛନ୍ତି।

ଚାଷୀଙ୍କୁ କ୍ଷତିପୂରଣ ନେଇ ବଡ଼ ବୟାନ ଦେଲେ ରାଜସ୍ୱ ମନ୍ତ୍ରୀ
ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆସନ୍ତା ୪-୫ଦିନ ମଧ୍ୟରେ କ୍ଷତିପୂରଣ ରାଶି ମିଳିବ। ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟ ଆଧାରରେ ରାଜ୍ୟ ସରକାର ୨୯୨.୫୯କୋଟି ଟଙ୍କା କ୍ଷତିପୂରଣ ରାଶି  ମଞ୍ଜୁର କରିଛନ୍ତି। ଏହି କ୍ଷତିପୂରଣ ଟଙ୍କା ଜାନୁୟାରୀ ୩ତାରିଖରେ ଜିଲ୍ଲାପାଳମାନଙ୍କୁ ଅନଲାଇନରେ ଟ୍ରାନ୍ସଫର କରାଯାଇଛି। ସେମାନେ କ୍ଷତିଗ୍ରସ୍ତ ଚାଷୀଙ୍କ ଡାଟାବେସ୍ ଦେଖି ତହସିଲଦାର ଓ ରାଜସ୍ୱ ଅଧିକାରୀଙ୍କ ସହଯୋଗରେ ରିଲିଫ କୋଡ୍ ଆଧାରରେ ଏହି କ୍ଷତିପୂରଣ ରାଶି ପ୍ରଦାନ କରିବେ । ଆଜି ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ।

ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ ସାବ୍ୟସ୍ତ
ଚାକିରି ନାଁରେ ଠକେଇ ନେଇ ସାଂସଦ ପ୍ରଦୀପ ପାଣିଗ୍ରହୀଙ୍କ ନାଁରେ ରୁଜୁ ହୋଇଥିବା ୨ ମାମଲାର ବିଚାର ସରି ରାୟ ପ୍ରକାଶ ପାଇଛି। ଏହି ଦୁଇଟି ମାମଲାରେ ସାଂସଦ ପାଣିଗ୍ରାହୀଙ୍କ ସମେତ ଆଇଏଏଫ୍‍ଏସ୍‍ ଅଭିୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ନିର୍ଦ୍ଦୋଷ ସାବ୍ୟସ୍ତ କରାଯାଇଛି। ଗଞ୍ଜାମ ଗ୍ରାମାଞ୍ଚଳ ଜେଏମ୍‍ଏଫ୍‍ସି ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ଏହି ରାୟ ପ୍ରଦାନ କରିଛନ୍ତି। 

ଏଚଏମପିଭିକୁ ନେଇ ବିଚଳିତ ହେବାର ଆବଶ୍ୟକ ନାହିଁ: ମନ୍ତ୍ରୀ
ଦେଶରେ ଏଚମପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏଯାଏଁ କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ନାହିଁ। ଏଣୁ ଏହାକୁ ନେଇ ଆଦୌ ଆତଙ୍କିତ ନହେବାକୁ  ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି । ଅପରପକ୍ଷେ ରାଜ୍ୟ ସରକାର ଏ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଶ୍ରୀ ମହାଲିଙ୍ଗ କହିଛନ୍ତି।

୧୪୮ଜଣ ଓଏଏସ୍ ଅଫିସରଙ୍କ ବଦଳି, ୬୯ ବ୍ଲକରେ ନୂଆ ବିଡିଓ
ରାଜ୍ୟ ସରକାର ଆଜି ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି । ଏଥିରେ ୬୯ଟି ବ୍ଲକରେ ନୂଆ ବିଡିଓଙ୍କୁ ଅବସ୍ଥାପିତ କରିଥିବାବେଳେ ବହୁ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କର ମଧ୍ୟ ବଦଳି ହୋଇଛି । ଆଜି ମଙ୍ଗଳବାର ଏନେଇ ସାଧାରଣ ପ୍ରଶାସନ ବିଭାଗ, ପଂଚାୟତିରାଜ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି ହୋଇଛି ।

ଅଜିତ କୁମାରଙ୍କ ଭୟଙ୍କର କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଜୀବନ
ତାମିଲ ଅଭିନେତା ଅଜିତ କୁମାରଙ୍କର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦୀର୍ଘ ବର୍ଷ ପରେ ନିଜ ପୁରୁଣା ରେସିଂ କ୍ୟାରିୟରକୁ ଫେରିଥିବା ଅଜିତ ଦୁବାଇରେ ୨୪ ଆୱାର ରେସ୍ ୨୦୨୫ରେ ଭାଗ ନେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ଦୁବାଇ ଗ୍ରାଣ୍ଡ ଫିକ୍ସ ଅଭ୍ୟାସ ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ସୌଭାଗ୍ୟ ବଶତଃ ତାଙ୍କର ବିଶେଷ କିଛି କ୍ଷତି ହୋଇନାହିଁ। 

ତିବ୍ବତରେ ଭୟଙ୍କର ଭୂମିକମ୍ପ
ମଙ୍ଗଳବାର ସକାଳେ ନେପାଳ ଓ ତିବ୍ଦତ ସୀମାରେ ହୋଇଥିବା ଭୟଙ୍କର ଭୂମିକମ୍ପ ଝଟ୍‌କାରେ ଯାଇଛି ଶତାଧିକ ଜୀବନ। ଏହି ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ, ଯାହାର ପ୍ରଭାବ ଭାରତର ୩ ରାଜ୍ୟରେ ପଡିଥିଲା । ଏହି ପ୍ରଚଣ୍ଡ ଭୁମିକମ୍ପରେ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ଜୀବନ ଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୬.୮ ରେକର୍ଡ କରାଯାଇଥିଲା। ଏହି ଭୂକମ୍ପ ପରେ ୯ ଘଣ୍ଟା ମଧ୍ୟରେ ପ୍ରାୟ ୧୫୦ ଥର କମ୍ପନ ରେକର୍ଡ କରାଯାଇଥିଲା। ଆଜି, ଜାନୁଆରୀ ୮ ତାରିଖ ସକାଳେ ପୁଣିଥରେ ତିବ୍ଦତରେ ୪.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି। 

ରାଜଧାନୀରୁ ହାଇପ୍ରୋଫାଇଲ ଠକ ଦମ୍ପତି ଗିରଫ ଘଟଣା
ରାଜଧାନୀରୁ ହାଇପ୍ରୋଫାଇଲ ଠକ ଦମ୍ପତି ଗିରଫ ଘଟଣା । ଅଭିଯୁକ୍ତ ଅନିଲ ମହାନ୍ତି ଏବଂ ହଂସିତାଙ୍କ କମ୍ପାନୀ ଉପରେ ଆୟକର ବିଭାଗର ରେଡ୍ । ଏକାସାଙ୍ଗେ ୧୦ଟି ସ୍ଥାନରେ ରେଡ୍‌ କରିବା ସହ ବିଭିନ୍ନ କାଜଗପତ୍ର ଏବଂ ଆକାଉଣ୍ଟ ଟ୍ରାଞ୍ଜାକ୍ସନର ଯାଞ୍ଚ ମଧ୍ୟ କରୁଛି ଆୟକର ଟିମ୍‌ । ଠକେଇ ଅଭିଯୋଗରେ ଅନିଲ ଓ ହଂସିତା ଗିରଫ ଖବର ଅନୁଯାୟୀ, ମଙ୍ଗଳବାର ଦିନ ଠକ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତିଙ୍କ ଘରେ ଆୟକର ଟିମ୍‌ ପକ୍ଷରୁ ଚଢାଉ ହୋଇଛି ।