Top 10 news: ସଂକ୍ଷେପରେ ପଢ଼ନ୍ତୁ ଆଜି ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2471528

Top 10 news: ସଂକ୍ଷେପରେ ପଢ଼ନ୍ତୁ ଆଜି ସକାଳର ୧୦ଟି ପ୍ରମୁଖ ଖବର

Top 10 news: ସଂକ୍ଷେପରେ ପଢ଼ନ୍ତୁ ଆଜି ସକାଳର ୧୦ଟି ପ୍ରମୁଖ ଖବର

Top 10 news: ସଂକ୍ଷେପରେ ପଢ଼ନ୍ତୁ ଆଜି ସକାଳର ୧୦ଟି ପ୍ରମୁଖ ଖବର

Top 10 News Today

Headlines 01. ଆଜି ଭସାଣୀ ଉତ୍ସବ। ରାଜ୍ୟର ବିଭିନ୍ନ ସ୍ଥାନରେ ମୃଣ୍ମୟୀ ଦୁର୍ଗା ମୂର୍ତ୍ତିଙ୍କୁ ବିଦାୟ ଦେବାର ପର୍ବ। ଏଥିଲାଗି ଭୁବନେଶ୍ୱର ଏବଂ କଟକରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। କଟକ-ଭୁବନେଶ୍ୱର ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ଭୁବନେଶ୍ୱରର ଜନପଥକୁ ଅପରାହ୍ଣ ୪ଟା ପରେ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ। ଏହି କଟକଣା ଭଣାଣ ଉତ୍ସବକୁ ସୁରୁଖୁର କରିବା ଲାଗି ଉଦ୍ଦିଷ୍ଟ। ଏହାଛଡ଼ି ଖୋର୍ଦ୍ଧା ପଟୁ ଆସୁଥିବା ଗାଡ଼ିକୁ ସିଆର୍‍ପି ଛକରୁ ଦିଗ ବଦଳାଇବାକୁ ହେବ। ନୟାପଲ୍ଲୀ ଏବଂ ଶହୀଦ ନଗର ଦୁଇଟି ପ୍ରମୁଖ ମିଳନ ପଡ଼ିଆ ହୋଇଥିବାରୁ ଏହିପରି ଆୟୋଜନ କରାଯାଇଛି।
 
Headlines 02. ପୁରୀରେ ସ୍ୱତନ୍ତ୍ର ଭାବେ ଆଜି ଗୋସାଣୀ ଯାତ ଅନୁଷ୍ଠିତ ହେବ। ବିଭିନ୍ନ ସାହି ଓ ଆଖଡ଼ାରେ ପୂଜିତ ଦୁର୍ଗା ମୂର୍ତ୍ତିଙ୍କୁ ସିଂହଦ୍ୱାର ସମ୍ମୁଖକୁ ପାରମ୍ପରିକ ଭାବେ ଅଣାଯିବ। ଏହିଠାରେ ଭଳିକି ଭଳି ମୂର୍ତ୍ତି ଓ ସାଜସଜ୍ଜାକୁ ସର୍ବସାଧାରଣଙ୍କ ଶେଷ ଦର୍ଶନ ଲାଗି ଉନ୍ମୁକ୍ତ କରାଯିବ। ଏହାପରେ ବିଳମ୍ବିତ ରାତିରେ ଗୋସାଣୀଙ୍କୁ ବିଦାୟ ଦିଆଯିବ। 

Headlines 03. ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତଳେ ସୁଡ଼ଙ୍ଗ ବା ଅନ୍ୟ କୌଣସି ଢାଞ୍ଚା ଥିବା ନେଇ ଆସିଥିବା ସନ୍ଦେହ ଖୁବ୍‍ଶୀଘ୍ର ଦୂର ହେବାକୁ ଯାଉଛି। କାରଣ ଏନେଇ ଭାରତର ପ୍ରତ୍ନତାତ୍ୱିକ ସଂସ୍ଥା ଦ୍ୱାରା ହୋଇଥିବା ସର୍ବେକ୍ଷଣ ରିପୋର୍ଟ ଦୁଇତିନି ଦିନ ଭିତରେ ଆସିବାକୁ ଯାଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ରିପୋର୍ଟରେ ଯଦି କୌଣସି ଢାଞ୍ଚା ଥିବା ନେଇ ତଥ୍ୟ ଆସେ ତେବେ ତାହାର ଉଦ୍ଧାର ଲାଗି ସରକାର ନିଷ୍ପତ୍ତି ନେବେ। ନହେଲେ ଏଏସ୍‍ଆଇ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ରତ୍ନ ଭଣ୍ଡାରର ମରାମତି କରିବେ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ। 

Headlines 04. ଶ୍ରୀମନ୍ଦିରରେ ଏଣିକି ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯିବ। ଭକ୍ତଙ୍କ ଆବେଗକୁ ଆଖିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏଥିନେଇ ସରକାର କୌଣସି ଖର୍ଚ୍ଚ କରିବେ ନାହିଁ, ବରଂ ବଦାନ୍ୟ ଲୋକଙ୍କଠୁ ଏନେଇ ଦାନ ସଂଗ୍ରହ କରାଯିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିନେଇ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସମ୍ଭରାବନା ଦର୍ଶାଇଛନ୍ତି ରାଜ୍ୟ ସରକାର। 

Headlines 05. ଦକ୍ଷିଣ ପଶ୍ଚିମ ମୌସୁମର ବାୟୁ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିଛି। ଏହା ଓଡ଼ିଶାରୁ ଏ ବର୍ଷ ଲାଗି ବର୍ଷାଋତୁର ଅନ୍ତକୁ ଦର୍ଶାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ସାଧାରଣତଃ ସେପ୍ଟେମ୍ବର ଶେଷରେ ଏହି ପ୍ରତ୍ୟାବର୍ତ୍ତନ ହୋଇଥାଏ। ଏଥର ୧୫ ଦିନ ବିଳମ୍ବ ହୋଇଛି। ମୌସୁମୀ ଫେରିବା ପରେ ରାଜ୍ୟର ଆକାଶ ନିର୍ମଳ ରହିବ ଏବଂ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି। 

Headlines 06. ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ କଂଗ୍ରେସ-ନ୍ୟାସନାଲ୍‍ କନ୍‍ଫରେନ୍ସ ସରକାର ଗଠନ କରିବାକୁ ଦୃଢୋକ୍ତି ଦେବା ପରେ ରାଷ୍ଟ୍ରପତି ଶାସନକୁ ଅପସାରଣ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏନେଇ ଆବଶ୍ୟକ ବିଜ୍ଞପ୍ତି ଜାରି ରହିଛନ୍ତି। ଏହାଦ୍ୱାରା ଓମାର ଅବଦୁଲ୍ଲାଙ୍କ ନେତୃତ୍ୱରେ ନିର୍ବରଚିତ ସରକାରର ଶାସନ ଆରମ୍ଭ ହେବ। ୨୦୧୯ ମସିହାରୁ ଏଠାରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। 

Headlines 07. ମହାରାଷ୍ଟ୍ରରେ ଅଜିତ ପାଓ୍ୱାରଙ୍କ ନେତୃତ୍ୱଧୀନ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ନେତା ବାବା ସିଦ୍ଦିକୀଙ୍କ ହତ୍ୟା ପଛରେ ତୃତୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୁଲିସ। ତାଙ୍କ ନାଁ ପ୍ରବୀଣ ଲୋଙ୍କାର ଏବଂ ତାଙ୍କ ବୟସ ୨୮ ବର୍ଷ। ସେ ଅନ୍ୟ ଦୁଇ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ନିଯୁକ୍ତ କରିଥିବା ଅଭିଯୋଗ ହୋଇଛି। ଏହି ଦୁଇ ଅଭିଯୁକ୍ତ ହେଲେ ଧର୍ମରାଜ କାଶ୍ୟପ ଏବଂ ଶିବକୁମାର ଗୌତମ। ଅନ୍ୟ ଜଣେ ଆସାମୀ ଫେରାର ଥିବା ପୁଲିସ କହିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏଏହି ହତ୍ୟାକାଣ୍ଡ ପଛରେ ଥିବା ଦାବି କରିଛି। 

Headlines 08. ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ତୃତୀୟଥର ପାଇଁ ହତ୍ୟା ଉଦ୍ୟମ ହୋଇଛି। କାଲିଫର୍ଣ୍ଣିଆଠାରେ ଆୟୋଜିତ  ନିର୍ବାଚନୀ ଶୋଭାଯାତ୍ରାରେ ସେ ଯୋଗ ଦେଇଥିବା ବେଳେ ତାଙ୍କୁ ହତ୍ୟା କରିବା ପାଇଁ ନିୟୋଜିତ ଜଣେ ବନ୍ଧୁକଧାରୀ ଯୁବକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଏହି ଯୁବକଙ୍କ ବୟସ ୪୯ ବର୍ଷ ଏବଂ ତାଙ୍କ ନାଁ ଭେମ ମିଲର ବୋଲି ପୁଲିସ କହିଛି। 

Headlines 09. ଆସନ୍ତା କାଲି ଭାରତର ବିଦେଶ ମନ୍ତ୍ରୀ ଏସ୍‍ ଜୟଶଙ୍କର ପାକିସ୍ତାନ ଗସ୍ତରେ ଯାଇପାରନ୍ତି। ସାଙ୍ଘାଇ ସହଯୋଗ ସଂସ୍ଥାନ (ଏସ୍‍ସିଓ) ବୈଠକରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେ ମଧ୍ୟ ପାକ୍‍ ପ୍ରଧାନମନ୍ତ୍ରୀ ଶେହେଓ୍ୱାଜ୍‍ ଶରିଫଙ୍କ ଦ୍ୱାରା ଆୟୋଜିତ ନୈଶ୍ୟ ଭୋଜିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। କିନ୍ତୁ କୌଣସି ଦ୍ୱିପାକ୍ଷିକ କଥାବାର୍ତ୍ତା ନେଇ ଉଭୟ ପକ୍ଷରୁ ସୂଚନା ଦିଆଯାଇ ନାହିଁ। ଗତ ଦଶନ୍ଧି ଭିତରେ କୌଣସି ଭାରତୀୟ ବିଦେଶ ମନ୍ତ୍ରୀ ପାକିସ୍ତାନ ଗସ୍ତରେ ଆସି ନାହାନ୍ତି। 

Headlines 10. ଆନ୍ଧ୍ରପ୍ରଦେଶରେ ଖୋଲିବ ଦେଶର ଆଉ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟି। ଏଠାରେ ଭୂ ପୃଷ୍ଠରୁ ଆକାଶକୁ କ୍ଷେପଣ କରାଯାଇପାରୁଥିବା କ୍ଷେପଣାସ୍ତ୍ର ସହ ଅନ୍ୟ ଯୁଦ୍ଧପୋତର ପରୀକ୍ଷଣ କରାଯିବ। ଡିଆର୍‍ଡିଓ ପକ୍ଷରୁ ଏହି ପ୍ରସ୍ତାବକୁ ସରକାରଙ୍କ ପ୍ରତିରକ୍ଷା ବ୍ୟାପାର କ୍ୟାବିନେଟ କମିଟି ଅନୁମୋଦନ କରିଛନ୍ତି।

Also Read- Today Horoscope: ଆଜି ମେଷ -ମିଥୁନ ସହ ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର