Top 10 News Headlines: ରାଜ୍ୟରେ ଅଛନ୍ତି ଅନେକ 'ଭୂତ ଚାଷୀ'। ଏହାର ସୂଚନା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 27 December 2024: H1. Odisha State Law Commission Formed: ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି ରାଜ୍ୟ ବିଧି ଆୟୋଗ ବା ଲ’ କମିଶନ। ଏନେଇ ରାଜ୍ୟ ସରକାରଙ୍କ ବିଧି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ରାଜ୍ୟପାଳଙ୍କ ଆଦେଶକ୍ରମେ ଗଠନ କରାଯାଇଥିବା ଏହି କମିଶନରେ ଅଧ୍ୟକ୍ଷଙ୍କୁ ମିଶାଇ ସମୁଦାୟ ୬ ଜଣ ସଦସ୍ୟ ରହିଛନ୍ତି।
H2. Minister Krushna Chandra Patra On Ghost farmers: ରାଜ୍ୟରେ ଅଛନ୍ତି ଅନେକ 'ଭୂତ ଚାଷୀ'। ଏହାର ସୂଚନା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଛନ୍ତି। ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ରାସନ କାର୍ଡ ଭଳି ରାଜ୍ୟରେ ଭୂତ ଚାଷୀ ରହିଛନ୍ତି। କିଛି ଲୋକ ଚାଷ ନକରି ଚାଷୀଙ୍କୁ ମିଳୁଥିବା ସରକାରୀ ସହାୟତା ହଡପ କରିବା ଉଦ୍ଦେଶ୍ୟରେ ରେଜିଷ୍ଟ୍ରେସନ କରିଛନ୍ତି। ପ୍ରକୃତ ଚାଷୀଙ୍କ ବାବଦରେ ଜାଣିବା ପାଇଁ ଆଉଥରେ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ ଆରମ୍ଭ କରିଛନ୍ତି।"
H3. BJD to protest on January 6 against price hike: ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦରଦାମ ବୃଦ୍ଧି ବିରୋଧରେ ବିଜୁ ଜନତା ଦଳ ତରଫରୁ ଆସନ୍ତା ଜାନୁଆରୀ ୬ ତାରିଖରେ ଗଣବିକ୍ଷୋଭ ଆୟୋଜନ କରାଯାଇଛି। ଏଥିନେଇ ଦଳ ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା।
H4. CS Manoj Ahuja's service period extended: ମନୋଜ ଓଡ଼ିଶା ଫେରିବା ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଗତ ୨୫ ତାରିଖରେ କ୍ୟାବିନେଟ୍ର ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଇଥିଲା। ଏଥିସହିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମନୋଜ ଆସନ୍ତା ଡିସେମ୍ବରରେ ଅବସର ନେବାର ଥିବା ବେଳେ ସରକାର ଆଉ ଏକ ବର୍ଷ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି।
H5. Junagarh PS in Vigilance net: ଭିଜିଲାନ୍ସ ଜାଲରେ ଜୁନାଗଡ଼ ଥାନା ଏ ଏସ ଆଇ ମୁକୁନ୍ଦ ଖେମୁଣ୍ଡୁ। ଗୋଇରାପଦର ଗାଁର ପ୍ରଭା ପୂଜାରୀଙ୍କ ଠାରୁ ଏକ ମାମଲା ରଫାଦଫା କରିବା ପାଇଁ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ମାଡ଼ିବସିଥିଲା। ଏ ଏସ ଆଇ ଖେମୁଣ୍ଡୁ ଭିଜିଲାନ୍ସ ଦଳକୁ ଚକମା ଦେଇ ଥାନାରୁ ଚମ୍ପଟ ମାରିଥିଲେ। କିନ୍ତୁ ପରେ ପୁଲିସ ତାଙ୍କୁ ଧରିବାରେ ସଫଳ ହୋଇଛି।
H6. Odisha Weather Update: ରାଜ୍ୟରେ ଶୀତ ସମେତ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ ଉତ୍ତର ଓ ପଶ୍ଚିମ ଓଡି଼ଶାରେ ୨୮ ଓ ୨୯ ତାରିଖରେ ହାଲୁକା ବର୍ଷା ହୋଇପାରେ। ଅନ୍ୟପଟେ ଜାନୁଆରୀ ପ୍ରଥମ ସପ୍ତାହରେ ଆଉ ଏକ ଲଘୁଚାପ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛି।
H7. Manmohan Singh Death Updates: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂ ଆଉ ନାହାଁନ୍ତି। ୨୬ ଡିସେମ୍ବର ୨୦୨୪ ଗୁରୁବାର ଦିନ ରାତି ପ୍ରାୟ ୧୦ଟା ସମୟରେ ସେ ୯୨ ବର୍ଷ ବୟସରେ AIIMS ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ କେନ୍ଦ୍ର ସରକାର ୭ ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଆଜି ଧାର୍ଯ୍ୟ ହୋଇଥିବା ସମସ୍ତ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି। ମନମୋହନ ସିଂଙ୍କ ଶେଷ ରୀତିନୀତି ୨୮ ଡିସେମ୍ୱରରେ ରାଷ୍ଟ୍ରୀୟ ସମ୍ମାନ ସହିତ କରାଯିବ।
H8. India Foreign Exchange Reserves: ଗତ ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ଏକ ବଡ଼ ହ୍ରାସ ଘଟିଛି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ସାତ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଅନୁଯାୟୀ, ୨୦ ଡିସେମ୍ବରରେ ସରିଥିବା ଶେଷ ସପ୍ତାହରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୮.୪୮ ବିଲିୟନ ଡ଼ଲାର ହ୍ରାସ ହଇ ୬୪୪.୩୯ ବିଲିୟନ ଡ଼ଲାରକୁ ହ୍ରାସ ପାଇଛି।
H9. Pakistan Afghanistan Tension: ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ଇରାନ ପରେ ଏବେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି। ଦୁଇ ଦେଶ ମଧ୍ୟରେ ଥିବା ଝଗଡ଼ା ବର୍ତ୍ତମାନ ନିଆଁର ରୂପ ନେବାକୁ ଯାଉଛି। ତାଲିବାନ ୧୫ ହଜାର ଯୋଦ୍ଧା ଏବଂ ପାକିସ୍ତାନୀ ସେନା ସୀମା ଆଡକୁ ଯିବା ଆରମ୍ଭ କରୁଛନ୍ତି। ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ାଇ ଦେଇଛି।
H10. India vs Australia 4th Test: ମେଲବୋର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ ଟେଷ୍ଟ ଖେଳାଯାଉଛି। ଆଜି ମ୍ୟାଚର ଦ୍ୱିତୀୟ ଦିନ ଥିଲା। ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆର ଅର୍ଦ୍ଧେକ ଖେଳାଳି ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଥିଲେ। ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ୩୧୦ ରନ୍ ରେ ପଛରେ ରହିଛି। ଗବା ଟେଷ୍ଟ ଭଳି, ଏବେ ଟିମ୍ ଇଣ୍ଡିଆ ଉପରେ ପୁଣି ଥରେ ଫଲୋଅନ୍ ର ବିପଦ ରହିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ସମସ୍ୟା ଏବେ ବଢୁଥିବା ଦେଖାଯାଉଛି।