Top 10 news Headlines : ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1958802

Top 10 news Headlines : ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

ଚୁଟକିରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ପ୍ରମୁଖ ଖବର।

Top 10 news Headlines : ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର
  1. ୨୧ରେ ଉପବାଚସ୍ପତି ନିର୍ବାଚନ: ଆସନ୍ତା ୨୧ ତାରିଖରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହିଦିନ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାରୁ ସକାଳୁ ସର୍ବସମ୍ମତିକ୍ରମେ କେହି ଜଣେ ଶାସକ ଦଳର ନେତାଙ୍କୁ ଏହି ପଦବୀରେ ଅଧିଷ୍ଠିତ କରାଯାଇପାରେ।  ସାଧାରଣତଃ ସଂଖ୍ୟା ଗରିଷ୍ଠ ଦଳର ସଦସ୍ୟ ହିଁ ଏହି ପଦବୀରେ ଅଧିଷ୍ଠିତ ହୋଇଥାଆନ୍ତି। ୨୦୧୯ ମସିହାରୁ  ଉପ ବାଚସ୍ପତି ପଦରେ ଅଧିଷ୍ଠିତ ହୋଇଥିବା ରଜନୀକାନ୍ତ ସିଂହ ଗତ ୮ ତାରିଖ ଦିନ ଏହି ପଦବୀରୁ ଇସ୍ତଫା ଦେବା ପରେ ଉପବାଚସ୍ପତି ପଦବୀ ଖାଲିପଡ଼ିଛି। 
  2. ଆଜି ଶିଶୁ ଦିବସ: ୧୯୫୨ ମସିହାରେ ନେହରୁଙ୍କ ଜନ୍ମଦିନକୁ ପ୍ରଥମେ ଶିଶୁ ଦିବସ ଭାବେ ପାଳନ କରିବା ଆରମ୍ଭ ହୋଇଥିଲା। ଏହାଦିନ ଦେଶର ବିଭିନ୍ନ ପ୍ରାନ୍ତରେ ଶିଶୁଙ୍କୁ ଏକାଠି କରାଯାଇ ଏ ଦିବସର ତାତ୍ପର୍ଯ୍ୟ ବିଷୟରେ କୁହାଗଲା। ନୂଆଦିଲ୍ଲୀରେ ଥିବା ଜାତୀୟ ଷ୍ଟିଡିୟମରେ ଏଥିନେଇ ପ୍ରାୟ ୫୦ ହଜାର ଶିଶୁ ଏକାଠି ହେଲେ। କିନ୍ତୁ ସରକାରୀ ଭାବେ ଏହି ଦିନକୁ ଶିଶୁ ଦିବସର ମାନ୍ୟତା ଏତେଯାଏ ମିଳି ନଥିଲା। ୧୯୫୭ ମସିହାରେ ଭାରତ ସରକାର ଏଥିନେଇ ପ୍ରଥମ ଘୋଷଣା କରିଲେ। ଡାକ ବିଭାଗ ସ୍ୱଥନ୍ତ୍ର ଡାକ ଟିକଟ ପ୍ରଚଳନ କରିଲେ। ସେହିଦିନଠାରୁ ଆଜି ଯାଏ ଶିଶୁ ଦିବସ ପାଳନ କରାଯାଇ ଆସୁଛି। ବଞ୍ଚିତ ଓ ଅବହେଳିତ ଶିଶୁମାନଙ୍କ ପ୍ରତି ସମ୍ବେଦନଶୀଳ ହେବା, ସେମାନଙ୍କ ପାଇୋ ପାଣ୍ଠି ସୃଷ୍ଟି, ସରକାରୀ ବ୍ୟବସ୍ଥା ଆପଣାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ୨୦୧୮ ମସିହାରେ ଏହି ଦିବସର ତାରିଖ ପରିବର୍ତ୍ତନ କରିବାକୁ ଦାବି ଉଠିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ବାବଦରେ କୌଣସି ନିଷ୍ପତ୍ତି ନେଇ ନଥିଲେ। 
  3. କୋଇଲାଖଣି ନିଲାମ: ଆସନ୍ତା କାଲି ୫ ରାଜ୍ୟର ୩୯ କୋଇଲା ଖଣି ଉତ୍ତୋଳନ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ମୋଦୀ ସରକାରଙ୍କ ଦ୍ୱିତୀୟ  ପାଳିର ଏହା ଶେଷ କୋଇଲା ନିଲାମ ହେବ। କୋଇଲା ନୀତିରେ ସଂସ୍କାର ପରେ ଏହା ହେଉଛି ୮ମ ନିଲାମ ପ୍ରକ୍ରିୟା। ଏଥିରେ ଓଡ଼ିଶାର ସର୍ବାଧିକ ୧୯ଟି ଖଣି ରହିଛି। ସେଥିରୁ ୮ଟି ସମ୍ପୂର୍ଣ୍ଣ ଉନ୍ମୁକ୍ତ ହୋଇଥିବାବେଳେ ୧୧ଟି ଆଂଶିକ ଉନ୍ମୁକ୍ତ ହୋଇଛି। ଜୁନ୍‍ ୧୮, ୨୦୨୦ ମସିହାରେ ପ୍ରଥମଥର ପାଇଁ ସରକାର ବାଣିଜ୍ୟିକ ସ୍ତରରେ କୋଇଲା ଖନନ ପାଇଁ ନୀତିଗତ ନିଷ୍ପତ୍ତି ନେଇଥିଲେ। ଏହିକ୍ରମେ ଭାରତକୁ କୋଇଲା କ୍ଷେତ୍ରରେ ଆତ୍ମ ନିର୍ଭର କରିବା ଲାଗି ୭ଥର ନିଲାମ ଡକାଯାଇ ୯୧ଟି ଖଣି ଘେରାଇ କମ୍ପାନୀକୁ ଖନନ ପାଇଁ ପ୍ରଦାନ କରାଯାଇଛି।  
  4. ଫସିଛନ୍ତି ୫ ଓଡ଼ିଆ: ଉତ୍ତରାଖଣ୍ଡରେ ଟନେଲ୍‍ ଭୁଶୁଡ଼ିବା କାରଣରୁ ଫଶି ରହିଥିବା ୪୦ ଜଣ ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ଏଥିରେ ଓଡ଼ିଶାର ୫ ଜଣ ଶ୍ରମିକ ରହିଛନ୍ତି। ଉଦ୍ଧାରକାରୀ ଦଳ ସେମାନଙ୍କ ସହ ସମ୍ପର୍କ ରକ୍ଷା କରିଛନ୍ତି। ପଡ଼ି ରହିଥିବା ଅବଶେଷକୁ ବାହାର କରିବା ପ୍ରକ୍ରିୟା ଜାରି ରହିଥିବା ସରକାର ସୂତ୍ରରୁ ସୂଚନା ଦିଆଯାଇଛି। ଉତ୍ତର କାଶୀର ବ୍ରହ୍ମଖାଲ ଓ ପୋଲ ଗାଓଁଠାରେ ଜାତୀୟ ରାଜପଥ ଟନେଲ୍‍ ନିର୍ମାଣ କାର୍ଯ୍ୟ ବେଳେ ଏପରି ଦୁର୍ଘଟଣା ଘଟିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ ରକ୍ଷା କରାଯାଇଥିବା ସୂଚନା ଦିଆଯାଇଛି। 
  5. ଆଜିଠୁ ସୁରଭି: ଶିଶୁ ଦିବସ ଅବସରରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆଜିଠାରୁ ଆରମ୍ଭ ହେବ। ତିନିଦିନିଆ ଶିଶୁ ଦିବସ ସମାରୋହ ପାଇଁ ଭୁବନେଶ୍ୱରସ୍ଥିତ ୟୁନିଟ୍‍-୯ ବାଳକ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ସହ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଦର୍ଶନ ପାଇଁ ଷତ୍ଟଲ୍‍ ଖୋଲାଯାଇଛି। ରାଜ୍ୟର ବିଭିନ୍ନ ବ୍ଲକ୍ଣୁ ଆସିଥିବା ପ୍ରାୟ ୨୦୦୦ ଛାତ୍ରଛାତ୍ରୀ ଏଠାରେ ନିଜର ପ୍ରତିଭା ପ୍ରଦର୍ଶନ କରିବେ। 
  6. ପାନଗୁଟଖା ଉପରେ କଟକଣା: ଶ୍ରୀ ଜଗନ୍ନାଥ ମନ୍ଦିରେ ଏଣିକି ପାନ ବା ଗୁଟଖା ଖାଇବାକୁ ବାରଣ କରାଯିବ। ସେବାୟତଙ୍କଠାରୁ ଯାତ୍ରୀ ଓ କର୍ମଚାରୀ ମାନେ ଏଣିକି ଶ୍ରୀମନ୍ଦିର ଭିତରେ ପାନ ବା ଗୁଟଖା ଖାଇପାରିବେ ନାହିଁ। ନୂଆ ବର୍ଷଠାରୁ ଯେତେବଳେ ଶ୍ରୀମନ୍ଦିରେ ଡ୍ରେସ୍‍ କୋଡ୍‍ ଲାଗୁ କରାଯିବ ସେତେବଳେ ଏହି ନିୟମକୁ ମଧ୍ୟ ଲାଗୁ କରାଯିବ ବୋଲି ମୁଖ୍ୟପ୍ରଶାସକ ସଳଚନା ଦେଇଛନ୍ତି। 
  7. ରେଳଡବା ଡିପୋରେ ନିଆଁ: ପୁରୀ ରେଳଷ୍ଟସନ୍‍ନିକଟରେ ଥିବା ରେଳ ଡିବା ଡିପୋରେ ନିଆଁ ଲାଗିଛି।  ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ବଗିଗୁଡ଼ିକର ମରାମତି ସହ ସଫା କରାଯାଉଥିବା ସମୟରେ ଏକ ଏସି ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା। ପରେ ସେହି ନିଆଁ ବ୍ୟାପିବାରେ ଲାଗିଲା। କିଛି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ବଗିଟି ଜଳି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାଯାଇଛି। ୪୦ ମିନିଟର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରାଯାଇଛି। 
  8. ବୋରଓ୍ୱେଲ୍‍ରେ ଖସି ବୃଦ୍ଧାଙ୍କ ମୃତ୍ୟୁ: ସୋନପୁର ଜିଲ୍ଲା ସଦର ବ୍ଲକର କଇୋଫୁଲ ଗାଁରେ ଜଣେ ୮୦ ବର୍ଷୀୟା ମହିଳା ଖସିପଡ଼ିବାରୁ ମୃତ୍ୟୁ ଘଟିଛି। ଗତକାଲି ରାତିରେ ସେ ଏହି ବୋରଓ୍ୱେଲ ଗାତରେ ଖସି ଭୂ ପୃଷ୍ଠରୁ ୨୦ ଫୁଟ ତଳକୁ ଚାଲିଯାଇଥିଲେ। ଆଜି ସକାଳେ ଅଗ୍ନଶମ ବାହିନୀଙ୍କ ଅକ୍ଳାନ୍ତ ଉଦ୍ୟମ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଡାକ୍ତରଖାନାକୁ ନେବା ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ସାପ କାମୁଡ଼ିଥିବା ସୂଚନା ମିଳିଛି। 
  9. ହମାସ ସଂସଦକୁ ଇସ୍ରାଏଲ୍‍ର ଅଧିଗ୍ରହଣ: ପାଲେଷ୍ଟାଇନ୍‍ଠାରେ ୨୦୦୭ ମସିହାରୁ ହମାସ୍‍ ଅଧିନରେ ଥିବା ବିଧାନ କୋଠାକୁ ଇସ୍ରାଏଲଥ୍‍ ଅଧିଗ୍ରହଣ କରିଛି। ଏନେଇ ଏକ ଫଟୋ ସୋଶାଲ ମିଡିଆରେ ଶେୟାର କରାଯାଇଛି। ୩୯ ଦିନର ନିରନ୍ତର ଯୁଦ୍ଧ ପରେ ଇସ୍ରାଏଲ୍‍କୁ ଏହି ସଫଳତା ମିଳିଛି। ଏହି ଯୁଦ୍ଧରେ ୨୩ ଲକ୍ଷରୁ ଅଧିକ ଲୋଗ ବିସ୍ଥାପିତ ହୋଇଥିବା ବେଳେ ୧୧ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ଯାଇଛି। 
  10. ରେମଣ୍ଡ ମାଲିକଙ୍କ ଛାଡ଼ପତ୍ର: ଆଇନଗତ ଭାବେ ନହେଲେବି ରେମଣ୍ଡ ଗ୍ରୁପ୍‍ର ଅଧ୍ୟକ୍ଷ ଗୌତମ ସିଂଙ୍ଘାଣିଆ ତାଙ୍କ ପତ୍ନୀ ନଓ୍ୱାଜ୍‍ ମୋଦୀଙ୍କଠାରୁ ଅଲଗା ହୋଇଛନ୍ତି। ଏନେଇ ସେ ତାଙ୍କ ଟ୍ୱିଟର ହ୍ୟାଣ୍ତଡଲରେ ଛାଡ଼ପତ୍ର ଲେଖିଛନ୍ତି। ଦୀପାବଳି ଦିନ ଗୌତମ ଏକ ପାର୍ଟିରେ ନଓ୍ୱାଜଙ୍କୁ ପ୍ରବେଶ କରାଇ ଦେଇ ନଥିବାରୁ ଭିଡିଓ ଭାଇରାଲ୍‍ ହେବାର କିଛି ଘଣ୍ଟା ପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି ଗୌତମ। ୩୨ ବର୍ଷ ଏକାଠି ରହିବା ପରେ ଏବେ ଦୁହେଁ ଅଲଗା ହୋଇଛନ୍ତି।