Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2453985

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-Bharatpur Case: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି।  ଏହି ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ନିଲମ୍ବିତ ୫ ପୋଲିସ। ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ନିଲମ୍ବିତ ପୋଲିସଙ୍କ ଆବେଦନ  କରିଥିବା ଜଣାପଡିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ରବିବାର ଭରତପୁର ଥାନାର ନିଲମ୍ବିତ ଅଧିକାରୀଙ୍କ ସମେତ ଅନ୍ୟ ଚାରିଜଣ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ନେଇ ଗୁଜରାଟ ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍ ।

2-Berhampur-Jeypore News Expressway: ଫିଟିବ ନୂଆ ଏକ୍ସପ୍ରେସ୍ ଓ୍ବେ। ସିଧା ବ୍ରହ୍ମପୁରରୁ ଜୟପୁର। ଆଉ ୮ କି ୯ ଘଣ୍ଟା ଲାଗିବନି।  ଏଥର ବ୍ରହ୍ମପୁର ଜୟପୁର ସଡକ ପଥ ଯାତ୍ରା ସମୟ ୫ ଘଣ୍ଟାକୁ ଖସି ଆସିବ। ସମ୍ପୁର୍ଣ୍ଣ ନୂଆ ରାସ୍ତା ନିର୍ମାଣ ପାଇଁ  ବିସ୍ତୁତ ଯୋଜନା ପ୍ରସ୍ତୁତ କରିଛି  ପୂର୍ତ୍ତ ବିଭାଗ। ଏହା ଏବେ ଦକ୍ଷିଣ ଓଡିଶାର ନୂଆ ଅର୍ଥନୈତିକ କରିଡ଼ର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ଏ ନୂଆ ସଡ଼କ ସମ୍ପର୍କରେ  କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି।

3-Odisha CM Mohan Majhi Jharkhand Visit: ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗସ୍ତର ପ୍ରଥମ ଦିନରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଆଜି ଚାଇଁବାସାର କୋଲ୍ ହାନ୍ ଯିବେ। ବିଜେପିର ପରିବର୍ତ୍ତନ ଯାତ୍ରାରେ ମୁଖ୍ୟମନ୍ତ୍ରୀ ସାମିଲ୍ ହେବେ। ଅନ୍ୟପଟେ ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ବିଜେପିର ବରିଷ୍ଠ ନେତା, ସାଂସଦ, ବିଧାୟକ ବି ଝାଡ଼ଖଣ୍ଡ ଗସ୍ତରେ ରହିଛନ୍ତି। ଆଜି ଚାଇବାସାରେ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ପରେ ଅପରାହ୍ନ ୪ଟା ୧୦ରେ ରାଞ୍ଚିରୁ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମର ରହିଛି। ଆଗକୁ ଝାଡଖଣ୍ଡ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। 

4-Deputy CM Prabhati Parida: ସବୁଆଡେ ଛତୁଆ ନୁହଁ, ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ, ପିଲାଙ୍କୁ ଖାଦ୍ୟ ଦିଆଯିବ । ଖାସ କରି ଖରାପ ଛତୁଆ ବିଭାଗ ପାଇଁ ସାଜିଛି ମୁଣ୍ଡବ୍ୟଥାର କାରଣ। ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି। ଖରାପମାନର ଛତୁଆକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ଛତୁଆ ବଦଳରେ ଏବେ ମାଣ୍ଡିଆ ଦେବା ପାଇଁ ବିଭାଗ ଚିନ୍ତା କରୁଛନ୍ତି। ସବୁଆଡେ ଛତୁଆ ନୁହଁ, ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ, ପିଲାଙ୍କୁ ଖାଦ୍ୟ ଦିଆଯିବ । ଖାସ କରି ଖରାପ ଛତୁଆ ବିଭାଗ ପାଇଁ ସାଜିଛି ମୁଣ୍ଡବ୍ୟଥାର କାରଣ। ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି। ପୃଷ୍ଟିକର ଛତୁଆ କେମିତି ତିଆରି ହେବ। ସେନେଇ ବିଭାଗ ଆଲୋଚନା କରୁଛି । ଖୁବଶୀଘ୍ର ଏଦିଗରେ କିପରି ପଦକ୍ଷେପ ନିଆଯିବ। ସେନେଇ ମଧ୍ୟ ଆଲୋଚନା ଚାଲିଛି। ଅପପୃଷ୍ଟି ମୁକ୍ତ ଓଡିଶା ଗଠନ କରିବାକୁ ବିଭାଗ ପ୍ରତିଶୃତିବଦ୍ଧ ବୋଲି ପ୍ରଭାତୀ କହିଛନ୍ତି।

5-Jammu Kashmir Election: ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ​​ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶେଷକରି ନିୟନ୍ତ୍ରଣ ରେଖା ନିକଟରେ ଥିବା ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାରାମୁଲ୍ଲା, କୁପୱାରା, ବାନ୍ଦିପୋରା, କାଥୁଆ ଏବଂ ଉଦାମପୁର ପରି ଲାଇନ ଅଫ୍ କଣ୍ଟ୍ରୋଲ୍ ଏବଂ ଆନ୍ତର୍ଜାତୀୟ ସୀମା ନିକଟରେ ଭୋଟ୍ ମଧ୍ୟ ଅନୁଷ୍ଠିତ ହେବ। ପ୍ରାୟ ୩୯.୧୮ ଲକ୍ଷ ଭୋଟର ୪୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ୍ ପାଇବାକୁ ଯୋଗ୍ୟ ଏବଂ ୪୧୫ ଜଣ ପ୍ରାର୍ଥୀ ଏହି ମୈଦାନରେ ଅବତୀର୍ଣ୍ଣ ହୋଇଥାଆନ୍ତି। ଭାରତର ନିର୍ବାଚନ ଆୟୋଗ ୭ଟି ଜିଲ୍ଲାରେ ୨୪୦ଟି ସ୍ୱତନ୍ତ୍ର ମତଦାନ କେନ୍ଦ୍ର ସମେତ ୫୦୬୦ ମତଦାନ କେନ୍ଦ୍ର ସ୍ଥାପନ କରିଛନ୍ତି। 

6-Weather Update: ମୌସୁମୀ ସକ୍ରିୟ ଥିଲେ ମଧ୍ୟ ରାଜ୍ୟରେ ଏବେ  ଡହ ଡହ ଖରା ସାଙ୍ଗକୁ ତାତି ଅନୁଭୂତ ହେଉଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏହାରି ଭିତରେ ଏକ ବଡ଼ ଖବର ଦେଇଛି। ବର୍ଷାରେ ଭିଜିବ ପାର୍ବଣ। ଚଳିତ ଦୁର୍ଗା ପୂଜାରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଅକ୍ଟୋବରରେ ପୁଣି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ।  ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।   

7-Nepal floods: ନେପାଳରେ ପ୍ରବଳ ବର୍ଷା ହେବା କାରଣରୁ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି । ଏ-ପର୍ଯ୍ୟନ୍ତ ୨୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିସହ ଶତାଧିକ ଲୋକ ନିଖୋଜ ଥିବା ଜଣାଯାଇଛି। ଏହି ସମୟରେ ନେପାଳରେ ଥିବା ଭାରତୀୟ ଦୂତାବାସ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି। ଦୂତାବାସ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ବନ୍ୟା ଓ ଭୂସ୍ଖଳନରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଉଦ୍ଧାର କରାଯାଉଛି । ଅଧିକାରୀମାନେ ଭାରତୀୟ ନାଗରିକଙ୍କ ସହ ଯୋଗାଯୋଗରେ ଅଛନ୍ତି । ଦୂତାବାସ ସେମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା କରୁଛି ବୋଲି କୁହାଯାଇଛି । ନେପାଳରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସାହାଯ୍ୟ କରିବା ପାଇଁ ଦୂତାବାସ ଏକ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କରିଛି । ଦୂତାବାସ ଟ୍ୱିଟରରେ ଲେଖିଛନ୍ତି ଯେ, ନେପାଳର ଭାରତୀୟ ନାଗରିକମାନେ ନିମ୍ନଲିଖିତ ଜରୁରୀକାଳୀନ ନମ୍ବର (ହ୍ୱାଟସଆପ) ଯୋଗାଯୋଗ କରିପାରିବେ: + 977-9851316807 , ଜରୁରୀକାଳୀନ ହେଲ୍ପଲାଇନ- + 977-9851107021, + 977-9749833292 ।

8-Bhadrak communal clashes: ସୁଧୁରୁଛି ଭଦ୍ରକ ସ୍ଥିତି ।  ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସାରା ଜିଲ୍ଲାରେ  ୧୬୩ ବଳ ବତ୍ତର ରହିଛି। ସେପଟେ, ପୋଲିସ୍ ଉପରେ ଢେଲାମାଡ଼ ଘଟଣାରେ ଏପର୍ଯ୍ୟନ୍ତ ୨୭ ଜଣଙ୍କୁ ଗିରଫ କରାଯାଇଛି। ଇଣ୍ଟରନେଟ୍ ସେବା ଆଉ ୪୮ ଘଣ୍ଟା ବନ୍ଦ ରହିବ। 

9- Rajinikanth hospitalised in Chennai for planned procedure: ମେଗାଷ୍ଟାର ରଜନୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଆସିଛି ବଡ଼ ଅପଡେଟ୍। ଗତକାଲି ରାତିରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପେଟ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ରଜନୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ନେଇ ମେଡିକାଲ୍ ପକ୍ଷରୁ ସୂଚନା ଦିଆଯାଇଛି। 

10-Ollywood News: ଅକ୍ଟୋବର ୧୨ରେ ରିଲିଜ୍ ହେବ ନୂଆ ଓଡ଼ିଆ ସିନେମା 'ଖୋକା ଭାଇ ତମ ପାଇଁ' । ସିନେମା ସୁଟିଂ ସମୟର କିଛି ଝଲକ ଆସନ୍ତୁ ଦେଖିବା। ଅଭିନେତା ସ୍ୱରାଜ ବାରିକଙ୍କ ନୂଆ ଫିଲ୍ମ 'ଖୋକା ଭାଇ ତମ ପାଇଁ'। ଏହି ସିନେମାଟି ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ଜୀବନୀ ଗୀତକୁ ଆଧାର କରି ନିର୍ମିତ ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵରେ ରହିଛନ୍ତି ଆଗଧାଡିର ନିର୍ଦ୍ଦେଶକ ଗିରିଶ ମହାନ୍ତି। ସିନେମାର କାହାଣୀ ଲେଖିଛନ୍ତି ଭରଦ୍ଵାଜ ପଣ୍ଡା ଓ ଅକ୍ଷୟ ମହାନ୍ତିଙ୍କ ପୁତ୍ର ମିତ୍ରଭାନୁ ମହାନ୍ତି।