Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଆଜି ଦିନର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2474081

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଆଜି ଦିନର ୧୦ଟି ପ୍ରମୁଖ ଖବର

Top 10 news: ସଂକ୍ଷେପରେ ପଢ଼ନ୍ତୁ ଆଜି ଦିନର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଆଜି ଦିନର ୧୦ଟି ପ୍ରମୁଖ ଖବର

Top 10 News Today

Headlines 01- ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତର ନିତର୍ବାଚନ କମିଶନ। ଏହି ଘୋଷଣା ଅନୁସାରେ ମହାରାଷ୍ଟ୍ରରେ ଏକକ ପର୍ଯ୍ୟାୟରେ ହେବ ନିର୍ବାଚନ। ୨୨ ଅକ୍ଟୋବରରେ ବିଜ୍ଞପ୍ତି, ୨୯ରେ ମାମାଙ୍କନ ଏବଂ ନଭେମ୍ବର ୪ ତାରିଖ ଦିନ ପ୍ରାର୍ଥୀ ଚାହିଁଲେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ନଭେମ୍ବର  ୨୦ ତାରିଖରେ ଭୋଟ ଗ୍ରହଣ କରାଯିବ।   ୨୩ ତାରିଖ ଦିନ ଗଣତି ହେବ। 

Headlines 02- ଏୟାର ଇଣ୍ଡିଆ ବିମାନରେ ବୋମା ଖବରକୁ ନେଇ ପୁଣି ଏକ ଆତଙ୍କ ଦେଖିବାକୁ ମିଳିଛି । ଏହି ସୂଚନା ପରେ ବିମାନଟି ଅଯୋଧ୍ୟା ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଛି। ଏହି ସମୟରେ ବିମାନରେ ୧୩୯ ଜଣ ଯାତ୍ରୀ ଥିଲେ। ବୋମା ଥିବା ଖବର ପ୍ରଚାରିତ ହେବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ବିମାନର ଯାଞ୍ଚ ପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ । ଏୟାର ଇଣ୍ଡିଆର ବିମାନ ଜୟପୁରରୁ ଉଡାଣ ଭରିଥିଲା । ଅଧିକାରୀଙ୍କ ନିର୍ଦ୍ଦେଶରେ ବିମାନଟି ଅଯୋଧ୍ୟା ବିମାନବନ୍ଦରରେ ଅବତରଣ କରିଛି। ଆପଣଙ୍କୁ କହିରଖୁଛୁ ଯେ, ୨୪ ଘଣ୍ଟା ମଧ୍ୟରେ ଏୟାର ଇଣ୍ଡିଆ ବିମାନରେ ଦ୍ୱିତୀୟ ବୋମା ଧମକ ଆସିଛି।

Headlines 03- କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ପକ୍ଷରୁ ଏକ ନୂଆ ତଥା ବଡ଼ ଦାୟିତ୍ୱ ଦିଆଯାଇଛି ।  ଦିଲ୍ଲୀ ନିର୍ବାଚନ ଇନ୍‌ଚାର୍ଜ ଭାବେ ଦଳ ତାଙ୍କୁ ନିଯୁକ୍ତ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଏନେଇ ଘୋଷଣା କରିଛନ୍ତି । ଏଥିସହ ସାଂସଦ ଅତୁଲ ଗର୍ଗଙ୍କୁ ମଧ୍ୟ ସହକାରୀ ଇନଚାର୍ଜ ଭାବେ ଦାୟିତ୍ୱ ଦିଆଯାଇଛି ।

Headlines 04-  ପାକିସ୍ତାନରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ପାକିସ୍ତାନରେ ପହଞ୍ଚିଛନ୍ତି। ଏଠାରେ ସେ ସଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗ ଦେବେ। ପାକିସ୍ତାନ ଅଧ୍ୟକ୍ଷତାରେ ଦୁଇ ଦିନିଆ ଏସସିଓ ମୁଖ୍ୟମାନଙ୍କର ବୈଠକ ଅନୁଷ୍ଠିତ ହେଉଛି ।

Headlines 05- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମୀକ୍ଷା କରି ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଧାନ ସଂଗ୍ରହରେ ହେଉଥିବା ଅନିୟମିତତା, ଦୁର୍ନୀତି ଓ ପ୍ରିୟାପ୍ରୀତିତୋଷଣ ଯେପରି ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ମୂଲ୍ୟ ଉପରେ ୮୦୦ ଟଙ୍କା ଅଧିକ ଦିଆ ଯାଉଛି। ସେଥିପାଇଁ ଚାଷୀମାନଙ୍କ ଭିତରେ ବିପୁଳ ଉତ୍ସାହ ରହିଛି। 

Headlines 06- ଓଡ଼ିଆ ଫିଲ୍ମ 'କର୍ମ' ବର୍ତ୍ତମାନ ପ୍ରତିଟି ପ୍ରେକ୍ଷାଳୟରେ ହାଉସଫୁଲ ଚାଲୁଥିବା ସମୟରେ ସୁପରଷ୍ଟାର ଅନୁଭବ ଦର୍ଶକଙ୍କୁ ସତର୍କ କରାଇଛନ୍ତି । ଯେଉଁ ଦର୍ଶକମାନେ ସିନେମା ଦେଖିବା ସମୟରେ ଭିଡିଓ ରେକଡିଂ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Headlines 07- ଆସନ୍ତାକାଲି ଠାରୁ ହରିଆଣା  ଓ ମୁମ୍ବାଇ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମେ ୧୬ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହରିଆଣା ଅଭିମୁଖେ ଗସ୍ତ କରି ୧୭ ତାରିଖ ଦିନ ଚଣ୍ଡିଗଡ ଠାରେ ନବ ଗଠିତ ହରିଆଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ସେଦିନ ଅପରାହ୍ନରେ ଚଣ୍ଡିଗଡ ଠାରେ ଏନ୍.ଡି.ଏ. ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ। ଚଣ୍ଡିଗଡ ପରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଯିବେ ।

Headlines 08- ଅଗ୍ନିପଥ ଯୋଜନାରେ ଚୟନ (ସର୍ଟଲିଷ୍ଟ) ହୋଇଥିବା ପ୍ରାର୍ଥୀଙ୍କ ପାଇଁ ଚଳିତ ମାସ ୧୮ରୁ ୨୬ ତାରିଖ ପର୍ଯ୍ୟନ୍ତ ପୁରୀ ତାଳବଣିଆସ୍ଥିତ ଜିଲ୍ଲା ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଏବଂ ଇନଡୋର ଷ୍ଟାଡିୟମ ଠାରେ ନିଯୁକ୍ତି ଶିବିର (ରାଲି) ଅନୁଷ୍ଠିତ ହେବ। ଏଥିରେ କଟକ, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଚୟନ ହୋଇଥିବା ପ୍ରାର୍ଥୀ ଏବଂ ନିୟମିତ ସୈନିକ (କେବଳ ଜେସିଓ ବର୍ଗର ସିପାହୀ ଫାର୍ମା, ସୈନିକ ଟେକ୍‌, ନର୍ସିଂ ସହାୟକ ଓ ଧାର୍ମିକ ଶିକ୍ଷକ) ଏବଂ ପଶ୍ଚିମବଙ୍ଗ, ଓଡ଼ିଶା ଓ ସିକ୍କିମର ମହିଳା ମିଲିଟାରୀ ପୁଲିସ ପାଇଁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ।

Headlines 09- ଫ୍ରିକ୍ୱେନ୍ସୀ ମଡ୍ୟୁଲେଟେଡ୍‍ ବା ଏଫ୍‍ଏମ୍‍ ରେଡିଓକୁ ଅପରିଚିତ ସହରରେ ପରିଚିତ କରିବା ଲାଗି ଭାରତ ସରକାର ଫ୍ରିକ୍ୱେନ୍ସୀ ବା ତରଙ୍ଗ ନିଲାମ କରିବାବାକୁ ବିଜ୍ଞପ୍ତି ଆହ୍ୱାନ କରିଛନ୍ତି। ଏହି ଅନୁସାରେ ଦେଶର ୨୩୪ଟି ଅଣ ପରିଚିତ ସହରରେ ୭୩୦ଟି ପୂଆ ଘରୋଇ ଏଫ୍‍ଏମ୍‍ ଖୋଲିବ। ୨୦୨୨ର ଟ୍ରାଇ ନିୟମାବଳୀ ଅନୁସାରେ ଏହାର ମୂଲ୍ୟ ନିର୍ଦ୍ଧାରଣ ରାଯାଇଛି। ଏହା ଏଫ୍‍ଏମ୍‍ ରେଡିଓ ତୃତୀୟ ପର୍ଯ୍ୟାୟର ତୃତୀୟ ବ୍ୟାଚ୍‍ ନିଲାମ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ୧୮ ନଭେବ୍ମର ଯାଏ ଆବେଦନ କରାଯାଇପାରିବ। 

Headlines 10- ରାଜ୍ୟରେ ଏବେ ଜାରି ରହିଛି ଗରମ ଓ ଗୁଳୁଗୁଳି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଓ ଦକ୍ଷିଣ ପୂର୍ବ ଦିଗରେ ଗତି କରିବ। ଆଜି ସୁଧା ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପ (ଓ୍ବେଲ୍- ମାର୍କଡ୍) ରେ ପରିଣତ ହେବ। ସେହିଭଳି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। କିନ୍ତୁ ଓଡିଶାରେ ଏହାର ପ୍ରଭାବ ରହିବନି। ୧୮ରୁ ୨୦ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Also Read- Family Horoscope: ବୁଧବାର ଦିନ ୬ ରାଶିର ବ୍ୟକ୍ତିଙ୍କୁ ମିଳିବ ପାରିବାରିକ ଖୁସି