Top 10 News: ୪ରୁ ୫ ଦିନ ଭିତରେ ଚାଷୀଙ୍କୁ କ୍ଷତିପୂରଣ ବଣ୍ଟା ଖବର ସହ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2592051

Top 10 News: ୪ରୁ ୫ ଦିନ ଭିତରେ ଚାଷୀଙ୍କୁ କ୍ଷତିପୂରଣ ବଣ୍ଟା ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ୪ରୁ ୫ ଦିନ ଭିତରେ ଚାଷୀଙ୍କୁ କ୍ଷତିପୂରଣ ବଣ୍ଟା ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ନିର୍ବାଚନ ଆୟୋଗ ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ୫ ଫେବୃଆରୀରେ ଦିଲ୍ଲୀବାସୀ ଭୋଟ ପ୍ରଦାନ କରିବେ। ୮ ତାରିଖରେ ଦିଲ୍ଲୀରେ ନିର୍ବାଚନ ଫଳାଫଳ ଘୋଷଣା ହେବ। ସେହିପରି ନିର୍ବାଚନ ପାଇଁ ଆଶାୟୀମାନେ ୧୦ ଜାନୁଆରୀରୁ ୧୭ ଜାନୁଆରୀ ମଧ୍ୟରେ ସେମାନଙ୍କର ନାମାଙ୍କନ ଭରିବେ। ଚଳିତ ମାସ ୨୦ ତାରିଖରେ ଆଶାୟୀମାନେ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରିପାରିବେ।

Headlines 02- ହିମାଚଳ ପ୍ରଦେଶରେ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ରହିଥିଲା 3.4 । ଅପରାହ୍ନ 5.14 ସମୟରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ 5 କିମି ଦୂରରେ ବୋଲି କୁହାଯାଉଛି। ତେବେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା ଖବର ମିଳିଛି। ଆଜି ସକାଳେ ଭାରତ, ନେପାଳ, ତିବ୍ଦତ ଏବଂ ବାଂଲାଦେଶରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପରେ ମୃତକଙ୍କ ସଂଖ୍ୟା ୯୫କୁ ବୃଦ୍ଧି ପାଇଛି। ରିକ୍ଟର ସ୍କେଲରେ ୭.୧ ତୀବ୍ରତାରେ ଥରିଲା ନେପାଳ-ତୀବ୍ଦତ ସୀମା ଲାଗ ଲାଗ ୬ ଥର ଝଟକା ଅନୁଭୂତ କଲେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା।

Headlines 03- କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ବିକଶିତ ଭାରତପୋଲ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅମିତ ଶାହା ୩୫ ଜଣ ପୁରସ୍କୃତ ସିବିଆଇ ଅଧିକାରୀଙ୍କୁ ପୋଲିସ ପଦକ ପ୍ରଦାନ କରିଥିଲେ ଯେଉଁମାନେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ଏବଂ ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକରେ ସମ୍ମାନିତ କରାଯାଇଥିଲା।

Headlines 04- ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ପୂର୍ବରୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ହୋଇଥିଲା ଆଶାରାମ ବାପୁଙ୍କୁ ।  ମେଡିକାଲ ଗ୍ରାଉଣ୍ଡରେ ତାଙ୍କୁ ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳିଛି । ଏହି ସମୟରେ ଆତ୍ମଘୋଷିତ ବାବା କୌଣସି ଅନୁଗାମୀଙ୍କ ସହ ସାକ୍ଷାତ କରିପାରିବେ ନାହିଁ । ଏଥିସହ ବାହାରକୁ ଆସିବା ପରେ ସେ କୌଣସି ପ୍ରମାଣ ମଧ୍ୟ ନଷ୍ଟ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

Headlines 05- ରାଜ୍ୟରେ ପ୍ରଥମ ଡବଲ୍ ଡେକର୍ ବସ୍‌ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗାଡ଼କଣ ମୋ ବସ୍ ଡ଼ିପୋରେ ୪୦ଟି ଇ-ବସ୍‌ର ଶୁଭାରମ୍ଭ ହୋଇଛି। ସେପରି ପୁରୀ ସହରରେ ବିଭିନ୍ନ ତିର୍ଥସ୍ଥାନ ଓ ପର୍ଯ୍ୟଟନସ୍ଥଳୀକୁ ଭ୍ରମଣ କରିବା ପାଇଁ ୨୫ଟି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ଇ-ବସ୍ ସେବାର ଶୁଭାରମ୍ଭ କରାଯାଇଛି। 

Headlines 06- ଦେଶରେ ଏଚମପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏଯାଏଁ କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ନାହିଁ। ଏଣୁ ଏହାକୁ ନେଇ ଆଦୌ ଆତଙ୍କିତ ନହେବାକୁ  ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି । ଅପରପକ୍ଷେ ରାଜ୍ୟ ସରକାର ଏ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଶ୍ରୀ ମହାଲିଙ୍ଗ କହିଛନ୍ତି।

Headlines 07- ଚାକିରି ନାଁରେ ଠକେଇ ନେଇ ସାଂସଦ ପ୍ରଦୀପ ପାଣିଗ୍ରହୀଙ୍କ ନାଁରେ ରୁଜୁ ହୋଇଥିବା ୨ ମାମଲାର ବିଚାର ସରି ରାୟ ପ୍ରକାଶ ପାଇଛି। ଏହି ଦୁଇଟି ମାମଲାରେ ସାଂସଦ ପାଣିଗ୍ରାହୀଙ୍କ ସମେତ ଆଇଏଏଫ୍‍ଏସ୍‍ ଅଭିୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ନିର୍ଦ୍ଦୋଷ ସାବ୍ୟସ୍ତ କରାଯାଇଛି। ଗଞ୍ଜାମ ଗ୍ରାମାଞ୍ଚଳ ଜେଏମ୍‍ଏଫ୍‍ସି ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ଏହି ରାୟ ପ୍ରଦାନ କରିଛନ୍ତି। ଆସନ୍ତା କାଲି ପୁଣି ତିନୋଟି ମାମଲାର ଶୁଣାଣି ହେବ।

Headlines 08- ଆସନ୍ତାକାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ଭୁବନେଶ୍ବରରେ ପ୍ରବାସୀ ଭାରତୀୟମାନେ ପହଞ୍ଚିବା ଆରମ୍ଭ କଲେଣି। ପ୍ରବାସୀ ଭାରତୀୟମାନଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ବି ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେମାନଙ୍କୁ ଲୋକକଳା ଓ ନୃତ୍ୟ ମାଧ୍ୟମରେ ସ୍ବାଗତ କରାଯାଉଛି। ଡବଲ ଡେକର୍ ବସ୍ ରେ ବସି ଅତିଥି ବୁଲିବେ ପର୍ଯ୍ୟଟନସ୍ଥଳୀ। ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ପିଏମ୍ ମୋଦୀ। 

Headlines 09- ରାଜଧାନୀରୁ ହାଇପ୍ରୋଫାଇଲ ଠକ ଦମ୍ପତି ଗିରଫ ଘଟଣା । ଅଭିଯୁକ୍ତ ଅନିଲ ମହାନ୍ତି ଏବଂ ହଂସିତାଙ୍କ କମ୍ପାନୀ ଉପରେ ଆୟକର ବିଭାଗର ରେଡ୍ । ଏକାସାଙ୍ଗେ ୧୦ଟି ସ୍ଥାନରେ ରେଡ୍‌ କରିବା ସହ ବିଭିନ୍ନ କାଜଗପତ୍ର ଏବଂ ଆକାଉଣ୍ଟ ଟ୍ରାଞ୍ଜାକ୍ସନର ଯାଞ୍ଚ ମଧ୍ୟ କରୁଛି ଆୟକର ଟିମ୍‌ । ଠକେଇ ଅଭିଯୋଗରେ ଅନିଲ ଓ ହଂସିତା ଗିରଫ ଖବର ଅନୁଯାୟୀ, ମଙ୍ଗଳବାର ଦିନ ଠକ ହଂସିତା ଅଭିଲିପ୍ସା ଏବଂ ଅନୀଲ ମହାନ୍ତିଙ୍କ ଘରେ ଆୟକର ଟିମ୍‌ ପକ୍ଷରୁ ଚଢାଉ ହୋଇଛି । 

Headlines 10- ଅଦିନିଆ ବର୍ଷା କ୍ଷୟକ୍ଷତି ଆକଳନ ପରେ ଚାଷୀଙ୍କୁ କ୍ଷତିପୂରଣ ମିଳିବା ଆରମ୍ଭ ହେଲାଣି । ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି ଯେ, ୪ରୁ ୫ ଦିନ ଭିତରେ କ୍ଷତିପୂରଣ ବଣ୍ଟା ସରିବ । ମନ୍ତ୍ରୀ କହିଛନ୍ତି ଯେ, ୧୪ ଜିଲ୍ଲାରେ କ୍ଷତି ହୋଇଛି, ୨ ଜିଲ୍ଲାରେ ଆଶିଂକ କ୍ଷତି ହୋଇଛି । ପୁରୀରେ ସର୍ବାଧିକ କ୍ଷତି, ତା ପଛକୁ ରହିଛି ଗଂଜାମ ।

Also Read- Gajlaxmi Rajog 2025: ଗଜଲକ୍ଷ୍ମୀ ରାଜଯୋଗରେ ହେବ ଧନ ବର୍ଷା ! ୩ ରାଶିକୁ ଲାଭ