କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା କହି ଠକୁଥିଲା ଅଭିଯୁକ୍ତ, ଉଠାଇ ନେଲା ପୁଲିସ
Advertisement
Article Detail0/zeeodisha/odisha2416298

କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା କହି ଠକୁଥିଲା ଅଭିଯୁକ୍ତ, ଉଠାଇ ନେଲା ପୁଲିସ

Young man arrested: ଗତରାତିରେ ମାଷ୍ଟର କ୍ୟାଣ୍ଟିନ୍‌ର ଏକ ଲଜ୍‌ରେ ପସି ସେମାନେ ରାହୁଲଙ୍କୁ କାବୁ କରିଥିଲେ। ପରେ ତାଙ୍କୁ କ୍ୟାପିଟାଲ ଥାନା ପୁଲିସ୍‌ ଜିମା ଦେଇଥିଲେ।

କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା କହି ଠକୁଥିଲା ଅଭିଯୁକ୍ତ, ଉଠାଇ ନେଲା ପୁଲିସ

ଭୁବନେଶ୍ଵର: କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା କହି ଲୋକଙ୍କୁ ଚୁନା ଲଗାଉଥିବା ଠକକୁ ବାନ୍ଧିଛି ପୁଲିସ। ଚାକିରି ଓ ବଦଳି କରାଇବାକୁ କହି କୋଟି କୋଟି ଟଙ୍କା ଠକେଇ କରୁଥିଲା ଅଭିଯୁକ୍ତ। ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ଠକ ରାହୁଲ ସାହୁଙ୍କୁ ଲୋକମାନେ ପୁଲିସ ଜିମା ଦେଇଛନ୍ତି। ତେବେ ଅଭିଯୁକ୍ତ ରାହୁଲ ମୋର ବହୁତ ନେତାମନ୍ତ୍ରୀ ଚିହ୍ନା ଅଛନ୍ତି। ତୁମର ଚାକିରି କରାଇଦେବି, ଟ୍ରାନ୍ସଫର କରିଦେବି, ପେଟ୍ରୋଲ ପମ୍ପ ବି ଖୋଲିଦେବି ବୋଲି ଏପରି କହି ବହୁ ଲୋକଙ୍କୁ ଲକ୍ଷାଧୀକ ଟଙ୍କାର ଚୁନ ମାରିଥିବା ଅଭିଯୋଗ ହୋଇଛି।

ଧୂର୍ତ୍ତଜଣକ ନିଜକୁ ମନ୍ତ୍ରୀଙ୍କ ପୁତୁରା କହି ଲୋକଙ୍କୁ ଠକୁଥିବା ବେଳେ ଏହା ଦଳୀୟ କର୍ମୀଙ୍କ ନଜରରେ ପଡ଼ିଥିଲା। ଏହାପରେ ଗତରାତିରେ ମାଷ୍ଟର କ୍ୟାଣ୍ଟିନ୍‌ର ଏକ ଲଜ୍‌ରେ ପସି ସେମାନେ ରାହୁଲଙ୍କୁ କାବୁ କରିଥିଲେ। ପରେ ତାଙ୍କୁ କ୍ୟାପିଟାଲ ଥାନା ପୁଲିସ୍‌ ଜିମା ଦେଇଥିଲେ। ପୁଲିସ ତାକୁ ପଚରାଉଚରା କରୁଥିବା ବେଳେ ତାଙ୍କ ଫୋନ୍‌ ଜବତ କରିଛି। ଏଥିସହ ତାଙ୍କ ନିକଟରୁ ବହୁ ଜାଲ୍‌ ନିଯୁକ୍ତିପତ୍ର, ବଦଳି ଆଦେଶ ବି ଜବତ କରିଛି ପୁଲିସ।