Weather Updates: ୫୫ କିମି ବେଗରେ ବହିବ ପବନ, ଏହି ସ୍ଥାନକୁ ଯାଉଥିଲେ ସାବଧାନ !
Advertisement
Article Detail0/zeeodisha/odisha2457931

Weather Updates: ୫୫ କିମି ବେଗରେ ବହିବ ପବନ, ଏହି ସ୍ଥାନକୁ ଯାଉଥିଲେ ସାବଧାନ !

Weather News: ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ୭ଦିନ ମଧ୍ୟରେ ଦେଶର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

Weather Updates: ୫୫ କିମି ବେଗରେ ବହିବ ପବନ, ଏହି ସ୍ଥାନକୁ ଯାଉଥିଲେ ସାବଧାନ !

Weather News: ଦେଶର ଅନେକ ରାଜ୍ୟରେ ମୋସୁମୀ କାର୍ଯ୍ୟକଳାପ ଶେଷ ହୋଇଥିବା ସମୟରେ କେତେକ ସ୍ଥାନରେ ବର୍ଷା ଜାରି ରହିଛି । ଗୁରୁବାର ଅପରାହ୍ନରେ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ କିଛି ସ୍ଥାନରେ ପବନ ବେଗ ଘଣ୍ଟା ପ୍ରତି ୫୫ କିଲୋମିଟର ହେବାର ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗ ଅନୁଯାୟୀ, ପୂର୍ବ-ମଧ୍ୟ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳରେ ପ୍ରବଳ ପବନ ବହିବ। ଯାହା ୟୁପି, ବିହାର ଏବଂ ଦିଲ୍ଲୀ ଏନସିଆର ପର୍ଯ୍ୟନ୍ତ ପ୍ରଭାବ ପକାଇବ । ଏହା ଅକ୍ଟୋବର ୫ ଏବଂ ୬ ତାରିଖରେ ପାଗ ମେଘୁଆ ରହିବ । ଏଥିସହ କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ଆଶଙ୍କା ରହିଛି।

ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରର ଉତ୍ତର-ପୂର୍ବ ଆଡକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ଆସନ୍ତା  ଆସନ୍ତା ୭ ଦିନ ମଧ୍ୟରେ ମହେ, ତାମିଲନାଡୁ, ପୁଡୁଚେରୀ ଏବଂ କରାଇକାଲରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ଅକ୍ଟୋବର ୪ ରେ କେରଳ, ପଶ୍ଚିମବଙ୍ଗ, ସିକ୍କିମ, ଅରୁଣାଚଳ ପ୍ରଦେଶ, ଆସାମ ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ପ୍ରବଳ ବର୍ଷା ହୋଇପାରେ ।

 

ଆସନ୍ତା ୧ ସପ୍ତାହ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ, ପଶ୍ଚିମ ଏବଂ ମଧ୍ୟ ଭାରତର କିଛି ଅଂଶରେ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ପାଣିପାଗ ବିଭାଗ ଅନୁଯାୟୀ, ଅକ୍ଟୋବର ୪ ତାରିଖରୁ ୮ ତାରିଖ ମଧ୍ୟରେ କର୍ଣ୍ଣାଟକ ଏବଂ କରାଇକାଲରେ ବର୍ଷା ହୋଇପାରେ । ଆଜି ପୂର୍ବାହ୍ନରେ ପ୍ରକାଶିତ ରିପୋର୍ଟରେ ପାଣିପାଗ ବିଭାଗ କହିଛି ଯେ, ଦିଲ୍ଲୀରେ ୨୦୨୪ ରେ ୬୧% ମୌସୁମୀ ବର୍ଷା ରେକର୍ଡ କରାଯାଇଛି । ମୌସୁମୀ ଛାଡିବା ପରେ ଦିଲ୍ଲୀର ତାପମାତ୍ରା ବୃଦ୍ଧି ପାଇବ । ଗୁରୁବାର ଦିଲ୍ଲୀ ଏନସିଆରରେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ।

Also Read- Budh Gochar: ଚିତ୍ରା ନକ୍ଷତ୍ରରେ ବୁଧ ଚଳନ, ୩ ରାଶିରେ ଧନ ବର୍ଷା !

Also Read- ଲିଜ ଜମିକୁ ନିଜ ନାଁରେ ପଟ୍ଟା କରାଇ ଲୋକଙ୍କୁ ବିକିଦେଲା ପାଲଟ୍ରୋନିକ୍ସ, କିଏ ସେ ପ୍ରଭାବଶାଳୀ, ସରକାରଙ୍କୁ ବଳିଯିବେ?