Urban Development Minister: ମିଟିଂ ମଝିରେ ରାଗିଗଲେ ମନ୍ତ୍ରୀ, ସରକାରୀ ଅଧିକାରୀଙ୍କୁ ଗିରଫ କରାଇବାକୁ ଦେଲେ ଚେତାବନୀ
Advertisement
Article Detail0/zeeodisha/odisha2530151

Urban Development Minister: ମିଟିଂ ମଝିରେ ରାଗିଗଲେ ମନ୍ତ୍ରୀ, ସରକାରୀ ଅଧିକାରୀଙ୍କୁ ଗିରଫ କରାଇବାକୁ ଦେଲେ ଚେତାବନୀ

Urban Development Minister: ଏହାରି ଭିତରେ ଘାଟି ରାସ୍ତାକୁ ମରାମତି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ହେଲେ କାର୍ଯ୍ୟର ଅଗ୍ରଗତି ହେଉନାହିଁ, ଆଜି ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିଜେ ବାଙ୍ଗିରିପୋଷି ଘାଟି ପହଞ୍ଚିଥିଲେ ରାସ୍ତା କାର୍ଯ୍ୟର ତଦାରଖ ପାଇଁ। ମନ୍ତ୍ରୀଙ୍କ ଗସ୍ତ ନେଇ ଜିଲାପାଳ ଏସ୍ ପି ବାଙ୍ଗିରିପୋଷି ବିଧାୟିକାଙ୍କ ସହ ଅନେକ ସରକାରୀ କର୍ମଚାରୀ, ଜନସାଧାରଣ ଉପସ୍ଥିତ ଥିଲେ ହେଲେ ଜାତୀୟ ରାଜପଥ ବିଭାଗୀୟ ଅଧିକାରୀମାନେ ନ ଥିଲେ।

Urban Development Minister: ମିଟିଂ ମଝିରେ ରାଗିଗଲେ ମନ୍ତ୍ରୀ, ସରକାରୀ ଅଧିକାରୀଙ୍କୁ ଗିରଫ କରାଇବାକୁ ଦେଲେ ଚେତାବନୀ
Urban Development Minister: (ଅଭୟ ମହାନ୍ତି) ସୋଧିଲେ ମନ୍ତ୍ରୀ, ଜିଲ୍ଲାପାଳ ଥିଲେ ଏସ୍ ପି ଥିଲେ ଜିଲ୍ଲାପ୍ରଶାସନର ଅନେକ ଅଧିକାରୀ ଥିଲେ ଅନ୍ୟାନ୍ୟ ନେତା , ଜନସାଧାରଣ ବି ଥିଲେ ହେଲେ ଚିଡି ଗଲେ ମନ୍ତ୍ରୀ ଆଉ ସୋଧିଲେ ଯେ ସୋଧିଲେ ସମସ୍ତେ ସ୍ତବ୍ଧ। ଖାଲି ଏତିକି ନୁହେଁ ବରଂ ଗିରଫ କରାଇବାକୁ ଚେତାବନୀ ମଧ୍ୟ ଦେଲେ ।
 
ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଘାଟି ଏବେ ବିପଦ ସଂକୁଳ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଆଉ ତା ସାଙ୍ଗକୁ ରାସ୍ତା ଜାମ ଦିର୍ଘ ବର୍ଷ ହେଲାଣି ଏବେ ବାଙ୍ଗିରିପୋଷି ଘାଟି ରାସ୍ତାରେ ଯିବା ଆସିବା ପାଇଁ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ଏଭଳି ସ୍ଥିତିରେ ଘାଟି ରାସ୍ତାକୁ ନେଇ ରାଜନୀତି ମଧ୍ୟ ଉଷ୍ମ ହେବାକୁ ଲାଗିଛି।
 
 
ଏହାରି ଭିତରେ ଘାଟି ରାସ୍ତାକୁ ମରାମତି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ହେଲେ କାର୍ଯ୍ୟର ଅଗ୍ରଗତି ହେଉନାହିଁ, ଆଜି ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିଜେ ବାଙ୍ଗିରିପୋଷି ଘାଟି ପହଞ୍ଚିଥିଲେ ରାସ୍ତା କାର୍ଯ୍ୟର ତଦାରଖ ପାଇଁ। ମନ୍ତ୍ରୀଙ୍କ ଗସ୍ତ ନେଇ ଜିଲାପାଳ ଏସ୍ ପି ବାଙ୍ଗିରିପୋଷି ବିଧାୟିକାଙ୍କ ସହ ଅନେକ ସରକାରୀ କର୍ମଚାରୀ, ଜନସାଧାରଣ ଉପସ୍ଥିତ ଥିଲେ ହେଲେ ଜାତୀୟ ରାଜପଥ ବିଭାଗୀୟ ଅଧିକାରୀମାନେ ନ ଥିଲେ।
 
ଯଦିଓ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ଏ ନେଇ ଘାଟି ରାସ୍ତା ଚଳପ୍ରଚଳ ବନ୍ଦ କରାଯାଇଛି ଲୋକେ ହନ୍ତସନ୍ତ ହେଉଛନ୍ତି କିନ୍ତୁ ମରାମତି କାର୍ଯ୍ୟରେ ଶିଥିଳତା ଦେଖି ମନ୍ତ୍ରୀ ଚିଡି଼ ଯାଇଥିଲେ, ଆଉ ଘଟଣା ସ୍ଥଳରୁ ଜାତୀୟ ରାଜପଥର ବିଭାଗୀୟ ଅଧିକାରୀଙ୍କୁ ସୋଧିଥିଲେ, ଏପରିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ।